‘ରାଜନୈତିକ ସ୍ୱାର୍ଥ ପାଇଁ ଶିଳ୍ପ ସଂସ୍ଥା ବନ୍ଦ କରୁଛନ୍ତି ରାଜ୍ୟ ସରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

‘ରାଜନୈତିକ ସ୍ୱାର୍ଥ ପାଇଁ ଶିଳ୍ପ ସଂସ୍ଥା ବନ୍ଦ କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୈତିକ ସ୍ୱାର୍ଥ ହାସଲ୍‌ ପାଇଁ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନକୁ ବନ୍ଦ କରିବାକୁ ପଛାଉ ନାହାନ୍ତି। ଏହା ଜ୍ୱଳନ୍ତ ଉଦାହରଣ ପୂର୍ବରୁ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହାର ଶିକାର ହୋଇଛି ଥେରୁବାଲି ଇମ୍ଫା। ଏପରି ସ୍ଥିତିରେ ଓଡ଼ିଶାରେ ଶିଳ୍ପର ବିକାଶ କିପରି ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଖସୁଛି। ଏଥିରେ ରାଜ୍ୟ ସରକାର ଦାୟୀ ନୁହନ୍ତି ବୋଲି ଶିଳ୍ପ ମନ୍ତ୍ରୀ କହିଥିଲେ। ଏହାର ଜବାବରେ ନିରଞ୍ଜନ କହିଛନ୍ତି-“ଶିଳ୍ପ କରିବା ପାଇଁ ବ୍ୟକ୍ତି ବିଶେଷ ଓ ସଂସ୍ଥାକୁ ରାଜ୍ୟ ସରକାର ଜମି ଦେଉଛନ୍ତି। ମାତ୍ର ଶିଳ୍ପ ହେଲା କି ନାହିଁ ଦେଖୁନାହାନ୍ତି। ରାଜ୍ୟ ସରକାର ପ୍ରତିବର୍ଷ ବହୁ ଏମ୍‌ଓୟୁ ସ୍ୱାକ୍ଷର କରୁଛନ୍ତି। ଶିଳ୍ପାୟନ ନେଇ ବହୁ ଡିଡିମ୍ୱ ପିଟୁଛନ୍ତି। ପ୍ରକୃତରେ ରାଜ୍ୟରେ ଏଯାଏ କେତେ ଶିଳ୍ପାନୁଷ୍ଠାନ ହୋଇଛି ତାହା ସ୍ପଷ୍ଟ ହେବା ଦରକାର। ରାଜ୍ୟରେ ଯେଉଁମାନେ ଶିଳ୍ପାନୁଷ୍ଠାନ କରିଥିଲେ, ସେମାନେ ଏବେ କାନ୍ଦୁଛନ୍ତି। ସେମାନଙ୍କୁ ରାଜ୍ୟ ସରକାର କୌଣସି ସହାୟତା ଦେଉନାହାନ୍ତି। ସବୁ କମ୍ପାନୀ କ୍ଷତିରେ ଚାଲୁଛି।”

ସେ ଆହୁରି କହିଛନ୍ତି-“ରାଜ୍ୟ ସରକାର ନିଜ ସ୍ୱାର୍ଥ ହାସଲ ପାଇଁ ଆବଶ୍ୟକ ପଡ଼ିଲେ ଶିଳ୍ପ ସଂସ୍ଥା ବନ୍ଦ କରିବାକୁ ପଛାଉ ନାହାନ୍ତି। ଏହିଭଳି ବାତାବରଣରେ ରାଜ୍ୟରେ ଶିଳ୍ପ ବିକାଶ ହୋଇପାରିଲା ପରି ଲାଗୁନି। କାହା ପ୍ରରୋଚନାରେ ରାୟଗଡ଼ା ଜିଲ୍ଲା ଥେରୁବାଲିରେ ଇମ୍ଫାକୁ ବନ୍ଦ କରିବାକୁ ଯୋଜନା କରାଯାଉଥିଲା? ମତଭେଦ ହେବା ପରେ ଦଳ ଛାଡିଲେ ବୋଲି ତାଙ୍କ କାରଖାନା କଣ ସରକାର ବନ୍ଦ କରିଦେବେ? ତାହାହେଲେ ଏହି ରାଜ୍ୟରେ ଗଣତନ୍ତ୍ର ରହିବ ନାହିଁ।”

ଶିଳ୍ପମନ୍ତ୍ରୀଙ୍କ ମନ୍ତ୍ରବ୍ୟ ଅଜାଗା ଘା ଦେଖି ହେଉନି କି ଦେଖାଇ ହେଉନି ବୋଲି କଟା‍କ୍ଷ କରି ନିରଞ୍ଜନ କହିଛନ୍ତି-“ରାଜ୍ୟ ସରକାର ନିଜ ବିଫଳତାକୁ ଘୋଡାଇବା ପାଇଁ ଅଯଥା ଆତ୍ମପ୍ରଚାରରେ ମାତିଛନ୍ତି।”



from OdishaReporter https://ift.tt/2AEkry1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages