ନିରଞ୍ଜନ ଗଢ଼ିଲେ ଜୂମ୍ବୋ ଟିମ୍‌, ୧୩ ଉପସଭାପତି, ୨୪ ସାଧାରଣ ସମ୍ପାଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ନିରଞ୍ଜନ ଗଢ଼ିଲେ ଜୂମ୍ବୋ ଟିମ୍‌, ୧୩ ଉପସଭାପତି, ୨୪ ସାଧାରଣ ସମ୍ପାଦକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଦାୟିତ୍ୱ ନେବାର ପ୍ରାୟ ସାଢ଼େ ୩ମାସ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଏକ ବିଶାଳ ଟିମ୍ ଗଢ଼ିଛନ୍ତି।

ଏହି ନବଗଠିତ ପିସିସି କମିଟିରେ ୧୩ଜଣ ଉପସଭାପତି, ୨୪ଜଣ ସାଧାରଣ ସମ୍ପାଦକ, ୯୯ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କ ସମେତ ୧୩ଜଣଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ସାମିଲ କରାଯାଇଛି।

ଏହି ପିସିସି କମିଟି ବ୍ୟତୀତ ଶୃଙ୍ଖଳା କମିଟି, ନିର୍ବାଚନ କମିଟି, କୋର କମିଟି ଓ ପ୍ରଚାର କମିଟି ମଧ୍ୟ ଘୋଷଣା ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ନିରଞ୍ଜନ ଗଢ଼ିଥିବା ଟିମରେ ସବୁବର୍ଗର ନେତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ ହୋଇଛି।

କଂଗ୍ରେସ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅନୁମୋଦନ କ୍ରମେ ଏହି ତାଲିକା ଆଜି ପ୍ରକାଶ ପାଇଛି।

ଦଳର ବରିଷ୍ଠ ନେତାମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଓ କାର୍ଯ୍ୟନିର୍ବାହୀ କମିଟିରେ ସ୍ଥାନ ମିଳିଛି।

ପିସିସି କୋଷାଧ୍ୟକ୍ଷ ଭାବେ କିଶୋର ଚନ୍ଦ୍ର ପଟେଲଙ୍କୁ ସାମିଲ କରାଯାଇଥିବାବେଳେ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ମିଳିଛି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମିଶାଇ କାର୍ଯ୍ୟନର୍ବାହୀ କମିଟିରେ ମୋଟ ୨୭ଜଣ ନେତାଙ୍କୁ ସାମିଲ କରାଯାଇଛି ।

ପିସିସି  ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ହେମାନନ୍ଦ ବିଶ୍ୱାଳ ନିଯୁକ୍ତି ପାଇଥିବାବେଳେ ଟିମରେ ଅନ୍ୟ ୬ଜଣ ସଦସ୍ୟ ଅଛନ୍ତି । ସେମାନେ ହେଲେ ଅନନ୍ତ ପ୍ରସାଦ ସେଠୀ(ଆବାହକ), ଭାଗବତ ପ୍ରସାଦ ମହାନ୍ତି, ପ୍ରଦୀପ କୁମାର ରଥ, ରବୀନ୍ଦ୍ରନାଥ ମହାନ୍ତି, ନିରଞ୍ଜନ ପାଣିଗ୍ରାହୀ ଓ ସାବିତ୍ରୀ ଚୌଧୁରୀ।

ସେହିପରି ପ୍ରଦେଶ ନିର୍ବାଚନ କମିଟିରେ ମୋଟ ୨୧ଜଣ ସଦସ୍ୟ ଥିବାବେଳେ ସମସ୍ତ ଏଆଇସିସି ସମ୍ପାଦକ, ସଂଗଠନ ମୁଖ୍ୟଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରଖାଯାଇଛି।

ଏହି କମିଟିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ନବ ଦାସ, ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ହେମାନନ୍ଦ ବିଶ୍ୱାଳ, ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଚରଣ ଦାସ, ସୁଶୀଳା ତିରିଆ, ରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ବିଶ୍ୱ ରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, କିଶୋର ଚନ୍ଦ୍ର ପଟେଲ, ତାରାପ୍ରସାଦ ବାହିନୀପତି, ଭାଗବତ ପ୍ରସାଦ ମହାନ୍ତି, ମହମ୍ମଦ ଶାହନୱାଜ ଓ ଦେବାଶିଷ ପଟ୍ଟନାୟକ ସଦସ୍ୟ ଅଛନ୍ତି।

ସେହିପରି ଦଳର ବରିଷ୍ଠ ନେତାମାନଙ୍କୁ ନେଇ କୋର କମିଟିରେ ମୋଟ ୪୨ଜଣ ସଦସ୍ୟ ଅଛନ୍ତି। ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଭକ୍ତଚରଣ ଦାସ, ଆବାହକ ଭାବେ ରଞ୍ଜିବ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିଛି। କମିଟିରେ ଅନ୍ୟ ୪୨ଜଣଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।

ଏସବୁ ବ୍ୟତୀତ ପିସିସି ମିଡିଆ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଭାବେ ସତ୍ୟପ୍ରକାଶ ନାୟକଙ୍କୁ ନିଯୁକ୍ତି ମିଳିଥିବାବେଳେ ହୀରାସିଂହ ମଣ୍ଡଳ କନ୍ଧମାଳ, ରଘୁନାଥ ପାତ୍ର-ରାୟଗଡ଼ା, ଅରବିନ୍ଦ ଗୁପ୍ତା- ନବରଙ୍ଗପୁର, ସନ୍ତୋଷ ନାୟକ-ଗଞ୍ଜାମ, ବିଜୟ କୁମାର ସାହୁ-ଗଞ୍ଜାମ ଓ ରାମଚନ୍ଦ୍ର କଦମ- କୋରାପୁଟ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ଅବସ୍ଥାପିତ ହୋଇଛନ୍ତି।



from OdishaReporter https://ift.tt/2PbKBeI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages