ଏଜି ଛକକୁ କାହିଁକି ଯାଇଥିଲେ ପୁଲିସ୍ ଏଡିଜି? ଯିବା ଉଚିତ୍ ଥିଲା କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଏଜି ଛକକୁ କାହିଁକି ଯାଇଥିଲେ ପୁଲିସ୍ ଏଡିଜି? ଯିବା ଉଚିତ୍ ଥିଲା କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ କମିଶନରେଟ୍ ପୋଲିସ୍‌ର ଟ୍ରାଫିକ୍ କନେଷ୍ଟବଳ ପୁଷ୍ପଲତା ଭୋଇ। ଟ୍ରାଫିକ୍‌ ପୋଲିସ୍‌ରେ ଜଣେ ସାଧାରଣ ସ୍ତରର କର୍ମଚାରୀ ହୋଇ ମଧ୍ୟ ସେ ନିଜ ଡ୍ୟୁଟିକୁ ଯେଉଁଭଳି ଭାବେ ନିର୍ଭୀକତାର ସହ ତୁଲାଇଲେ, ତାହା ତାଙ୍କୁ ରାତାରାତି ଷ୍ଟାର କରିଦେଇଛି।

ସୋଶାଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ପୁଷ୍ପଲତାଙ୍କ ପାଇଁ ଛୁଟିଛି ପ୍ରଶଂସାର ସୁଅ।

ଗତକାଲି ଟ୍ରାଫିକ୍ ନିୟମ ଭାଙ୍ଗିବା ଅଭିଯୋଗରେ ସେ ଅତିରିକ୍ତ ପୁଲିସ ଡିଜି ପ୍ରଣବେନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ଓ ଝିଅଙ୍କୁ ଉଚିତ୍ ଜବାବ ଦେଇ ଗଣମାଧ୍ୟମର ଶିରୋନାମାକୁ ଆସିଛନ୍ତି। ସମସ୍ତଙ୍କ ପ୍ରଶଂସା ସିନା ପାଉଛନ୍ତି, କିନ୍ତୁ ଏପଟେ ତାଙ୍କ ଚାକିରିକୁ ନେଇ ସେ ଆଶଙ୍କାରେ ରହିବା ସ୍ୱଭାବିକ।

ଯେହେତୁ ସେ ନିଜ ବିଭାଗର ଜଣେ ବଡ଼ ଅଫିସରଙ୍କ ପରିବାର ଲୋକଙ୍କ ସହ ମୁହାଁମୁହିଁ ହୋଇଛନ୍ତି, ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଏବେସୁଦ୍ଧା ଖବରର ଅପ୍‌ଡେଟ୍ ହେଲା, ଗତକାରି ଏଡିଜିଙ୍କ ଝିଅ ମହିଳା କନଷ୍ଟେବଳ ପୁଷ୍ପଲତାଙ୍କ ବିରୋଧରେ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ କେସ୍ ଦେଇଥିଲେ।

ସେଥିରେ ସେ ଲେଖିଥିଲେ ଯେ, ପୁଷ୍ପଲତା ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଛନ୍ତି।

ଜବାବରେ ଆଜି ପୁଷ୍ପଲତା ଏଡିଜିଙ୍କ ଝିଅଙ୍କ ବିରୋଧରେ ଥାନାରେ ପାଲଟା ଏତଲା ଦେଇଛନ୍ତି।

ତେବେ ଏ ସଂପୂର୍ଣ୍ଣ ଘଟଣାରେ ପୁଲିସ ଏଡିଜି ପ୍ରଣବିନ୍ଦୁଙ୍କ କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଆଜି ସେ କମିଶନରେଟ୍ ଅଫିସ୍‌ ଯାଇଥିଲେ। କେଉଁ କାରଣ ପାଇଁ ସେ ଆସିଥିଲେ ତାହା ଜଣାପଡ଼ି ନାହିଁ କିମ୍ବା ସେ ଗଣମାଧ୍ୟମକୁ କିଛି କହିନାହାନ୍ତି।

ତେବେ ଗତକାଲି ତାଙ୍କ ପତ୍ନୀ ଓ ଝିଅ ଟ୍ରାଫିକ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଅଟକ ଥିବାବେଳେ, ପ୍ରଶ୍ନ ଉଠୁଛି ନିଜେ ଏଡିଜି ଏଜି ଛକରେ ଥିବା ଟ୍ରାଫିକ୍ ମୁଖ୍ୟାଳୟକୁ ଯାଇଥିଲେ କାହିଁକି?

ପୁଷ୍ପଲତାଙ୍କର କୌଣସି ଭୁଲ୍ ନଥିଲା । ସେ ତାଙ୍କ ଡ୍ୟୁଟି ଠିକ୍‌ରେ କରିଛନ୍ତି। ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଦୁଇ ମହିଳା ଯେ ତାଙ୍କରି ଉପର ଅଫିସରଙ୍କ ସଂପର୍କୀୟ ତାହା ସେ ଜାଣି ନଥିଲେ। ଜାଣିବା ମଧ୍ୟ ଦରକାର ନଥିଲା।

ପୁଣି ସେହି ସମୟରେ ସେହି ବାଟ ଦେଇ ମୁଖ୍ୟମନ୍ତ୍ରୀ ସଚିବାଳୟ ଯିବାର ଥିଲା। ତେଣୁ ଏଜି ଛକରେ ନିୟୋଜିତ ପୁଷ୍ପଲତାଙ୍କ ପାଇଁ ଦାୟିତ୍ୱ ବଢ଼ି ଯାଇଥିଲା। କୌଣସି ବି ଭୁଲ୍‌ ହୋଇଥିଲେ ତାଙ୍କ ଚାକିରି ଚାଲିଯାଇ ଥାନ୍ତା।

ଏପରି ସମୟରେ ସେ ପୁଲିସ ଏଡିଜିଙ୍କ ପତ୍ନୀ ଓ ଝିଅଙ୍କୁ ଅଟକାଇ କିଛି ଭୁଲ୍ କରି ନାହାନ୍ତି।

ପ୍ରଶ୍ନ ଉଠୁଛି, ଘଟଣାସ୍ଥଳକୁ ଏଡିଜି କାହିଁକି ଯାଇଥିଲେ? ଯଦି ସେମିତି କିଛି ବଡ଼ ସମସ୍ୟା ସୃଷ୍ଟି ହୋଇଥାନ୍ତା, ଯେଉଁଠି ତାଙ୍କ ଉପସ୍ଥିତି ଆବଶ୍ୟକତା ଥାଆନ୍ତା, ସେଠିକୁ ଯାଇଥିଲେ କିଛି ଅସୁବିଧା ନଥିଲା। କିନ୍ତୁ ସେଠି ପରିସ୍ଥିତି ନିୟନ୍ତ୍ରଣରେ ଥିଲା।

ଅନ୍ୟ କାରଣଟି ହେଲା ବ୍ୟକ୍ତିଗତ। ତାଙ୍କ ପତ୍ନୀ ଓ ଝିଅ ଯେହେତୁ ସମସ୍ୟାରେ ପଡ଼ିଥିଲେ ସେଥିପାଇଁ ସେ ସେଠାରେ ପହଞ୍ଚିବା ଜରୁରି ଥିଲା।

କିନ୍ତୁ ଯେଉଁଠି ତାଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ ଟ୍ରାଫିକ୍ ନିୟମ ଭାଙ୍ଗିବାର ଅଭିଯୋଗ ଆସିଥିଲା, ନିଜର ପଦମର୍ଯ୍ୟାଦା ଦୃଷ୍ଟିରୁ ସେ ସେଠାକୁ ଯିବା ଉଚିତ ନଥିଲା।

ପତ୍ନୀ ଓ ଝିଅଙ୍କ ସମସ୍ୟାର ସମାଧାନ ସେ ଫୋନ୍‌ରେ ବି କରିପାରିଥାନ୍ତେ। ଯେହେତୁ ନିଜ ବିଭାଗ, ତେଣୁ ସମସ୍ୟାର ରଫାଦଫା କରିବାକୁ ବେଶୀ ସମୟ ଲାଗିନଥାନ୍ତା।

କିନ୍ତୁ ସେ ସେଠାରେ ପହଞ୍ଚି ଯିବା ଦ୍ୱାରା, ତାଙ୍କ ତଳିଆ କର୍ମଚାରୀମାନେ ଚାପରେ ରହିଲେ, ଦାୟିତ୍ୱରେ ଥିବା ମହିଳା କନେଷ୍ଟବଳ ପୁଷ୍ପଲତା ଭୟ ପାଇଲେ, ତା ସହିତ ସାଧାରଣରେ ଗୋଟେ ଭୁଲ୍ ତଥା ନକାରାତ୍ମକ ମେସେଜ୍ ଗଲା।

ସୋସିଆଲ୍ ମିଡିଆରେ ଗତକାଲି ଏ ଖବର ଆସିବା ପରେ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସେ ସମଗ୍ର ପ୍ରତିକ୍ରିୟା ଦୁଇ ଭାଗରେ ବିଭକ୍ତ। କିଛି ଲୋକ ପୁଷ୍ପଲତାଙ୍କୁ ପ୍ରଶଂସା କରିଥିବା ବେଳେ ଅଧିକାଂଶ ଲୋକ ପୁଲିସ ଏଡିଜି ଓ ତାଙ୍କ ପରିବାର ଲୋକଙ୍କୁ ସମାଲୋଚନା କରିଛନ୍ତି।

ତେଣୁ ଏଡିଜି ନିଜେ ଥାନାରେ ପହଞ୍ଚି ଯିବାକୁ ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି। ଗୁଡ଼ାଏ ଲୋକ ପ୍ରଶ୍ନ କରିଛନ୍ତି, ସବୁଦିନ ବହୁତ ଲୋକ ଟ୍ରାଫିକ୍ ସମସ୍ୟାରେ ଫସି ସେଠି ଅଟକ ରହୁଛନ୍ତି, କେବେ ତ ଏଡିଜି ଯାଇନାହାଁନ୍ତି।

ଏବେ କନେଷ୍ଟବଳ ପୁଷ୍ପଲତାଙ୍କ ବିରୋଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ, ତାକୁ ନେଇ ପୋଲିସ୍ ବିଭାଗ ସମାଲୋଚନାର ଶିକାର ହେବ। ଲୋକେ କହିପାରନ୍ତି, ବଡ଼ ପୁଲିସ୍ ଅଫିସରଙ୍କ ଝିଅ ଓ ପତ୍ନୀ ବୋଲି ତଳିଆ କର୍ମଚାରୀଙ୍କୁ ବଳି ପଡ଼ିବାକୁ ହେଲା।



from OdishaReporter https://ift.tt/2LTivX5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages