ଏନ୍‌ଆର୍‌ସି ବିବାଦ: ରାଜ୍ୟସଭାରେ ଏମିତି ବିରୋଧୀଙ୍କୁ ଜବାବ ଦେଲେ ରାଜନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଏନ୍‌ଆର୍‌ସି ବିବାଦ: ରାଜ୍ୟସଭାରେ ଏମିତି ବିରୋଧୀଙ୍କୁ ଜବାବ ଦେଲେ ରାଜନାଥ

ନୂଆଦିଲ୍ଲୀ: ଆସାମ ନ୍ୟାଶନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍ସ (ଏନ୍‌ଆର୍‌ସି) ଡ୍ରାଫ୍ଟ୍‌ ତାଲିକାକୁ ନେଇ ବିବାଦ ଜାରି ରହିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀଦଳଗୁଡ଼ିକ ଉଭୟ ଗୃହ ଓ ବାହାରେ ସରକାରଙ୍କୁ ଘେରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ତେବେ ଆଜି ବିରୋଧୀଙ୍କ ସମସ୍ତ ଅଭିଯୋଗର ଜବାବ୍‌ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ।

ଆଜି ରାଜ୍ୟସଭାରେ ବିରୋଧୀ କଂଗ୍ରେସ ଓ ଟିଏମ୍‌ସି ଏନ୍‌ଆର୍‌ସି ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଥିଲେ।

ଏହା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ସିଂହ କହିଛନ୍ତି,  ବିରୋଧୀ ଅଯଥାରେ ହୋ-ହାଲ୍ଲା କରୁଛନ୍ତି। ବାସ୍ତବରେ ଏନ୍‌ଆରସି ଯେଉଁ ରିପୋର୍ଟ ଦେଇଛି, ସେଇଟା କେବଳ ଏକ ଡ୍ରାଫ୍ଟ୍‌। ଚୂଡ଼ାନ୍ତ ତାଲିକା ନୁହେଁ।

ଯେଉଁମାନେ ପ୍ରକୃତ ଭାରତୀୟ ସେମାନଙ୍କ କ୍ଷେତ୍ରରେ କେବେ ହେଲେ ଅନ୍ୟାୟ ହେବନାହିଁ।   ତେବେ ଯେଉଁ ଡ୍ରାଫ୍ଟ୍‌  ହୋଇଛି, ତାହା ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରସ୍ତୁତ କରାଯାଇଛି।

ବିରୋଧୀଙ୍କ ଅଭିଯୋଗର ଉତ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି,  କୌଣସି ଭାରତୀୟଙ୍କୁ ଦେଶରୁ ବାହାର କରାଯିବନାହିଁ। ଏଣୁ ବ୍ୟସ୍ତ ହେବାର କାରଣ କିଛି ନାହିଁ।

ଏହାକୁ ନେଇ କିଛି ଲୋକ ଦେଶରେ ଭୟର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ତେବେ ଯେଉଁ ଭାରତୀୟମାନେ ଏହି ଡ୍ରାଫ୍ଟ୍‌ରୁ ବାଦ୍‌ ପଡ଼ିଛନ୍ତି, ସେମାନଙ୍କୁ ନିଜର ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଆଉ ଥରେ ସୁଯୋଗ ମିଳିବ ବୋଲି ସ୍ଷରାଷ୍ଟ୍ର ମନ୍ତ୍ରୀ ଆଶ୍ୱସ୍ତବାଣୀ ଶୁଣାଇଛନ୍ତି।

ଅନ୍ୟପକ୍ଷରେ ଗତକାଲିଠାରୁ ଆସାମର ସିଲଚର ବିମାନବନ୍ଦରରେ ଧାରଣାରେ ବସିଥିବା ଟିଏମସିର ୮ ଜଣିଆ ଟିମ୍‌କୁ ଆଜି ଦିଲ୍ଲୀ ପଠାଇ ଦିଆଯାଇଛି।



from OdishaReporter https://ift.tt/2vvFnl7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages