ଖୁବ୍‌ଶୀଘ୍ର ଫେରିବେ ଜେଟଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଖୁବ୍‌ଶୀଘ୍ର ଫେରିବେ ଜେଟଲୀ

ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ ଦୀର୍ଘ ୩ ମାସ ହେଲା ମନ୍ତ୍ରାଳୟ ଦାୟିତ୍ୱରୁ ଅସ୍ଥାୟୀ ଭାବେ ଅବ୍ୟାହତି ନେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବେ ସଂପୂର୍ଣ୍ଣ ସୁସ୍ଥ। ଖୁବ୍‌ଶୀଘ୍ର ସେ ନିଜ ଦାୟିତ୍ୱକୁ ଫେରିବେ ବୋଲି ସୂଚନା ମିଳିଛି।

ଜେଟଲୀ ଫେରିବା ଖବର ସାମ୍ନାକୁ ଆସିବା ପରେ ନର୍ଥ ବ୍ଲକ ସ୍ଥିତ ଅର୍ଥମନ୍ତ୍ରାଳୟ କାର୍ଯ୍ୟାଳୟରେ ସଫାସୁତରା ଆରମ୍ଭ ହୋଇଛି। ପୂର୍ବାପେକ୍ଷା ଏଥର କାର୍ଯ୍ୟାଳୟ ପରିସରରେ ସଫେଇକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

ଜେଟଲୀଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇଥିବାରୁ ଯେମିତି ସଂକ୍ରମଣ ନ ହେବ, ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ନର୍ଥ ବ୍ଲକରର ପ୍ରଥମ ଫ୍ଲୋରକୁ ନୂଆ କରି ତିଆରି କରାଯାଉଛି।

ଖୁବ୍‌ଶୀଘ୍ର ଜେଟ୍‌ଲୀ କାର୍ଯ୍ୟରେ ଯୋଗଦେବେ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ତେବେ ଜେଟଲୀଙ୍କ ହାତରେ ଅର୍ଥ ବିଭାଗ ଆଗକୁ ରହିବ କି ନାହିଁ, ସେନେଇ ବିଭିନ୍ନ ମହଲରେ ମଧ୍ୟ ଆଲୋଚନା ହେଉଛି।

ଜେଟ୍‌ଲୀ ଅସୁସ୍ଥ ହେବାରୁ ପୀୟୂଷ ଗୋଏଲ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଅସୁସ୍ଥ ଥିଲେ ମଧ୍ୟ ଜେଟ୍‌ଲୀ ସୋଶାଲ୍‌ ମଡିଆରେ ବେଶ ସକ୍ରିୟ ଥିଲେ।



from OdishaReporter https://ift.tt/2KkLI8o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages