ତୃତୀୟ ମହଲାର ଖର୍ଚ୍ଚ ତୁଲାଉଛନ୍ତି ଏହି ସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ତୃତୀୟ ମହଲାର ଖର୍ଚ୍ଚ ତୁଲାଉଛନ୍ତି ଏହି ସଚିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଓ ତୃତୀୟ ମହଲାର ବିଭିନ୍ନ ମୋଟା ଅଙ୍କର ଖର୍ଚ୍ଚ କୁଆଡ଼େ ଏକ ଦୁହାଁଳିଆ ବିଭାଗର ସଚିବ ତୁଲାଉଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ନିଜ ଚାକିରି ଆରମ୍ଭରୁ ବିବାଦରେ ଥିବା ଏହି ବିହାରୀବାବୁ କୁଆଡ଼େ ଏବେ ପ୍ରତିମାସରେ ନବୀନ ନିବାସ, ତୃତୀୟ ମହଲା ଓ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମର ଖର୍ଚ୍ଚ ତୁଲାଉଛନ୍ତି।

ଖାସ ଏଇଥିପାଇଁ ଏହି ବାବୁଙ୍କୁ କୁଆଡ଼େ ଗତ ସାଢେ ୫ ବର୍ଷ ହେଲା ଗୋଟିଏ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ଚର୍ଚ୍ଚା ହେଉଛି, ଏହି ବାବୁ ଗୋଟିଏ ଖଣି ଜିଲ୍ଲାର ଜିଲ୍ଲାପାଳ ଥିବାବେଳେ କୁଆଡ଼େ ଗୋଟିଏ ଖଣିର ଲିଜ୍ ଦସ୍ତାବିଜକୁ ବେଆଇନ ଭାବେ ବଦଳାଇ ଦେଇଥିଲେ।

ଏମିତିକି ଏହି ବାବୁଙ୍କ ନାଁରେ ଭିଜିଲାନ୍ସ  ମଧ୍ୟ ମାମଲା ରୁଜୁ କରି ତାଙ୍କୁ ଜେରା କରିବାକୁ ଚାହିଁଥିଲା। କିନ୍ତୁ ଉପରୁ ଅନୁମତି ମିଳିଲା ନାହିଁ। ମ୍ୟାନେଜ୍ କରିବାର କଳା ଏହି ବାବୁ କୁଆଡ଼େ ଭଲଭାବେ ଜାଣିଥିବାରୁ ସେହି ସମୟରେ ଖଣି ଦୁର୍ନୀତିରେ ଭିଜିଲାନ୍ସ ତାଙ୍କ ନାଁରେ ରୁଜୁ କରିଥିବା ମାମଲାକୁ କୁଆଡ଼େ ସେ ପରବର୍ତ୍ତୀ ସମୟରେ ରଫାଦଫା କରିଦେଇଛନ୍ତି।

ଚର୍ଚ୍ଚା ହେଉଛି, ଏହି ବାବୁ କୁଆଡ଼େ ତୃତୀୟ ମହଲାର କ୍ଷମତାକେନ୍ଦ୍ରଙ୍କ ନିକଟତର ହୋଇ ଏବେ ତାଙ୍କ ଇଙ୍ଗିତରେ ବିଭିନ୍ନ କାର୍ଯ୍ୟ ପାଇଁ ପାଣ୍ଠି ବାହାର କରିବାରେ ଭିଡ଼ି ଯାଇଛନ୍ତି। ଏପରିକି, ୨୦୧୪ ମସିହା ସାଧାରଣ ନିର୍ବାଚନଠୁ ଆରମ୍ଭ କରି ପଞ୍ଚାୟତ ନିର୍ବାଚନରେ ବି ସେ କୁଆଡ଼େ ରାଜକୋଷରୁ ବିଜେଡି ପାଇଁ ମୋଟା ଅଙ୍କ ବାହାର କରାଇଥିଲେ।

ଏହି ବାବୁ କଳାକୁ ଧଳା କରିବାରେ ମାହିର ହୋଇଥିବାରୁ କୁଆଡ଼େ ସରକାରୀ କାଗଜପତ୍ରକୁ ଭଲଭାବେ ମ୍ୟାନେଜ୍ କରାଉଛନ୍ତି। ଶୁଣିବାକୁ ମିଳୁଛି, ତାଙ୍କୁ ଭିଜିଲାନ୍ସର ଭୟ ଦେଖାଇ କୁଆଡ଼େ ତୃତୀୟ ମହଲାର ପରମ ପ୍ରଭାବଶାଳୀ ବାବୁ ତାଙ୍କରି ହାତରେ ଏସବୁ କଳା କାରନାମା କରାଉଛନ୍ତି।

କ୍ଷମତା କେନ୍ଦ୍ରଙ୍କଠୁ ବରିଷ୍ଠ ଅଫିସର୍ ହୋଇଥିଲେ ମଧ୍ୟ ଆଜ୍ଞାଧୀନ ଛାତ୍ର ଭଳି ଏହି ବିହାରୀବାବୁ କୁଆଡ଼େ ଗତ ୫ବର୍ଷରୁ ଅଧିକ କାଳ ତାଙ୍କର ନିର୍ଦ୍ଦେଶ ମାତ୍ରେ ପାଣ୍ଠି ବ୍ୟବସ୍ଥା କରୁଛନ୍ତି ବୋଲି ଚର୍ଚ୍ଚା।



from OdishaReporter https://ift.tt/2viB79r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages