ଏହି ୬ ଜଣ ମନ୍ତ୍ରୀଙ୍କୁ ବିଧାନସଭା ଟିକେଟ୍ ଦେବନି ବିଜେଡି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଏହି ୬ ଜଣ ମନ୍ତ୍ରୀଙ୍କୁ ବିଧାନସଭା ଟିକେଟ୍ ଦେବନି ବିଜେଡି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସକ ବିଜେଡି, ଆଗାମୀ ସାଧାରଣ ନିର୍ବାଚନରେ ୬ ଜଣ ମନ୍ତ୍ରୀଙ୍କୁ ଟିକେଟ୍ ଦେବନି ବୋଲି ଚର୍ଚ୍ଚା ହେଉଛି। ଏମାନେ କିଏ ଓ କେଉଁ କାରଣରୁ ଏମାନଙ୍କୁ ଆଉ ଟିକଟ ମିଳିବନି ସେ ବିଷୟରେ ନାନ ମତ ଶୁଣିବାକୁ ମିଳୁଛି।

କ୍ୟାବିନେଟ୍ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ନିଜ ଆଡ଼ୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରି ସାରିଥିବା ବେଳେ, ଏବେ ଶୁଣିବାକୁ ମିଳୁଛି, ନବୀନ ପଟ୍ଟନାୟକଙ୍କ ମନ୍ତ୍ରିପରିଷଦର ଅନ୍ୟ ୬ ଜଣ ମନ୍ତ୍ରୀଙ୍କୁ ଦଳ ଟିକେଟ୍ ନଦେବା ପାଇଁ କୁଆଡ଼େ ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ଏନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଆଉ ସେମାନଙ୍କ ସିଟ୍‌ରେ ବିକଳ୍ପ ପ୍ରାର୍ଥୀଙ୍କୁ ସାଂଗଠନିକ କାର୍ଯ୍ୟ ବୁଝିବା ପାଇଁ ନିୟୋଜିତ କରା ଯାଇଥିବା ଓ ସେମାନଙ୍କୁ କୁଆଡ଼େ ବେଶ୍‌ ଗୁରୁତ୍ୱ ଦିଆଯାଉଛି ବୋଲି ଜଣା ପଡ଼ିଛି।

ଚର୍ଚ୍ଚା ହେଉଛି, ଖୋର୍ଦ୍ଧା ଜିଲ୍ଲାର ଜଣେ ରାଷ୍ଟ୍ରମନ୍ତ୍ରୀଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିବାକୁ ଯୋଜନା ହୋଇଛି। ସେହିପରି ଅନ୍ୟଜଣେ ମନ୍ତ୍ରୀଙ୍କୁ ଟିକେଟ୍‌ରୁ ବଂଚିତ କରିବାକୁ ନିଷ୍ପତ୍ତି ହୋଇଛି।

ତେଣେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ୨ ଜଣ ମନ୍ତ୍ରୀଙ୍କୁ ବି କୁଆଡ଼େ ଟିକେଟ୍ ମିଳିବ ନାହିଁ। ଏ ଦୁଇଜଣଙ୍କ ମଧ୍ୟରୁ ଜଣେ ନିଜର ପୁଅଙ୍କୁ ଟିକେଟ୍ ଦେବା ପାଇଁ ଲବି ଆରମ୍ଭ କରିଥିବା ବେଳେ, ଅନ୍ୟ ଜଣକୁ ଦଳ ସମ୍ପୂର୍ଣ୍ଣ ଭାବେ ନିର୍ବାଚନରୁ ଦୂରେଇ ରଖିବାକୁ ଚାହୁଁଛି।

ସେହିପରି ଜଣେ ମହିଳା ମନ୍ତ୍ରୀ ମଧ୍ୟ କୁଆଡ଼େ ଏଥର ଟିକେଟ୍‌ରୁ ବଂଚିତ ହେବେ। ପଶ୍ଚିମ ଓଡ଼ିଶାର ଜଣେ ରାଷ୍ଟ୍ରମନ୍ତ୍ରୀଙ୍କ ଚକ୍ରାନ୍ତ ଓ ଏକ ପ୍ରଭାବଶାଳୀ ପରିବାରକୁ ଖୁସି କରିବା ନିମନ୍ତେ ଏହି ମହିଳା ମନ୍ତ୍ରୀଙ୍କୁ ଟିକେଟରୁ ଦଳ ବଂଚିତ କରିବ ବୋଲି ଚର୍ଚ୍ଚା ହେଉଛି।

ସେହିପରି ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲାର ଦଳୀୟ ସଭାପତିଙ୍କୁ ମଧ୍ୟ ଏଥର ଟିକେଟ୍ ନଦେବା ପାଇଁ ଦଳ ଯୋଜନା କରିଛି।

ପ୍ରାୟ ୪୫ରୁ ୫୦ ଜଣ ବିଧାୟକଙ୍କୁ ପୁଣିଥରେ ଟିକେଟ୍ ନଦେଇ ସେମାନଙ୍କ ସ୍ଥାନରେ ବିକଳ୍ପ ନେତା ଖୋଜିବା କାର୍ଯ୍ୟକୁ ଦଳ କୁଆଡ଼େ ଏବେ ଜୋରଦାର କରିଛି ବୋଲି ଚର୍ଚ୍ଚା ହେଉଛି। ଏ ଖବର ମିଳିବା ପରେ ଦଳ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। କିଏ କେତେବେଳେ କେଉଁଥି ପାଇଁ ଟିକଟରୁ ବାଦ୍ ପଡ଼ିବ ତାକୁ ନେଇ ଆତଙ୍କ ଖେଳିଯାଇଛି।



from OdishaReporter https://ift.tt/2O5RlcM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages