
ଇସ୍ଲାମାବାଦ: ଭାରତର ସୁପ୍ରିମକୋର୍ଟ ଗତବର୍ଷ ମୁସଲିମ୍ ଧର୍ମରେ ପ୍ରଚଳିତ ତତ୍କାଳ ତିନି ତଲାକ୍ ପ୍ରଥାକୁ ଅବୈଧ ଦର୍ଶାଇଥିଲେ। ଏପରିକି ଏହି ପ୍ରଥାକୁ ବେଆଇନ୍ ଏବଂ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନୂଆ ଟ୍ରିପଲ୍ ତଲାକ୍ ସଂଶୋଧିତ ବିଲ୍ ଆଣିବାକୁ ପ୍ରୟାସ କରୁଛନ୍ତି।
ଭାରତଠାରୁ ପ୍ରେରଣା ପାଇ ଏବେ ପାକିସ୍ତାନ ମଧ୍ୟ ତିନି ତଲାକ୍ ପ୍ରଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରୁଛି। ପାକିସ୍ତାନର ‘କାଉନସିଲ୍ ଅଫ୍ ଇସ୍ଲାମିକ୍ ଆଡୋଲଜି’ (ଆଇଆଇସି) ତତ୍କାଳ ତିନି ତଲାକ୍ ପ୍ରଥାକୁ ଅବୈଧ ଦର୍ଶାଇବା ସହ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିବାକୁ ସୁପାରିସ୍ କରିଛି।
ସି.ଆଇ.ଆଇ. ହେଉଛି ‘ଇସ୍ଲାମିକ୍ ରିପବ୍ଲିକ୍ ଅଫ୍ ପାକିସ୍ତାନ’ର ସାମ୍ବିଧାନିକ। ସିଆଇଆଇ, ଇସ୍ଲାମିକ୍ ପ୍ରସଙ୍ଗରେ ପରିବର୍ତ୍ତନ ଓ ନୂଆ ନିୟମ ପ୍ରଣୟନ ପାଇଁ ସଂସଦ ଓ ପାକ୍ ସରକାରଙ୍କୁ ପରାମର୍ଶ ଦେଇଥାଏ।
ସିଆଇଆଇ ଅଧ୍ୟକ୍ଷ କ୍ୟୁବାଲା ଆୟଜ କହିଛନ୍ତି, ‘ଗତବର୍ଷ ଭାରତର ସୁପ୍ରିମକୋର୍ଟ ତତ୍କାଳ ଟ୍ରିପଲ୍ ତଲାକ୍ ନିୟମକୁ ଅବୈଧ ଘୋଷଣା କରିବା ପରେ, ପାକିସ୍ତାନରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା। ପାକିସ୍ତାନରେ ମଧ୍ୟ ସେଭଳି ନିୟମ ଲାଗୁ ହେବା ଦରକାର। ତେଣୁ ପାକିସ୍ତାନରେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି ସେ କହିଛନ୍ତି।’
ସେ ଆହୁରି ମଧ୍ୟ କହିଛନ୍ତି, ‘ପାକିସ୍ତାନରେ ନୂଆ ସରକାର ଆସିବା ପରେ, ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ସିଆଇଆଇ ଆଉଥରେ ସୁପାରିସ୍ କରିବ।
from OdishaReporter https://ift.tt/2OvHT3k
No comments:
Post a Comment