ଏମିତି ବି ହୋଇଥିଲା: ମାତ୍ର ୨ ଘଣ୍ଟା ଭିତରେ ଏକ କ୍ଲିନିକ୍‌ରେ ବିବାହ କରିଥିଲେ ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଏମିତି ବି ହୋଇଥିଲା: ମାତ୍ର ୨ ଘଣ୍ଟା ଭିତରେ ଏକ କ୍ଲିନିକ୍‌ରେ ବିବାହ କରିଥିଲେ ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦି ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀଙ୍କ ଜନ୍ମ ୧୯୩୨ ମସିହା ଆଜିର ଦିନରେ ହୋଇଥିଲା। ଅଭିନେତ୍ରୀ ଭାବେ ସେ ବଲିଉଡ୍‌ରେ ଖୁବ୍ ଲୋକପ୍ରିୟ ଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ନିଜର ଏକ ବିଶେଷ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ। କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ଥିଲା ଖୁବ୍ ଦୁଃଖଭରା।

୧୯୭୨ ମସିହା ମାର୍ଚ୍ଚ ୩୧ ତାରିଖରେ ମୀନାଙ୍କର ଦେହାନ୍ତ ହୋଇଯାଇଥିଲା। ହେଲେ ତାଙ୍କ ଅଭିନୟ ଆଜି ବି ଦର୍ଶକଙ୍କ ହୃଦୟରେ ରହିଯାଇଛି। ବହୁସଂଖ୍ୟାରେ ଦୁଃଖଭରା ଦୃଶ୍ୟରେ ଚମତ୍କାର ଅଭିନୟ ପାଇଁ ମୀନାଙ୍କୁ ବଲିଉଡର ଟ୍ରାଜେଡି କ୍ୱିନ୍ ବୋଲି ମଧ୍ୟ କୁହାଯାଏ।

ମାତ୍ର ୭ ବର୍ଷ ବୟସରେ ହିଁ ଅଭିନୟ ଆରମ୍ଭ କରିଦେଇଥିଲେ ମୀନାକୁମାରୀ। ଫିଲ୍ମ ନିର୍ମାତା କମାଲ୍ ଅମରୋରୀ, ତାଙ୍କ ଅଭିନୟରେ ବେଶ୍‌ ପ୍ରଭାବିତ ଥିଲେ ଓ ନିଜ ଫିଲ୍ମରେ ନେବାକୁ ଚାହିଁଥିଲେ। ହେଲେ କମାଲଙ୍କର ରସିକିଆ ସ୍ୱଭାବ ପାଇଁ ତାଙ୍କ ସହ କାମ କରିବାରୁ ଚାହିଁ ନଥିଲେ ମୀନା।

ହେଲେ କମାଲ୍‌ଙ୍କ ଫିଲ୍ମରେ ଅଭିନୟ କରିବାକୁ ମୀନାଙ୍କ ବାପା ଅଡ଼ି ବସିଥିଲେ। ଫଳରେ ଏହି ଫିଲ୍ମଟି ପାଇଁ ମୀନା ରାଜି ହୋଇଥିଲେ। ହେ ସେ ଫିଲ୍ମଟି ଆଉ ନିର୍ମାଣ ହୋଇପାରି ନଥିଲା।

ଫିଲ୍ମ ସିନା ହେଲାନି, ନିର୍ମାତା କମାଲ ଅମରୋହୀ କିନ୍ତୁ ମୀନାଙ୍କ ଦିୱାନା ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ମୀନା ମଧ୍ୟ ତାଙ୍କ ପ୍ରେମକୁ ସ୍ୱୀକାର କରିନେଇଥିଲେ। ହେଲେ ସେମାନେ ବିବାହ କରିବା ଅବସ୍ଥାରେ ନଥିଲେ। କାରଣ କମାଲ ପୂର୍ବରୁ ହିଁ ବିବାହିତ ଥିଲେ।

ହେଲେ ପ୍ରେମ ତ ବାଧାବନ୍ଧନ ମାନେନି। ତେଣୁ ଧୀରେ ଧୀରେ ମୀନା ଓ କମାଲ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଭୀର ହେବାରେ ଲାଗିଲା। ତେଣୁ ସ୍ଥିତି ଏମିତି ହେଲା ଯେ, ଦୁହେଁ ନ ବାହା ହୋଇ ଆଉ ଉପାୟ ନଥିଲା।

କିନ୍ତୁ ମୀନା କୁମାରୀଙ୍କ ବାପା ଏହି ବାହାଘରରେ ରାଜି ନଥିଲେ। ଏପରି ସ୍ଥିତିରେ କମାଲ ଓ ତାଙ୍କ ବନ୍ଧୁମାନେ ମୀନାଙ୍କୁ ବୁଝାଇ ଦେଇଥିଲେ ଯେ, ଦୁହେଁ ପ୍ରଥମେ ନିକାହ କରିଦିଅନ୍ତୁ, ପରେ ସମୟ ଦେଖି ବାପା ମା’ଙ୍କୁ ବୁଝାଇ ଦେବେ। ଏହାପରେ ୧୯୫୨ ମସିହା ଫେବୃଆରୀ ୧୪ ତାରିଖରେ ତାଙ୍କର ନିକାହ ହୋଇଗଲା।

ଦୁହିଁଙ୍କ ବାହାଘରର କାହାଣୀ ମଧ୍ୟ ମନେରହିଲା ପରି ଥିଲା। ପରିସ୍ଥିତିକୁ ଦେଖି ଦୁହେଁ ମାତ୍ର ଦୁଇଘଣ୍ଟା ଭିତରେ ସମସ୍ତଙ୍କୁ ଲୁଚି ଲୁଚି ବାହା ହୋଇଯାଇଥିଲେ। ମୀନାଙ୍କର ଫିଜିଓଥେରାପି ଯେଉଁ କ୍ଲିନିକ୍‌ରେ ଚାଲିଥିଲା, ସେଠି ତାଙ୍କ ବାପା ଅଲ୍ଲୀ ବକ୍ସ, ପ୍ରତିଦିନ ସନ୍ଧ୍ୟା ୮ଟାରେ ମୀନା ଓ ତାଙ୍କ ଭଉଣୀଙ୍କୁ ସେଠାରେ ଛାଡ଼ିକି ଯାଉଥିଲେ ଓ ରାତି ୧୦ଟାରେ ନେବାକୁ ଆସୁଥିଲେ।

୧୯୫୨ ମସିହା ଫେବୃଆରୀ ୧୪ ତାରିଖ ଦିନ, ଦୁହିଁଙ୍କର ବିବାହ ମାତ୍ର ସେହି ଦୁଇଘଣ୍ଟା ଗ୍ୟାପ୍ ଭିତରେ କରିବାକୁ ଦୁହେଁ ଯୋଜନା କରିଥିଲେ।

କମାଲଙ୍କର ବନ୍ଧୁ , କାଜି ଓ କାଜିଙ୍କ ଦୁଇପୁଅ ସେହି କ୍ଲିନିକ୍‌ରେ ପହଞ୍ଚି ନିକାହ ପ୍ରକ୍ରିୟା ସମ୍ପନ୍ନ କରିଥିଲେ। କାଜିଙ୍କ ଦୁଇପୁଅ ଓ କମାଲଙ୍କ ବନ୍ଧୁ ନିକାହର ସାକ୍ଷୀ ମଧ୍ୟ ଦେଇଥିଲେ। ମୀନା ଓ କମାଲଙ୍କର ଏହି ବିବାହକୁ ଦୁହିଁଙ୍କ ପରିବାର ଲୋକେ କେବେହେଲେ ସ୍ୱୀକାର କରିନଥିଲେ।

ଏହାପରେ ମୀନା କୁମାରୀ ତାଙ୍କ ଘରେ ରହିଥିଲେ ଓ କମାଲ୍‌ଙ୍କ ସହ ମିଳିମିଶି ରହିବାର ସେ ଶୁଭ ଦିନକୁ ଅପେକ୍ଷା କରିଥିଲେ। କିନ୍ତୁ ସ୍ଥିତି ବଦଳି ଯାଉଥିଲା। ଦୁହେଁ ଧର୍ଯ୍ୟ ହରାଉଥିଲେ। ଶେଷରେ କମାଲ ମୀନାଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ସେ ଲେଖିଥିଲେ- ମୀନା, ଆମ ନିକାହକୁ ଏକ ଦୁର୍ଘଟଣା ଭାବି ତମେ ମତେ ଭୁଲିଯାଅ।

ଏହାର ଜବାବରେ ମୀନା ଲେଖିଥିଲେ- ‘ତୁମେ ମତେ କେବେ ବୁଝି ପାରିଥିଲ, କିମ୍ବା ଆଗକୁ କେବେ ବୁଝି ବି ପାରିବନାହିଁ। ତେଣୁ ଭଲ ହେବ, ତୁମେ ମୋତେ ତଲାକ୍ ଦେଇଦିଅ।’

ଆଜି ମୀନାଙ୍କ ଜନ୍ମଦିନ ଉପଲକ୍ଷେ ସାରା ବଲିଉଡ୍ ତାଙ୍କୁ ମନେପକାଉଛି। ଏପରିକି ଗୁଗୁଲ୍‌ ମଧ୍ୟ ମୀନା କୁମାରୀଙ୍କ ଡୁଡ୍‌ଲ ବନାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।



from OdishaReporter https://ift.tt/2vnyuSX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages