ବିମାନରେ ଚାଲିଗଲା ୪ମାସ ଶିଶୁର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ବିମାନରେ ଚାଲିଗଲା ୪ମାସ ଶିଶୁର ଜୀବନ

ହାଇଦ୍ରାବାଦ: ବେଙ୍ଗାଲୁରୁରୁ-ପାଟନା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ଗତକାଲି ଜଣେ ୪ ମାସ ଶିଶୁର ମୃତ୍ୟୁ ଘଟିଛି। ଶ୍ୱାସରୁଦ୍ଧ ହୋଇ ଶିଶୁଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ଶୁଶୁଟିକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଓ ପରେ ହାଇଦ୍ରାବାଦ ବିମାନ ବନ୍ଦରରେ ତା’ର ମୃତ୍ୟୁ ଘଟିଥିଲା। ପୋଲିସ କହିବା ଅନୁଯାୟୀ ୬ଇ ୮୯୭ ଇଣ୍ଡିଗୋ ବିମାନରେ ଶିଶୁପୁତ୍ରଟି ନିଜ ବାପା ମା’ଙ୍କ ସହ ବେଙ୍ଗାଲୁରୁରୁ ଯାତ୍ରା କରୁଥିଲେ। ତେବେ ବିମାନ ଉଡ଼ାଣ ଆରମ୍ଭ ହେବା ମାତ୍ରେ  ଶିଶୁଟି ଅସୁସ୍ଥ ହୋଇ ପଡ଼ିଥିଲା।।

ସଙ୍ଗେ ସଙ୍ଗେ ଶିଶୁଟିକୁ ହାଇଦ୍ରାବାଦ ନେଇଯିବାକୁ ନିଷ୍ପତ୍ତି ହୋଇଥିଲା। ହାଇଦ୍ରାବାଦରେ ବିମାନରୁ ପିଲାଟିଟିକୁ ଓହ୍ଲାଇବା ମାତ୍ରେ ତାକୁ ସଙ୍ଗେ ସଙ୍ଗେ ଘରୋଇ ହସପିଟାଲକୁ ନିଆଯାଇଥିଲା।  ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଶିଶୁଟିର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଉକ୍ତ ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍‌ସ ଦୁଃଖ ପ୍ରକାଶ କରିଛ।  ପୁଲିସ୍ ସିଆର୍‌ପିସି ଧାରା ୧୭୪ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଛି।



from OdishaReporter https://ift.tt/2vrarTb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages