୨୮୭ରେ ଅଟକିଲା ଇଂଲଣ୍ଡ, ଭାରତର ବ୍ୟାଟିଂ ବପର୍ଯ୍ୟୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

୨୮୭ରେ ଅଟକିଲା ଇଂଲଣ୍ଡ, ଭାରତର ବ୍ୟାଟିଂ ବପର୍ଯ୍ୟୟ

ଲଣ୍ଡନ: ବର୍ମିଂହାମର ଏଜବାଷ୍ଟନ୍‌ରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲେ ହେଁ ଭାରତୀୟ ବୋଲ୍‌ରଙ୍କ ଘାତକ ବୋଲିଂ ଆଗରେ  ତିଷ୍ଠି ନପାରି ଦଳ ମାତ୍ର ୨୮୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି।

ଅନ୍ୟପକ୍ଷରେ ଭାରତ ତା’ର ପ୍ରଥମ ଇନିଂସ୍‌ରେ ବ୍ୟାଟିଂ ବପିର୍ଯ୍ୟୟର ସମ୍ମୁଖୀନ ହୋଇଛି।  ଶେଷ ଖବର ସୁଦ୍ଧା ଦଳ ୭୧ ରନ୍‌ରେ ୩ଟି ୱିକେଟ୍‌ ହରାଇଛି।  ବିରାଟ କୋହଲି ୮ ରନ୍‌ ଓ ଅଜିଙ୍କ୍ୟ ରାହଣେ ୪ ରନ୍‌ କରି ଅପରାଜିତ ଅଛନ୍ତି।

ଭାରତର ଦୁଇ ଓପନର୍‌ ମୁରଲୀ ବିଜୟ ଓ ଶିଖର ଧୱନ ଭଲ ଆରମ୍ଭ କରିଥିଲେ। ବିନା ୱିକେଟ୍‌ରେ ଦଳୀୟ ସ୍କୋର ୫୦ରେ ପହଞ୍ଚିଥିଲା।

ବ୍ୟକ୍ତିଗତ ୨୦ ରନ୍‌ କରି ମୁରଲୀ ବିଜୟ ଆଉଟ୍‌ ହେବା ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା।

ସାମ କ୍ୟୁରେନ୍‌ ବିଜୟଙ୍କୁ ଏଲବିଡବ୍ଲ୍ୟୁ କରି ଇଂଲଣ୍ଡକୁ ପ୍ରଥମେ  ସଫଳତା ଦେଇଥିଲେ।  ବିଜୟଙ୍କ ସ୍ଥାନରେ ଆସିଥିବା ଲୋକେଶ ରାହୁଲ ମାତ୍ର ୪ ରନ୍‌ କରି ସାମ୍‌ କ୍ୟୁରେନ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

ଏହାପରେ କ୍ୟୁରେନ୍‌ ଶିଖର ଧାୱନ୍‌ଙ୍କୁ ଆଉଟ୍‌ କରି ଭାରତକୁ ତୃତୀୟ ଝଟ୍‌କା ଦେଇଥିଲେ। ପ୍ୟାଭିଲିୟନ୍‌ ଫେରିବା ପୂର୍ବରୁ ଧୱନ୍‌ ୨୬ ରନ୍‌ କରିଥିଲେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୯ ୱିକେଟ୍‌ରେ ୨୮୫ ରନ୍‌ କରିଥିଲା। ଆଜି ଆଉ ମାତ୍ର ୨ ରନ୍‌ ଯୋଡ଼ି ଇଂଲଣ୍ଡ ଅଲଆଉଟ୍‌ ହୋଇଯାଇଥିଲା। ମହମ୍ମଦ ସାମି ଭାରତକୁ ଏହି ସଫଳତା ଦେଇଥିଲା।

ଭାରତ ପକ୍ଷରୁ ରବିଚନ୍ଦ୍ରନ୍‌ ଅଶ୍ୱିନ ୪ଟି, ମହମ୍ମଦ ସାମି ୩ଟି ଓ ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମା ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

 



from OdishaReporter https://ift.tt/2M2t5es

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages