ହ୍ରାସ ପାଇଲା ଟଙ୍କାର ମୂଲ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ହ୍ରାସ ପାଇଲା ଟଙ୍କାର ମୂଲ୍ୟ

ନୂଆଦିଲ୍ଲୀ: ନିମ୍ନଗାମୀ ହେବାରେ ଲାଗିଛି ଡଲାର ତୁଳନାରେ ଟଙ୍କାର ମୂଲ୍ୟ। ଏବେ ଗୋଟିଏ ଡଲାର୍‌ର ମୂଲ୍ୟ ୭୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହା ୬୯.୮୫ ଟଙ୍କା ଥିଲା।

ମଙ୍ଗଳବାର କାରବାର ଆରମ୍ଭ ହେବା କ୍ଷଣି ଟଙ୍କାର ମୂଲ୍ୟରେ ରେକର୍ଡ ହ୍ରାସ ଘଟିଥିଲା।  ଏବେ ଗୋଟିଏ ଡଲାର ବିନିମୟରେ ଟଙ୍କାର ମୂଲ୍ୟ ୭୦.୧୦ ଟଙ୍କାରେ ପହଞ୍ଚିଛି।

ତୁର୍କୀରେ ପ୍ରଚଳିତ ମୁଦ୍ରା ଲିରାର ସଙ୍କଟ ଯୋଗୁ ଏହାର ନକାରାତ୍ମକ ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡ଼ିଛି। ବର୍ତ୍ତମାନର ସ୍ଥିତି କାଏମ ରହିଲେ, ଆଗକୁ ଡଲାର ବିନିମୟ ମୂଲ୍ୟ ୭୧ ଟଙ୍କା ଛୁଇଁବା ଆଶଙ୍କା କରାଯାଉଛି।

ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ବୃହତ ବଜାରର ବୃଦ୍ଧି, ଡଲାର୍‌ର ସୁଦୃଢ଼ ସ୍ଥିତି ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ହେବା କାରଣରୁ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।



from OdishaReporter https://ift.tt/2wabQ0u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages