
ନାରାୟଣପାଟଣା (ପି.ଗୋବିନ୍ଦ ସୁବୁଦ୍ଧି): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ଆଜି ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି। ଏଥିରୁ ବାଦ ପଡ଼ିନି ମାଓପ୍ରବଣ କୋରାପୁଟ୍ ଜିଲ୍ଲା। ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ମାଟି ଧସିବାରୁ ହୀରାଖଣ୍ଡ ଓ ରାଉରକେଲା ଏକ୍ସପ୍ରେସ୍ ଅଧାରାସ୍ତାରେ ଅଟକି ରହିଛି।

ରେଳ ବିଭାଗ ଖବର ପାଇ ଉଦ୍ଧାର କାର୍ଯ୍ୟ ଚଳାଇଛି। ବର୍ଷା ଲାଗି ରହିଥିବାରୁ କାମରେ ବିଳମ୍ୱ ହେଉଛି। ଆଜି ରାତି ସୁଦ୍ଧା ଉଦ୍ଧାରକାର୍ଯ୍ୟ ସରିବ ବୋଲି ଜଣାପଡ଼ିଛି।
from OdishaReporter https://ift.tt/2OALU65
No comments:
Post a Comment