ପାର୍ଟନ୍‌ର ଦୂରେଇ ଯାଉଛନ୍ତି କି ? ତାଙ୍କୁ ଦୋଷ ନଦେଇ ନିଜର ଏ ଭୁଲ ସୁଧାରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ପାର୍ଟନ୍‌ର ଦୂରେଇ ଯାଉଛନ୍ତି କି ? ତାଙ୍କୁ ଦୋଷ ନଦେଇ ନିଜର ଏ ଭୁଲ ସୁଧାରନ୍ତୁ

love

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ସମୟରେ ଦେଖିବାକୁ ମିଳିଥାଏ ଇଚ୍ଛା ଥିଲେ ବି ପ୍ରେମୀ ଯୁଗଳ ପରସ୍ପରକୁ ସାକ୍ଷାତ କରିପାରିନାହାନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ବାଦବିବାଦ ବଢ଼ିବା ସହ ଦୂରତା ଆସିଯାଇଥାଏ।

କେବଳ ପ୍ରେମୀ ଯୁଗଳ ନୁହନ୍ତି, ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଏପରି ସମସ୍ୟା ଦେଖାଦେଇଥାଏ।

loveଆପଣଙ୍କ ପାର୍ଟନର ଆପଣଙ୍କୁ ସାକ୍ଷାତ କରିପାରୁ ନାହାନ୍ତି ଓ କାର୍ଯ୍ୟ ବ୍ୟସ୍ତତାକୁ ଏହାର କାରଣ ଭାବେ ଦର୍ଶାଉଛନ୍ତି କି ? ଯଦି ଏପରି ହେଉଥାଏ, ତେବେ ଏଥିରେ କେବଳ ତାଙ୍କର ଭୁଲ ଅଛି ବୋଲି ଭାବନ୍ତୁ ନାହିଁ। ଏପରି ସ୍ଥିତି ଉପୁଜିବା ପାଇଁ ଆପଣଙ୍କର ବି କିଛି ଭୁଲ ଥାଇପାରେ।

ଏପରି ସମସ୍ୟାରୁ ମୁକୁଳିବାକୁ ହେଲେ ଆପଣଙ୍କୁ ହିଁ କିଛି କରିବାକୁ ପଡ଼ିବ। ଏଥିପାଇଁ ନିଜ ପାର୍ଟନରଙ୍କୁ ମନେ ପକାନ୍ତୁ ଓ ସମୟ ବାହାର କରି ସାକ୍ଷାତ କରନ୍ତୁ। ଏହାସହ ଅନ୍ୟ କିଛି ଉପାୟ ଅଛି, ଯାହାଦ୍ୱାରା ଏ ସମସ୍ୟାରୁ ମୁକୁଳି ପାରିବେ।

ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କଲେ ପାର୍ଟନରଙ୍କ ସହ ଥିବା ମନୋମାଳିନ୍ୟ ଦୂର ହୋଇଯିବ।

loveପ୍ରେମିକ/ ପ୍ରେମିକା ସହ ଚିପ୍କି ରୁହନ୍ତୁ ନାହିଁ: ଯଦି ପାର୍ଟନରକୁ ବାରମ୍ବାର କଲ୍ କିମ୍ବା ମେସେଜ୍ କରୁଛନ୍ତି ତେବେ ତାହା ଶୀଘ୍ର ବନ୍ଦ କରନ୍ତୁ। ଏମିତି କଲେ ଆପଣଙ୍କ ପାର୍ଟନର୍ ବିରକ୍ତି ପ୍ରକାଶ କରିବେ ଓ ଆପଣଙ୍କ ଗୁରୁତ୍ୱ ମଧ୍ୟ କମିଯିବ। ପ୍ରଥମେ ପ୍ରଥମେ ଏହା ଆପଣଙ୍କୁ କଷ୍ଟ ଦେଇପାରେ। କିନ୍ତୁ ଚେଷ୍ଟା କରନ୍ତୁ, ଏମିତି କରିବା ଦ୍ୱାରା ଆପଣଙ୍କ ପାର୍ଟନର ଆପଣଙ୍କ ଗୁରୁତ୍ୱ ବୁଝିବେ।

loveନିଜ ଉପରେ ଗୁରୁତ୍ୱ: ଆପଣ ସବୁ କାମରେ ତାଙ୍କ ଉପରେ ନିର୍ଭର କରୁଛନ୍ତି କି ? ଯଦି ହଁ, ତେବେ ନିଜ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ନହେଲେ, ସେ ଏହାକୁ ଆପଣଙ୍କ ଦୁର୍ବଳତା ବୋଲି ଭାବିବେ। ନିଜର ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ। ସେ ଆପଣଙ୍କ ମୂଲ୍ୟ ନିଶ୍ଚିତ ବୁଝିବେ।

loveସୁନ୍ଦରତା: ନିଜର ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟି ଦିଅନ୍ତୁ। ଆମେ ବାହାରର ସୁନ୍ଦରତା କଥା କହୁନୁ। ନିଜ ଆଚାର, ବ୍ୟବହାର ବି ଭଲ ହେବା ଦରକାର। ଯଦି ଆପଣଙ୍କ ପାର୍ଟନରଙ୍କୁ ଲାଗେ ଆପଣଙ୍କ ବ୍ୟବହାର ତାଙ୍କ ପ୍ରତି ଠିକ୍ ରହୁନାହିଁ, ସେ ଦୂରେଇବାକୁ ଆରମ୍ଭ କରିବେ।

loveଜ୍ଞାନ ବଢ଼ାନ୍ତୁ: ଖାଲି ସୁନ୍ଦର ଦିଶିଲେ ଚଳିବ ନାହିଁ। ନିଜ ଜ୍ଞାନ ବଢ଼ାନ୍ତୁ। କାରଣ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନିଜ ପାର୍ଟନର ସହ ଆଲୋଚନା କରିବାକୁ ସମସ୍ତେ ପସନ୍ଦ କରନ୍ତି। ଯଦି ତାଙ୍କର ଧାରଣା ହେବ କୌଣସି ପ୍ରସଙ୍ଗରେ ଆପଣଙ୍କ ସହ ଆଲୋଚନା କରି କିଛି ଲାଭ ମିଳିବ ନାହିଁ, ତେବେ ସେ ଆପଣଙ୍କଠାରୁ ଦୂରେଇବାକୁ ଆରମ୍ଭ କରିବେ।

loveରେମାନ୍ସ: ରୋମାଣ୍ଟିକ୍ ହେବା କେବଳ ପୁଅଙ୍କ କାମ ନୁହେଁ, ଝିଅମାନେ ବି ଏଥିପ୍ରତି ଗୁରୁତ୍ୱ ଦେବା ଦରକାର। ନିଜ ବୟଫ୍ରେଣ୍ଡକୁ ଖୁସି କରିବା ଦରକାର। ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତୁ। ଏପରି କଲେ, ସେ ଆପଣଙ୍କ ପ୍ରତି ଅଧିକ ଆକର୍ଷିତ ହେବେ।



from Odisha Reporter https://ift.tt/2BsSqtE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages