ଆମ ମେୟରଙ୍କ ସାଧାରଣ ଜ୍ଞାନ ଏମିତି, ଟ୍ୱିଟ୍‌ରେ ଲେଖିଲେ ୨୭ତମ ସ୍ୱାଧୀନତା ଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଆମ ମେୟରଙ୍କ ସାଧାରଣ ଜ୍ଞାନ ଏମିତି, ଟ୍ୱିଟ୍‌ରେ ଲେଖିଲେ ୨୭ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସାଧାରଣ ସମ୍ପାଦକ ତଥା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସାଧାରଣ ଜ୍ଞାନକୁ ନେଇ ଏବେ ଚର୍ଚ୍ଚା। ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ବାବୁ ଏବେ ନୂଆ ନୂଆ ଟ୍ୱିଟର୍ ଆକାଉଣ୍ଟ ହ୍ୟାଣ୍ଡଲ୍ କରୁଛନ୍ତି।

କିନ୍ତୁ ମେୟର ମହାଶୟ ଦେଶର ସ୍ୱାଧୀନତା ଦିବସ ପାଳନ ଉଦ୍ଦେଶ୍ୟରେ ସୋଶାଲ ମିଡିଆରେ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ବିଭିନ୍ନ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ସମଗ୍ର ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ମେୟର ମହାଶୟ ୨୭ତମ ସ୍ୱାଧୀନତା ଦିବସର ଶୁଭକାମନା ଜଣାଉଛନ୍ତି।

ଦେଶର ଏକ ନମ୍ବର ସ୍ମାର୍ଟ ସିଟିର ମେୟର ବୋଲି ନିଜ ଟ୍ୱଟର୍ ଆକାଉଣ୍ଟରେ ଦମ୍ଭୋକ୍ତି କରୁଥିବା ବାବୁ ଅନନ୍ତ ଆଜି ଦିନ ୧୨ଟା ୫୦ମିନିଟରେ ସୋଶାଲ ମିଡିଆରେ ନିଜର ସମର୍ଥକ ଓ ସହରବାସୀଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଭିନନ୍ଦନ ଜଣାଇଥିଲେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସେ ୨୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ସୂଚନା ଦେଇଥିଲେ।

ତେବେ ମେୟରଙ୍କ ଏହି ଟ୍ୱିଟ୍‌କୁ ନେଇ ସଙ୍ଗେସଙ୍ଗେ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ପ୍ରକାଶ ପାଇବା ଆରମ୍ଭ ହୋଇଛି। ମେୟରଙ୍କ ସାଧାରଣ ଜ୍ଞାନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚର୍ଚ୍ଚା ହେଉଛି, ମେୟରଙ୍କୁ ତାଙ୍କର କିଛି ସମର୍ଥକ କୁଆଡ଼େ ଏଭଳି ତ୍ରୁଟି ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ସେ ସଂଶୋଧନ ପାଇଁ ଆଗ୍ରହ ଦେଖାଇ ନାହାନ୍ତି।

ତଥାକଥିତ ଏକ ନମ୍ବର ସ୍ମାର୍ଟ ସିଟିର ମେୟର ହୋଇଥିବାରୁ ବାବୁ କୁଆଡ଼େ କାହିଁରେ କେତେ ପାୱାରଫୁଲ୍ ବୋଲି ନିଜକୁ ଭାବନ୍ତି। ବିମୁଦ୍ରାକରଣବେଳେ କୁଆଡ଼େ ଦଳକୁ ସେ ଯେଉଁ ସହଯୋଗ କରିଥିଲେ ସେଇଥିପାଇଁ ତାଙ୍କୁ ଆଗାମୀ ନିର୍ବାଚନରେ ପୁରସ୍କାର ମିଳିବ ବୋଲି ତାଙ୍କର କେତେଜଣ ସମର୍ଥକ କହି ବୁଲୁଛନ୍ତି।

ଆଉ ଭୁବନେଶ୍ୱର(ମଧ୍ୟ) ଆସନରୁ ବାବୁ କୁଆଡ଼େ ପ୍ରାର୍ଥୀ ହେବେବୋଲି ସେଇମାନେ ପ୍ରଚାର କରୁଛନ୍ତି। ତେଣୁ ସ୍ୱାଧୀନତା ଦିବସ ୨୭ତମ ହେଉ କି ୭୨ତମ, ସେଥିରେ ବାବୁଙ୍କର କ’ଣ ଯାଏଆସେ ବୋଲି ଚର୍ଚ୍ଚା।



from OdishaReporter https://ift.tt/2vMV2NR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages