
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ଆଜି ରାତିରେ ରାଜ୍ୟର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବର୍ଷା, ଝଡ଼ତୋଫାନ ଓ ବଜ୍ରପାତ ହେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
ଆଜି ରାତି ୯ଟା ସୁଦ୍ଧା ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ନୂଆପଡ଼ା, ସୋନପୁର, ବୌଦ୍ଧ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବ। ବଜ୍ରପାତ ମଧ୍ୟ ହେବ। ଏହି ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ। ତେଣୁ ଏହି ସମୟରେ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଲଗାଣ ବର୍ଷା ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଛି। ୨୪ ଘଣ୍ଟା ଧରି ବର୍ଷା ଲାଗି ରହିଥିବାରୁ କୋରାପୁଟ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସ୍ଥିତି ସଂଗୀନ ହୋଇଛି। ବହୁ ସ୍ଥାନରେ ନଈ, ନାଳ ଉଛୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ବଂଶଧାରା ଓ ନାଗାବଳୀ ନଦୀରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ନର୍ଲା–ରୂପ୍ରା ରୋଡ୍ ମଧ୍ୟରେ ରେଲୱେ ବ୍ରିଜ୍ ଟ୍ରାକ୍ ଧୋଇ ଯାଇଥିବା ବେଳେ ମାଟି ଅତଡ଼ା ଧସିବାରୁ ରାୟଗଡ଼ା–କୋରାପୁଟ ରୁଟ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।
from OdishaReporter https://ift.tt/2w8v1I6
No comments:
Post a Comment