ଏନ୍‌ଆର୍‌ଏସ୍‌ ଲିଷ୍ଟରେ ନାଁ ନଥିଲେ ବି ଭୋଟ୍‌ ଦେଇ ପାରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଏନ୍‌ଆର୍‌ଏସ୍‌ ଲିଷ୍ଟରେ ନାଁ ନଥିଲେ ବି ଭୋଟ୍‌ ଦେଇ ପାରିବେ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆସାମ ନ୍ୟାଶନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନ୍‌ସ (ଏନ୍‌ଆରସି)ର ଚୂଡ଼ାନ୍ତ ଡ୍ରାଫ୍ଟ ତାଲିକାରୁ ୪୦ ଲକ୍ଷ ଲୋକ ବାବ୍ ପଡ଼ିବା ଘଟଣାକୁ ନେଇ ରାଜନୀତିକ ବୟାନବାଜି ଜାରି ରହିଛି।

ଏହି ଘଟଣାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ଏହାକୁ ନେଇ ହଙ୍ଗାମା ଜାରି ରହିଛି।

ଏପରି ସ୍ଥିତିରେ ଆଜି ଭାରତୀୟ ନିର୍ବାଚନ କମିଶନ ବଡ଼ ଘୋଷଣା କରିଛନ୍ତି। କହିଛନ୍ତି ଡ୍ରାଫ୍ଟ ତାଲିକାରୁ ବାଦ୍‌ ପଡ଼ିଥିବା ଲୋକମାନେ ପୂର୍ବଭଳି ଭୋଟ୍‌ ଦେଇପାରିବେ। ଭୋଟ୍‌ ଦାନ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର୍‌ ଓମ୍‌ ପ୍ରକାଶ ରାୱତ କହିଛନ୍ତି, ଆସାମ ନାଗରିକତ୍ୱ ତାଲିକାରରୁ ବାଦ୍‌ ପଡ଼ିଥିବା ବ୍ୟକ୍ତିମାନଙ୍କ ନାଁ ଯଦି ଭୋଟର ତାଲିକାରେ ଥିବ, ସେମାନେ ପୂର୍ବଭଳି ଭୋଟ୍‌ ଦେଇପାରିବେ। ନିର୍ବାଚନ କମିଶନ ଏନ୍‌ଆର୍‌ସିର ଚୂଡ଼ାନ୍ତ ତାଲିକାକୁ ଅପେକ୍ଷା କରିବ ନାହିଁ। ଜାନୁଆରୀରେ ଭୋଟର୍ ତାଲିକା ପ୍ରକାଶ ପାଇବ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଏନ୍‌ଆର୍‌ସି ସହ ଯୋଗାଯୋଗ ଚାଲିଛି।

ବାଦ୍‌ ପଡ଼ିଥିବା ୪୦ ଲକ୍ଷ ଲୋକ ଭୋଟ୍‌ ଦେଇପାରିବେ ନାହିଁ ବୋଲି ଚିନ୍ତା କରିବା ଭୁଲ୍। ୪୦ ଲକ୍ଷ ଲୋକଙ୍କ ମଧ୍ୟରେ ଥିବା ୧୮ ବର୍ଷରୁ କମ୍‌ ବୟସ୍କ ପିଲାମାନେ ଭୋଟ୍‌ ଦେଇ ପାରିବେ ନାହିଁ

ବୋଲି ସେ କହିଛନ୍ତି।

 

 

 

 



from OdishaReporter https://ift.tt/2Ar8FH6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages