ବସୁନ୍ଧରା ରାଜେ ସରକାର ବଦଳାଇ ଦେଲେ ମୁସଲିମ୍‌ ଗାଁର ନାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ବସୁନ୍ଧରା ରାଜେ ସରକାର ବଦଳାଇ ଦେଲେ ମୁସଲିମ୍‌ ଗାଁର ନାମ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତାସୀନ ବସୁନ୍ଧରା ରାଜେ ସରକାର ମୁସଲିମ୍‌ ଗାଁଗୁଡ଼ିକର ନାଁକୁ ବଦଳାଇ ହିନ୍ଦୁ ନାଁରେ ନାମିତ କରିବାକୁ ଯେଉଁ ବିବାଦୀୟ ନିଷ୍ପତ୍ତି ନେଇଥିଲେ, ତା’କୁ କେନ୍ଦ୍ର ସରକାର ଆଜି ମଞ୍ଜୁରୀ ଦେଇଛନ୍ତି।
ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୮ଟି ଗାଁର ନାଁକୁ  ବଦଳାଇବା ପାଇଁ ନିଷ୍ପତ୍ତି ହୋଇଛି।
ଉଦାହରଣ ସ୍ୱରୂପ, ବାମେର ଜିଲ୍ଲାରେ ଗୋଟିଏ ଗାଁର ନାଁ ପୂର୍ବରୁ ‘ମିଆଁଓ କା ବାରା’ ରହିଥିଲା। କିନ୍ତୁ ଏବେ ଏହାର ନାଁ ‘ମହେଶ ନଗର’ କରି ଦିଆଯାଇଛି। ରାଜ୍ୟ ସରକାର ଏଭଳି ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇଛନ୍ତି।
ରାଜ୍ୟ ସରକାର କହିଛନ୍ତି, ଉକ୍ତ ଗାଁରେ ଅଧିକାଂଶ ଲୋକ ହିନ୍ଦୁ। ତେଣୁ ଏହାର ନାଁ ବଦଳା ଯାଇଛି। ଏହି ଗାଁର ନାମକରଣ ଏପରି ହୋଇଥିବାରୁ ଲୋକଙ୍କ ମନରେ ପ୍ରତିକ୍ରିୟା ପ୍ରକାଶ ପାଉଥିଲା। କାରଣ, ଗାଁକୁ କୌଣସି ବାହାଘର ପ୍ରସ୍ତାବ ଆସୁନଥିଲା। ଏବେ ଏଥିରେ ପରିବର୍ତ୍ତନ ଘଟିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ରାଜସ୍ଥାନ ସରକାର ରାଜ୍ୟର ୨୭ଟି ଗାଁର ନାଁକୁ ବଦଳାଇବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ମାତ୍ର ୮ଟି ଗାଁର ନାଁକୁ ବଦଳାଇବାକୁ ଅନୁମତି ଦେଇଛନ୍ତି।
ତେବେ ହିନ୍ଦୁ ଭୋଟ୍‌ ହାସଲ ପାଇଁ ରାଜ୍ୟର କ୍ଷମତାସୀନ ବିଜେପି ସରକାର ଏଭଳି ହୀନ ଉଦ୍ୟମ କରିଛନ୍ତି ବୋଲି ବିରୋଧୀ ଏନ୍‌ସିପି ଅଭିଯୋଗ କରିଛି।
ପୂର୍ବରୁ ମୋଗଲସରାଇ ରେଲୱେ ଜଙ୍କସନ୍‌ର ନାଁକୁ ବଦଳା ଯାଇ ଦିନଦୟାଲ ଉପାଧ୍ୟୟ ଜଙ୍କସନ୍‌ ନାଁରେ ନାମିତ କରାଯାଇଥିଲା।


from OdishaReporter https://ift.tt/2OrXVL5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages