ପରୀକ୍ଷା ବେଳେ ଚାଲିଗଲା ପୁଲିସ ଚାକିରି ଆଶାୟୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ପରୀକ୍ଷା ବେଳେ ଚାଲିଗଲା ପୁଲିସ ଚାକିରି ଆଶାୟୀଙ୍କ ଜୀବନ

କଟକ (ଓଡ଼ିଶା ରିପୋର୍ଟର): କଟକ ଓଏଏସ୍‌ଏପି ବାଟାଲିୟନ୍‌ରେ ଶାରୀରିକ ପରୀକ୍ଷା ବେଳେ ଅଘଟଣ ଘଟିଛି। ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ପରୀକ୍ଷାର୍ଥୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ପରୀକ୍ଷାର୍ଥୀ ଜଣକ ହେଲେ କଟକ ବଡ଼ମ୍ବା ନରସିଂହପୁରର ରମେଶ ପ୍ରଧାନ।

ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କଟକ-ନରସିଂହପୁର ରାସ୍ତାର ନୂଖାପଡ଼ା ଛକରେ ରାସ୍ତାରୋକ କରିଥିଲେ। ଫଳରେ ଗାଡ଼ି ଚଳାଚଳରେ ବ୍ୟାଘାତ ଘଟିଥିଲା।

ମୃତ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଭାଇ କହିଛନ୍ତି-“ରମେଶ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଡାକ୍ତରମାନେ ତାଙ୍କର ଚିକିତ୍ସା ଠିକ୍‌ ଭାବେ କରିନଥିଲେ। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ପୁଲିସ ଆମକୁ କିଛି ଖବର ଦେଇନାହିଁ। ଜଣେ ସମ୍ପର୍କୀୟଙ୍କଠାରୁ ଖବର ପାଇ ଆମେ ମେଡ଼ିକାଲ ଆସିଛୁ।”



from OdishaReporter https://ift.tt/2vCWXVl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages