ଖସିଯିବନି ତ ପାର୍ଶଲ ବୋମା ଷଡଯନ୍ତ୍ରର ପାଞ୍ଜି ରଚିଥିବା ପୁଞ୍ଜିଲାଲ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଖସିଯିବନି ତ ପାର୍ଶଲ ବୋମା ଷଡଯନ୍ତ୍ରର ପାଞ୍ଜି ରଚିଥିବା ପୁଞ୍ଜିଲାଲ !

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜଶିଟ୍ ଦାଖଲ ହୋଇଛି। ପାଟଣାଗଡ଼଼ ଏସ୍‌ଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଏହି ଚାର୍ଜଶିଟରେ ୭୨ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରହିଛି ।

କଲେଜ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ବିବାଦ ପାଇଁ ପୁଞ୍ଜିଲାଲ ଏହି କାଣ୍ଡ ଭିଆଇଥିବା ଚାର୍ଜଶିଟରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ । ହେଲେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ପ୍ରିଲିମିନାରୀ ଚାର୍ଜଶିଟ ଦାଖଲ କରିଥିଲେ  ମଧ୍ୟ  ମାମଲାର ତିନି ପ୍ରମୁଖ(ରାଜ ସାକ୍ଷୀ)ସାକ୍ଷୀଙ୍କର ଏଯାଏ ପତ୍ତା ମିଳିନାହିଁ।

ସେହିପରି କେତେକ ଗୁରୁତ୍ୱପୂର୍ଣ୍ଣ ଫରେନସିକ୍ ରିପୋର୍ଟ ମଧ୍ୟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇନାହିଁ ।  ତେଣୁ ଫାଇନାଲ ଚାର୍ଜଶିଟ୍  ଦାଖଲ ଲାଗି ତଦନ୍ତ  ସଂସ୍ଥା ପାଇଁ ଚ୍ୟାଲେଞ୍ଜ ବଢିଛି।  ସେପଟେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଶେଖର ପତ୍ନୀ ରୀମା।

ଏହି ଘଟଣାରେ ଅଧ୍ୟାପକ ପୁଞ୍ଜିଲାଲ ମେହେର ହେଉଛନ୍ତି ମୁଖ୍ୟ ଖଳନାୟକ। ଭଇଁଷା କଲେଜ ଅଧ୍ୟକ୍ଷ ପଦ ହାତରୁ ଚାଲିଯିବା ପରେ ପ୍ରତିଶୋଧ ପାଇଁ ପୁଞ୍ଜିଲାଲ ରଚିଥିଲା  ଡେଥ୍ ପାର୍ସଲ ଷଡଜନ୍ତ୍ର। ଅଭିଯୁକ୍ତ ପୁଞ୍ଜିଲାଲଙ୍କ ବିରୋଧରେ ଦାଖଲ କରିଥିବା ୩୦୦ ପୃଷ୍ଠାର ଚାର୍ଜଶିଟ୍‌ରେ କ୍ରାଇମବ୍ରାଞ୍ଚ୍ ଏହା ଦର୍ଶାଇଛି। ବଲାଙ୍ଗିର ପୁଲିସକୁ ପଠାଯାଇଥିବା ପୁଞ୍ଜିଲାଲର ହାତଲେଖା ଚିଠି, ପାର୍ସଲ ବୋମା ପଠାଯାଇଥିବା କୋରିଅର କମ୍ପାନୀର ରସିଦ୍, ପୁଞ୍ଜିଲାଲ ଘରୁ ମିଳିଥିବା ବାରୁଦ କଣିକା ଓ ଅନ୍ୟାନ୍ୟ  ତଥ୍ୟ ପ୍ରମାଣ ଚାର୍ଜଶିଟରେ ଉଲ୍ଲେଖ କରାଯାଇଛି ।

ପୁଞ୍ଜିଲାଲ ଘରୁ ଜବତ ପେନ ଡ୍ରାଇଭ, ହାର୍ଡ ଡିସ୍କ, ମୋବାଇଲ ଫୋନ୍ ଏବଂ ରାୟପୁରରୁ କ୍ରାଇମବ୍ରାଞ୍ଚକୁ ମିଳିଥିବା DTDC କୋରିଅର ସଂସ୍ଥାର  CCTV ଫୁଟେଜ ଆଦିର ଉଲ୍ଲେଖ ମଧ୍ୟ ଚାର୍ଜଶିଟ୍‌ରେ ରହିଛି।

ଏପଟେ ଧାର୍ଯ୍ୟ ସମୟ ଭିତରେ ଚାର୍ଜଶିଟ୍ ଦାଖଲ ହୋଇଥିବାରୁ ଆଶ୍ୱସ୍ତ ହୋଇଛନ୍ତି ମୃତ ସୌମ୍ୟଶେଖରଙ୍କ ପରିବାର ଲୋକେ । ଅଭିଯୁକ୍ତ ପୁଞ୍ଜିଲାଲକୁ ଫାଶୀ ଦିଆଯାଉ ବୋଲି ମୃତ ସୌମ୍ୟଶେଖରଙ୍କ ପତ୍ନୀ ରୀମାରାଣୀ ଦାବି କରିଛନ୍ତି।

ସେପଟେ ଦାଖଲ ହୋଇଥିବା  ଚାର୍ଜିଶିଟ୍ ପ୍ରିଲିମିନାରୀ ହୋଇଥିବା ବେଳେ ଚୂଡ଼ାନ୍ତ ଚାର୍ଜଶିଟ୍ ପାଇଁ ଆହୁରି ଅନେକ ତଥ୍ୟପ୍ରମାଣ ଯୋଗାଡ଼ ଅପେକ୍ଷାରେ ରହିଛି କ୍ରାଇମବ୍ରାଞ୍ଚ୍। ରାୟପୁରରରେ ପୁଞ୍ଜିଲାଲ  ବ୍ୟବହାର କରିଥିବା  ଅଟୋ ଓ ଦୁଇ ରିକ୍ସା ଚାଳକଙ୍କୁ ମାମଲାରେ ରାଜସାକ୍ଷୀ କରାଯାଇଥିଲେ ବି, ସେମାନଙ୍କ ପତ୍ତା ଏଯାଏ ମିଳିପାରିନି।  ସେହିଭଳି ତଦନ୍ତକାରୀ ଟିମ୍ ଆଗରେ ପୁଞ୍ଜିଲାଲ ବୋମା  ଭିଡ଼ିବାର ଡେମୋ ଭିଡିଓକୁ  ଭୁବନେଶ୍ୱର ଫରେନସିକ୍ ଲାବକୁ ପଠାଯାଇଥିଲେ ବି ତା’ର ରିପୋର୍ଟ ଏଯାଏଁ ମିଳିନି।

ସେହିପରି ପୁଞ୍ଜିଲାଲଠାରୁ ଜବତ ପେନ ଡ୍ରାଇଭ୍, ହାର୍ଡ ଡିସ୍କ ଓ ମୋବାଇଲ  ଫୋନ୍ ଗୁଜରାଟ ଗାନ୍ଧିନଗର ଫରେନସିକ୍ ଲ୍ୟାବକୁ ଯାଇଥିବା ବେଳେ ତା’ ରିପୋର୍ଟ ବି ହସ୍ତଗତ ହୋଇନି।  ଏସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟପ୍ରମାଣକୁ ଅପେକ୍ଷା କରାଯାଇଥିବାରୁ ଫାଇନାଲ ଚାର୍ଜଶିଟ୍  ପ୍ରସ୍ତୁତି କ୍ରାଇମବ୍ରାଞ୍ଚ ପାଇଁଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଏହି ଘଟଣାରେ ପୁଲିସ ଯଥେଷ୍ଟ ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ସଫଳ ହୋଇ ନଥିବାରୁ  ଆଇନ୍‌ ଫାନ୍ଦରେ  ପୁଞ୍ଜିଲାଲ ପଡ଼ିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।



from Odisha Reporter https://ift.tt/2OZu7Wr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages