
ଜାକର୍ତ୍ତା: ଚଳିତ ଏସିଆନ୍ ଗେମ୍ସରେ ଇରାନ୍ ପୁଣି ଭାରତକୁ ଜବରଦସ୍ତ ଝଟ୍କା ଦେଇଛି। ଭାରତୀୟ ପୁରୁଷ କବାଡି ସେମିଫାଇନାଲ୍ରୁ ବିଦାୟ ନେଇଥିବା ବେଳେ ମହିଳା ଦଳ
ଫାଇନାଲ୍ରେ ପରାସ୍ତ ହୋଇଛି। ପୁରୁଷ ବିଭାଗରରେ ଭାରତକୁ ହରାଇଥିବା ଇରାନ୍ ଆଜି ମହିଳା ଦଳକୁ ମଧ୍ୟ ଫାଇନାଲ୍ରେ ହରାଇ ପ୍ରଥମଥର ସ୍ୱର୍ଣ୍ଣ ପଦକ ଜିତିଛି।
ଏହି ପରାଜୟ ସହ ଭାରତୀୟ ମହିଳା ଟିମ୍ ରୌପ୍ୟ ପଦକ ହାସଲ କରିଛି। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତୀୟ ମହିଳା କବାଡି ଟିମ୍ କ୍ରମାଗତ ତୃତୀୟଥର ପାଇଁ ଏସିଆନ୍ ଗେମ୍ସର
ଫାଇନାଲ୍ରେ ପ୍ରବେଶ କରିଥିଲା। ଆଶା କରାଯାଉଥିଲା ପୂର୍ବ ଦୁଇ ଥର ଭଳି ଏଥର ମଧ୍ୟ ଭାରତ କବାଡିରେ ସ୍ୱର୍ଣ୍ଣ ଜିତିବ। କିନ୍ତୁ ଇରାନ୍ ଭାରତର ସବୁ ସ୍ୱପ୍ନକୁ ଚୂରମାର କରିଦେଇଛି।
ଫାଇନାଲ୍ ମୁକାବିଲାରେ ଇରାନ୍ ଭାରତକୁ ୨୪-୨୭ରେ ପରାସ୍ତ କରି ଇତିହାସ ରଚିଛି।

ଗତକାଲି ପୁରୁଷ ଟିମ୍ ଦୀର୍ଘ ୨୮ ବର୍ଷ ପରେ ଏସିଆନ୍ ଗେମ୍ସ ଫାଇନାଲ୍ରେ ପ୍ରବେଶ କରିବାରୁ ବଞ୍ଚିତ ହୋଇଥିଲା। ଇରାନ୍ ହିଁ ଭାରତକୁ ହରାଇ ଇତିହାସ ସୃଷ୍ଟି କରିଥିଲା। ଫଳରେ
ଭାରତକୁ ବ୍ରୋଞ୍ଜ୍ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା।
୧୯୯୦ ମସିହା ପରଠାରୁ ଭାରତ କ୍ରମାଗତ ଭାବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ଆସୁଥିଲା।
ଚଳିତ ଏସିଆନ୍ ଗେମ୍ସରେ ଭାରତର ପଦକ ସଂଖ୍ୟା ୨୪ରେ ପହଞ୍ଚିଛି। ଏଥିରେ ୬ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ୍ ରହିଛି।
ଆଜି ଭାରତ ବିଭିନ୍ନ ଇଭେଣ୍ଟ୍ରେ ୨ଟି ସ୍ୱର୍ଣ୍ଣ, ୩ଟି ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ପଦକ ଜିତିଛି।
from Odisha Reporter https://ift.tt/2o7uHG5
No comments:
Post a Comment