କୁନି ପିଲା ଗିଳି ଦେଇଥିଲା କଏନ୍, ଦେଖନ୍ତୁ ବିନା ସର୍ଜରୀରେ କେମିତି ବାହାରିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

କୁନି ପିଲା ଗିଳି ଦେଇଥିଲା କଏନ୍, ଦେଖନ୍ତୁ ବିନା ସର୍ଜରୀରେ କେମିତି ବାହାରିଲା

ବେଳେ ବେଳେ କିଛି ସାଧାରଣ କାମ ଅସାଧାରଣ ଉଦାହରଣ ସୃଷ୍ଟି କରେ। ସମସ୍ୟା ଯେତେ ଜଟିଳ ହୋଇଥିଲେ ମଧ୍ୟ ବୁଦ୍ଧି ଓ ଜ୍ଞାନ ବଳରେ ଅତି ସରଳ ଉପାୟରେ ଏହାର ସମାଧାନ କରାଯାଇପାରେ।

ଆଉ ଏହି ଛୋଟିଆ ପଦକ୍ଷେପ ହିଁ ବଡ଼ ବିପଦକୁ ଟାଳିବାରେ ସହାୟକ ହେବା ସହ ଖର୍ଚ୍ଚାନ୍ତ ହେବାରୁ ବଞ୍ଚାଇଦେଇ ଥାଏ।
ଯାହାର ଏକ ଦୃଷ୍ଟାନ୍ତ ଭାଇରାଲ ହେଉଥିବା ଭିଡିଓ ଦେଖିଲେ ଆପଣ ଜାଣିପାରିବେ।

ଘଟଣାଟି ଏହିପରି: ଗୋଟିଏ କୁନି ପିଲା ଏକ କଏନ ଗିଳିଦେଇଥିବା ବେଳେ ବିନା ସର୍ଜରୀରେ ଏକ ସହଜ ଓ ସରଳ ଉପାୟରେ ଡାକ୍ତରମାନେ ଏହାର ସମାଧାନ କରିଦେଇଛନ୍ତି।  ଖାଲି ବୁଦ୍ଧି ଖଟାଇ ଡାକ୍ତରମାନେ ସେହି କୁନି ପିଲା ତଣ୍ଟିରୁ କଏନଟିକୁ ବାହାର କରିବାରେ ସଫଳ ହେଉଛନ୍ତି।

ଭିଡିଓରେ ଦେଖାଯାଉଛି କଏନ ଗିଳି ଦେଇଥିବା କୁନି ପିଲାଟିର ଚିକିତ୍ସା ପାଇଁ ଡାକ୍ତରମାନେ ଲାଗିପଡ଼ିଛନ୍ତି। ଏହି ସମୟରେ ପିଲାଟିକୁ ଯନ୍ତ୍ରଣା ହେଉଥିବାରୁ ସେ କାନ୍ଦୁଛି। କିନ୍ତୁ ଡାକ୍ତରମାନେ ତାକୁ ସ୍ନେହ ଆଦର କରି ତୁନି କରାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଶେଷରେ କଏନଟିକୁ କାଢିବାରେ ସଫଳ ହେଉଛନ୍ତି।

ଏଥିପାଇଁ କୌଣସି ବଡ଼ ସର୍ଜରୀ କିମ୍ବା କୌଣସି ବୈଷୟିକ ଯନ୍ତ୍ରପାତି ଆବଶ୍ୟକ ପଡ଼ୁନାହିଁ। ଡାକ୍ତରଙ୍କ ପାଇଁ ଏହି ଭିଡିଓଟି ଖୁବ୍‌ ଶିକ୍ଷଣୀୟ। ଏଥିରୁ ଗୋଟିଏ ବାର୍ତ୍ତା ମିଳୁଛି ଯେ, ସମସ୍ୟା ଯେତେ ଜଟିଳ ହେଉ ନା କାହିଁକି କିମ୍ବା ରୋଗ ଯେତେ ବଡ଼ ହେଉ ନା କାହିଁକି, ବୁଦ୍ଧି ଖଟାଇ ଏହାର ସମାଧାନ କରାଯାଇପାରେ। ଯାହାର ଉପକାର ସାଧାରଣ ଲୋକଟିଏ ପାଇପାରିବ।

ତେବେ ଦେଖନ୍ତୁ ଭିଡିଓ।

କଏନ

ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ କୁନି ପିଲା ଏକ କଏନ ଗିଳିଦେଇଥିବା ଜଣାପଡ଼ୁଛି। ଆଉ ଡାକ୍ତରମାନେ ବିନା ସର୍ଜରୀରେ କଏନଟିକୁ ବାହାର କରୁଛନ୍ତି। ତେବେ ଦେଖନ୍ତୁ ଭିଡିଓ

Odisha Reporter यांनी वर पोस्ट केले गुरुवार, ३० ऑगस्ट, २०१८



from Odisha Reporter https://ift.tt/2C2m5KC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages