ଇତିଶ ଏନଏସୟୁଆଇ ଓଡ଼ିଶା ଶାଖା ସଂଯୋଜକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଇତିଶ ଏନଏସୟୁଆଇ ଓଡ଼ିଶା ଶାଖା ସଂଯୋଜକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପ୍ରଦେଶ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତିଶ କୁମାର ପ୍ରଧାନଙ୍କୁ ଏନଏସୟୁଆଇ(ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ ଇଣ୍ଡିଆ)ର ଓଡ଼ିଶା ଶାଖା ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି। ଇତିଶଙ୍କ ସହ ୧୧ଜଣିଆ ଓଡ଼ିଶା ଟିମ୍ ମଧ୍ୟ ଘୋଷଣା ହୋଇଛି।

ଏନଏସୟୁଆଇ ଜାତୀୟ ସଭାପତି ଫିରୋଜ ଖାନଙ୍କ ଅନୁମୋଦନ ପରେ ଓଡ଼ିଶା ଶାଖା ସଂଯୋଜକ କମିଟି ଘୋଷଣା ହୋଇଛି। କମିଟିରେ ସଦସ୍ୟ ଭାବେ ସୟେଦ ୟାସିର ନୱାଜ, ସୁନୀଲ କୁମାର ମାଟିଆ, ଆଦିତ୍ୟ ପ୍ରୀତମ ଦାସ, ସୌମ୍ୟପ୍ରକାଶ ମିଶ୍ର, ମହମ୍ମଦ ଅବଦୁଲ ମୋହସିନ୍, ଅଶୋକ କୁମାର ନାୟକ, ନିରଞ୍ଜନ ଦାସ, ପ୍ରସନ୍ନ ମାର୍ଥା, ଅଭିଳାଷ ଜେନା ଓ ସୁନୀଲ ପ୍ରଧାନ ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ, ପ୍ରସାଦ ହରିଚନ୍ଦନ ପିସିସି ସଭାପତି ହେବା ପରେ ତାଙ୍କ ନେତୃତ୍ୱଙ୍କୁ ଚ୍ୟାଲେଞ୍ଜ କରି ନିରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ମତ ରଖିବା ଯୋଗୁ ଇତିଶଙ୍କୁ ପଦ ହରାଇବାକୁ ପଡ଼ିଥିଲା।ଏବେ ନିରଞ୍ଜନ ପିସିସି ସଭାପତି ହେବା ପରେ ଇତିଶଙ୍କୁ ପୁଣିଥରେ ଗୁରୁ ଦାୟିତ୍ୱ ମିଳିଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2CanKOu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages