ଚତୁର୍ଥ ଟେଷ୍ଟ୍‌: ସ୍ଥିତି ସୁଧାରିଲେ ମୋଇନ୍ ଓ କରାନ୍‌, ଇଂଲଣ୍ଡ୍‌ ୧୭୭/୮ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଚତୁର୍ଥ ଟେଷ୍ଟ୍‌: ସ୍ଥିତି ସୁଧାରିଲେ ମୋଇନ୍ ଓ କରାନ୍‌, ଇଂଲଣ୍ଡ୍‌ ୧୭୭/୮

ସାଉଥାମ୍ପଟନ୍‌: ଭାରତୀୟ ବୋଲର୍‌ଙ୍କ ଦମ୍‌ଦାର୍‌ ପ୍ରଦର୍ଶନ ଯୋଗୁ ସାଉଥାମ୍ପଟନ୍‌ର ରୋଜ୍‌ ବାଉଲ୍‌ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ଏକଦା ୮୬ ରନ୍‌ରେ ୬ ୱିକେଟ୍‌ ହରାଇ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ଘରୋଇ ଇଂଲଣ୍ଡର ସ୍ଥିତିକୁ କିଛି ମାତ୍ରାରେ ଅଲ୍‌ରାଉଣ୍ଡର୍‌ ମୋଇନ୍ ଅଲ୍ଲୀ ଓ ସାମ୍ କରାନ୍‌ ସଜାଡ଼ିଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲିଶ୍‌ ଦଳ ପ୍ରଥମ ଦିନର ଶେଷ ଖବର ସୁଦ୍ଧା ୮ ୱିକେଟ୍ ହରାଇ ୧୭୭ ରନ୍‌ କରିଛି। ମୋଇନ୍ ଅଲ୍ଲୀ ୪୦ ରନ୍ କରି ଆଉଟ୍ ହୋଇଥିବାବେଳେ ୨୦ ବର୍ଷ ବୟସ୍କ ଅଲ୍‌ରାଉଣ୍ଡର୍‌ ସାମ୍‌ କରାନ୍ ୪୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି।

ତୃତୀୟ ଟେଷ୍ଟ୍‌ରେ ବୃହତ୍ ବିଜୟ ସହ ଗୁରୁବାର ଚତୁର୍ଥ ଟେଷ୍ଟ୍ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଆତ୍ମବିଶ୍ୱାସଭରା ଟିମ୍ ଇଣ୍ଡିଆର ବୋଲର୍‌ମାନେ ରୋଜ୍‌ ବାଉଲ୍‌ର ବ୍ୟାଟିଂ ଅନୁକୂଳ କୁହାଯାଉଥିବା ପିଚ୍‌ରେ ଘରୋଇ ଦଳର ବ୍ୟାଟସ୍‌ମ୍ୟାନ୍‌ମାନଙ୍କୁ ଚକମା ପରେ ଚକମା ଦେଇଥିଲେ। ନିଜର ଦ୍ୱିତୀୟ ଏବଂ ଦଳର ତୃତୀୟ ଓଭରରେ ମୁମ୍ବାଇ ସ୍ପିଡ୍‌ଷ୍ଟର୍‌ ଯଶପ୍ରୀତ୍‌ ବୁମ୍‌ରା ଓପନର୍‌ ଜେନିଙ୍ଗ୍‌ସଙ୍କୁ ଏକ ଦର୍ଶନୀୟ ବଲ୍‌ରେ ଲେଗ୍‌ ବିଫୋର୍ କରାଇ ଘରୋଇ ଦଳକୁ ପ୍ରଥମ ଝଟ୍‌କା ଦେଇଥିଲେ।

ଏହା ପରେ ଇନିଂସ୍‌ର ଅଷ୍ଟମ ଓଭର୍‌ରେ ଦିଲ୍ଲୀ ଦ୍ରୁତ ବୋଲର୍‌ ଇଶାନ୍ତ ଶର୍ମା ଅଧିନାୟକ ଜୋ ରୁଟ୍‌ଙ୍କ ଲେଗ୍‌ ବିଫୋର୍‌ କରାଇ ଭାରତୀୟ ଦଳକୁ ଦ୍ୱିତୀୟ ସଫଳତା ଦେଇଥିଲେ। ପରେ ବୁମ୍ରା ଆଉ ଏକ ଦର୍ଶନୀୟ ବଲ୍‌ରେ ଜନି ବେୟାରେଷ୍ଟୋଙ୍କୁ ୱିକେଟ୍ କିପର୍ ପନ୍ତଙ୍କ ଦ୍ବାରା କଟ୍‌ କରାଇ ଇଂଲିଶ ଦଳକୁ ବିପର୍ଯ୍ୟୟ ଭିତରକୁ ଟାଣି ନେଇଥିଲେ।

ସେହିପରି କ୍ରିଜ୍‌ରେ ଜମି ଆସୁଥିବା ଅନ୍ୟତମ ଓପନର୍‌ ଆଲିଷ୍ଟର୍ କୁକ୍‌ଙ୍କୁ ଅଧିନାୟକ କୋହଲିଙ୍କ ଦ୍ୱାରା କ୍ୟାଚ୍‌ ଆଉଟ କରାଇ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳକୁ ଚତୁର୍ଥ ସଫଳତା ଦେଇଥିଲେ। ସେତେବେଳକୁ ଘରୋଇ ଦଳ ମାତ୍ର ୩୬ ରନ୍‌ରେ ୪ ୱିକେଟ୍ ହରାଇ ସଂକଟଜନକ ସ୍ଥିତିରେ ଥିଲା।

ଏହାପରେ ପଞ୍ଚମ ୱିକେଟ୍ ପାଇଁ ୩୩ ରନ୍ ଯୋଡ଼ିବା ପରେ ୱିକେଟ୍ କିପର୍ ବ୍ୟାଟସ୍‌ମ୍ୟାନ୍‌ ଜୋସ୍ ବଟଲର୍‌(୨୧)ଙ୍କୁ ବେଙ୍ଗଲ୍‌ ଦ୍ରୁତ ବୋଲର୍‌ ମହମ୍ମଦ ସାମି ପ୍ୟାଭିଲିୟନ୍‌ର ରାସ୍ତା ଦେଖାଇଥିଲେ।

ଏହା ପରେ ଅଲରାଉଣ୍ଡର୍‌ ବେନ୍ ଷ୍ଟୋକ୍ସ ୨୩ ରନ୍ କରି ସାମିଙ୍କ ଦ୍ୱାରା ଲେଗ୍ ବିଫୋର୍ ହେବା ବେଳକୁ ଘରୋଇ ଦଳର ସ୍କୋର୍ ଥିଲା ୮୬/୬। ତେବେ ଏହା ପରେ ଦୁଇ ଅଲରାଉଣ୍ଡର୍‌ ମୋଇନ୍ ଅଲ୍ଲୀ ଓ ସାମ୍ କରାନ୍‌ ଇଂଲଣ୍ଡ ପାଇଁ ସଂକଟମୋଚକ ସାଜି ସପ୍ତମ ୱିକେଟ୍ ଯୋଡ଼ିରେ ୮୧ ରନ୍ ସଂଗ୍ରହ କରିବା ପରେ ରବିଚନ୍ଦ୍ରନ୍ ଅଶ୍ୱିନ୍‌ ମୋଇନ୍‌ଙ୍କୁ ବୁମ୍‌ରାଙ୍କ ଦ୍ୱାରା କ୍ୟାଚ୍ କରାଇ ଭାରତୀୟ ଦଳକୁ ସପ୍ତମ ସଫଳତା ଦେଇଥିଲେ। ଏହାପରେ ଆଦିଲ ରଶିଦ୍‌( ୬)ଙ୍କୁ ଇଶାନ୍ତ ଶର୍ମା ଆଉଟ୍‌ କରି ଭାରତକୁ ୮ମ ସଫଳତା ଦେଇଛନ୍ତି।



from Odisha Reporter https://ift.tt/2LGAdsl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages