ଅଣ୍ଡର୍‌-୧୬ ଫୁଟ୍‌ବଲ୍‌: ଶକ୍ତିଶାଳୀ ୟେମେନ୍‌କୁ ୩-୦ରେ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଅଣ୍ଡର୍‌-୧୬ ଫୁଟ୍‌ବଲ୍‌: ଶକ୍ତିଶାଳୀ ୟେମେନ୍‌କୁ ୩-୦ରେ ହରାଇଲା ଭାରତ

india

ଜୋର୍ଡାନ୍‌: ଜୋର୍ଡାନ୍‌ରେ ଚାଲିଥିବା ଅଣ୍ଡର୍‌-୧୬ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଦବ୍‌ଦବା ଜାରି ରହିଛି। ଜୋର୍ଡାନ ଓ ଇରାକ୍‌ ପରେ ୟେମେନ୍‌କୁ ହରାଇଛି ଭାରତୀୟ ଟିମ୍।

ଏହି ୫ ଦେଶୀୟ ଡବ୍ଲ୍ୟୁଏଏଫ୍‌ଏଫ୍‌ ଅଣ୍ଡର୍‌-୧୬ ଚାମ୍ପିଅନ୍‌ସିପ୍‌ରେ ଶକ୍ତିଶାଳୀ ୟେମେନ୍‌କୁ ଭାରତ ୩-୦ ଗୋଲ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ସେଣ୍ଟ୍ରାଲ୍‌ ଡିଫେଣ୍ଡର୍‌ ହରପ୍ରିତ୍‌ ସିଂହ ପ୍ରଥମ ଗୋଲ୍‌ କରିଥିଲେ। ୪୭ତମ ମିନିଟ୍‌ରେ ରିଜ୍‌ ଡେମେଲୋ ଦ୍ୱିତୀୟ ଗୋଲ୍‌ ଦେଇଥିଲେ। ଏହାର ଏକ ମିନିଟ୍‌ ପରେ ରୋହିତ ଦାନୁ ତୃତୀୟ ଗୋଲ୍‌ ଦେଇଥିଲେ।

ସୂଚନାଯୋଗ୍ୟ, ଏହି ଚାମ୍ପିଅନ୍‌ସିପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଜୋର୍ଡାନ୍‌କୁ ୪-୦ ଗୋଲ୍‌ରେ ପରାସ୍ତ କରିଥିଲା। ଏହାପରେ ଜାପାନ୍‌ ସହ ହୋଇଥିବା ମ୍ୟାଚ୍‌ରେ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଇରାକ୍‌କୁ ୧-୦ରେ ହରାଇ ପୁଣି ବିଜୟ ଟ୍ରାକ୍‌କୁ ଫେରିଥିଲା।



from OdishaReporter https://ift.tt/2vpfhRk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages