ଦ୍ୱିତୀୟ ଟେଷ୍ଟ୍‌ ପୂର୍ବରୁ କୋହଲିଙ୍କୁ ଏହି ପରାମର୍ଶ ଦେଲେ ସଚିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଦ୍ୱିତୀୟ ଟେଷ୍ଟ୍‌ ପୂର୍ବରୁ କୋହଲିଙ୍କୁ ଏହି ପରାମର୍ଶ ଦେଲେ ସଚିନ୍‌

sachin1

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଆସନ୍ତାକାଲି ଠାରୁ ଲର୍ଡସ୍‌ରେ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍ ଆରମ୍ଭ ହେବ। ଏବେ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଏହି ମ୍ୟାଚ୍‌ ଜିତି ଭାରତ ୫ଟି ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ୍‌ ସିରିଜ୍‌ରେ ସ୍ଥିତି ବରାବର କରିବାକୁ ନିଶ୍ଚୟ ଉଦ୍ୟମ କରିବ।

ତେବେ ମ୍ୟାଚ୍‌ ପୂର୍ବରୁ କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ୍‌ ତେନ୍ଦୁଲକର ଅଧିନାୟକ ବିରାଟ କୋହଲିଙ୍କୁ କିଛି ପରାମର୍ଶ ଦେଇଛନ୍ତି।

ମାଷ୍ଟର୍‌ ବ୍ଲାଷ୍ଟର୍ କହିଛନ୍ତି, “ସେ (କୋହଲି) ନିଜ ମନର କଥା ଶୁଣିବା ଉଚିତ୍ ଓ ଦମଦାର ପ୍ରଦର୍ଶନ ଜାରି ରଖିବା ଉଚିତ୍‌।”

କ୍ରିକ୍‌ ଇନ୍‌ଫୋକୁ ଦେଇଥିବା ଏକ ସାକ୍ଷାତକାର ଦେଇ ସଚିନ୍ କହିଛନ୍ତି, “ମୁଁ ଏତିକି କହିବି, ସେ ଯାହା କରୁଛନ୍ତି, ତାକୁ ଜାରି ରଖିବା ଉଚିତ୍‌। ସେ ବହୁତ ଭଲ କାମ କରୁଛନ୍ତି ଓ ଏପରି ବ୍ୟାଟିଂ ଜାରି ରଖିବା ଉଚିତ୍‌।”

tendulkar

କୋହଲିଙ୍କୁ ପରାମର୍ଶ ଦେଇ ସେ ଆହୁରି କହିଛନ୍ତି, “ଆଖପାଖରେ କ’ଣ ହେଉଛି, ସେଥିପ୍ରତି ନଜର ନଦେଇ ଯାହା ହାସଲ କରିବାକୁ ଚାହୁଁଛ, ତା’ଉପରେ ଧ୍ୟାନ କେନ୍ଦ୍ରୀତ କର। ଯେଉଁ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛ, ଯଦି ତା’ ଉପରେ ମନ ଦେବ ତେବେ ସଫଳତା ନିଶ୍ଚିତ ମିଳିବ।”

ଏହାସହ ଆରାମ୍‌ରେ ନ ବସିବାକୁ ମଧ୍ୟ ସଚିନ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ନିଜ ଅନୁଭବରୁ କହୁଛି, ଆପଣ ଯେତେ ରନ୍‌ କଲେ ବି ଏହା କମ୍ ହୋଇଥାଏ। ଯେତେବେଳେ ଆପଣ ଭାବିବେ ଯେ ଏତିକି ରନ୍‌ ପ୍ରତିପକ୍ଷ ପାଇଁ ଠିକ୍‌ ହେବ, ସେବେଠାରୁ ଆପଣଙ୍କ ଖରାପ ସମୟ ଆରମ୍ଭ ହେବ। ଗୋଟିଏ ମ୍ୟାଚ୍‌ରେ ଜଣେ ବୋଲର୍‌ ୧୦ ୱିକେଟ୍‌ ନେଇପାରିବ। ହେଲେ ଜଣେ ବ୍ୟାଟ୍ସମ୍ୟାନ୍‌ ଯେତେ ଚାହିଁବ ରନ୍‌ କରିପାରିବ। ଏଥିପାଇଁ କେବେ ବି ନିଜ ରନ୍‌କୁ ନେଇ ସନ୍ତୁଷ୍ଟ ହେବା ଉଚିତ୍‌ ନୁହେଁ।”

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍‌ରେ କୋହଲିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମାନ୍‌ କିଛି କରିପାରି ନଥିଲେ। କୋହଲି ପ୍ରଥମ ଇନିଂସ୍‌ରେ ୧୪୯ ଓ ଦ୍ୱିତୀୟ ଇନିଂସ୍‌ରେ ୫୧ ରନ୍‌ କରିଥିଲେ। ଏହି ପ୍ରଦର୍ଶନ ବଳରେ ସେ ଆଇସିସି ଟେଷ୍ଟ୍‌ ବ୍ୟାଟ୍ସମ୍ୟାନ୍‌ ତାଲିକାର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।



from OdishaReporter https://ift.tt/2vIk8wk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages