ଏଠି ମାଙ୍କଡ଼ ଓ ଛେଳି କରନ୍ତି ଚାକିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଏଠି ମାଙ୍କଡ଼ ଓ ଛେଳି କରନ୍ତି ଚାକିରି

monky

ନୂଆଦିଲ୍ଲୀ: କୁକୁର, ଘୋଡ଼ା, ଓଟ ଚାକିରି କରିବା ଆପଣ ଶୁଣିଥିବେ। ବିଶେଷ କରି ସୁରକ୍ଷା ବାହିନୀରେ ଏମାନଙ୍କୁ ନିୟୋଜିତ କରାଯାଇଥାଏ। ଏମାନଙ୍କ ମଧ୍ୟରେ କୁକୁର ସବୁଠୁ ଆଗରେ।

ପ୍ରାୟ ସବୁ ଦେଶରେ ପୁଲିସ ହେଉ କି ସେନାବାହିନୀ, ସବୁଠି କୁକୁରଙ୍କୁ ନିଯୁକ୍ତି ଦିଆଯାଇଥାଏ। ହେଲେ କେବେ ଛେଳି ଓ ମାଙ୍କଡ଼ ଚାକିରି କରିବା ଶୁଣିଛନ୍ତି କି ? ଏମାନେ ମଧ୍ୟ ଚାକିରି କରନ୍ତି ଓ ଦରମା ବି ନିଅନ୍ତି।

ଆସନ୍ତୁ ଜାଣିବା କେଉଁଠି ଏହି ଛେଳି ଓ ମାଙ୍କଡ଼ ଚାକିରି କରୁଛନ୍ତି।

ମାଙ୍କଡ଼ ହୋଇଛି ସିକ୍ୟୁରିଟି ଗାର୍ଡ

ଆଗ୍ରା ପୁଲିସ୍‌ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟରେ ଏକ ମାଙ୍କଡ଼କୁ ଚାକିରିରେ ରଖାଯାଇଛି। ଏହାର କାମ ହେଲା ଏହି ଅଫିସ୍‌କୁ ଆସି ଉତ୍ପାତ କରୁଥିବା ଅନ୍ୟ ମାଙ୍କଡ଼ଙ୍କୁ ଘଉଡାଇବା।

ସୂଚନା ଅନୁସାରେ, ଏହି ଅଫିସ୍‌ରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବହୁତ ବଢ଼ି ଯାଇଥିଲା। କୌଣସି ବିଭାଗରେ କାମ କରି ହେଉ ନଥିଲା। ମାଙ୍କଡ଼ ଦଳ ଦଳ ହୋଇ ଅଫିସ୍‌ ଭିତରେ ପଶି ଯାଉଥିଲେ ଓ କାଗଜପତ୍ର ଚିରି ଦେଉଥିଲେ। ଏମାନଙ୍କୁ ଘଉଡାଇବା ଯେତେ ଚେଷ୍ଟା କରାଗଲେ ବି କିଛି ଲାଭ ହେଉ ନଥିଲା। ଶେଷରେ ମାଙ୍କଡ଼ଙ୍କୁ ଘଉଡାଇବାକୁ ଏକ ମାଙ୍କଡ଼କୁ ଚାକିରିରେ ନିୟୋଜିତ କରାଯାଇଛି।

ଏହି ମାଙ୍କଡ଼ର କାମ ହେଲା, ଅଫିସ୍‌ ପରିସରକୁ ଆସୁଥିବା ଅନ୍ୟ ମାଙ୍କଡ଼ଙ୍କୁ ଘଉଡାଇବା। ଅର୍ଥାତ ସିକ୍ୟୁରିଟି ଗାର୍ଡ ପରି ମାଙ୍କଡ଼ଟି କାମ କରୁଛି।

ମାଙ୍କଡ଼କୁ ଏପରି ନିଯୁକ୍ତି ଦିଆଯିବା ପରେ, ସେଠାକୁ ଉତ୍ପାତ କରି ଆସୁଥିବା ମାଙ୍କଡ଼ଙ୍କ ସଂଖ୍ୟା କମି ଯାଇଛି। କିଛିଦିନ ମଧ୍ୟରେ ବାହାର ମାଙ୍କଡ଼ ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଅଧିକାରୀମାନେ ଆଶା ରଖିଛନ୍ତି।

ଘାସ ଖାଇବା ଚାକିରି କରିଛି ଛେଳି

ଛେଳି ଘାସ ଖାଏ, ଏ କଥା ସମସ୍ତେ ଜାଣନ୍ତି। ହେଲେ ଘାସ ଖାଇବାକୁ ଛେଳିଙ୍କୁ ଚାକିରି ଦିଆଯିବା ଓ ମାସିକ ଦରମା ଦେବା କଥା କେବେ ଶୁଣିଛନ୍ତି?

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯେଉଁ କମ୍ପାନୀ ଏପରି ଚାକିରି ଦେଉଛି, ତା’ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଆପଣ ଜଡ଼ିତ। ଏହି କମ୍ପାନୀ ହେଲା ଗୁଗଲ୍‌।
ଗୁଗଲ୍‌ ମୁଖ୍ୟ କାର୍ଯ୍ୟାଳୟରେ ଗୋଟେ ନୁହେଁ କି ଦୁଇଟି ନୁହେଁ, ୨୦୦ ଛେଳିଙ୍କୁ ଚାକିରି ଦିଆଯାଇଛି। ଏମାନଙ୍କ କାମ ହେଲା କାର୍ଯ୍ୟାଳୟ ପରିସରରେ ଥିବା ଲନ୍‌ର ଘାସ ଖାଇବା। ଏଥିରେ ଛେଳିଙ୍କ ପେଟ ପୂରିବା ସହ ଘାସ୍‌ ମଧ୍ୟ ସଫା ହୋଇଯାଉଛି।

ଗୁଗଲ୍‌ ଅଫିସ୍‌ ଲନ୍‌ରେ ଲଗାଯାଇଥିବା ଘାସ କାଟିବାକୁ ମେସିନ ବ୍ୟବହାର କରି ନଥାଏ। ମେସିନ୍‌ରୁ ବାହାରୁଥିବା ଧୂଆଁ ଓ ଶବ୍ଦରେ କର୍ମଚାରୀମାନେ ସମସ୍ୟାରେ ପଡିଥାନ୍ତି। ଏହି କାରଣରୁ ଅଫିସ୍‌ ତରଫରୁ ଛେଳିଙ୍କୁ ଦରମା ଦେଇ ଘାସ ଖାଇବାକୁ ନିଯୁକ୍ତି ଦିଆଯାଇଛି।



from Odisha Reporter https://ift.tt/2nQRCVO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages