
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ସତ୍କାରରେ ଯୋଗ ଦେବାକୁ ପାକିସ୍ତାନରୁ ଆସିଥିବା ପ୍ରତିନିଧି ଦଳକୁ ନେଇ ବିବାଦ ଦେଖା ଦେଇଛି। ଏହି ୫ ଜଣିଆ ପ୍ରତିନିଧି ଦଳରେ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ଡେଭିଡ୍ ହେଡଲିର ସାବତ ଭାଇ ଦାନିଏଲ ଗିଲାନୀ ଆସିଥିଲେ। ଦାନିଏଲ ପାକିସ୍ତାନରେ ସରକାରୀ ଚାକିରି କରନ୍ତି ଓ ହେଡଲି ସହ ତାଙ୍କ ସମ୍ପର୍କକୁ ଅସ୍ୱୀକାର କରି ଆସୁଛନ୍ତି।
ଏନ୍ଡିଟିଭିକୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ ବ୍ଲାକ୍ଲିଷ୍ଟ ଯାଞ୍ଚ ପରେ ଦାନିଏଲଙ୍କୁ ଭିସା ଦିଆଯାଇଥିଲା। ଆତଙ୍କବାଦୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ଥିବା ରିପୋର୍ଟ ନାହିଁ।”
ଦାନିଏଲ ପାକିସ୍ତାନ ସେଣ୍ଟ୍ରାଲ୍ ଫିଲ୍ମ ସେନ୍ସର୍ ବୋର୍ଡର ଚେୟାରମ୍ୟାନ ଭାବେ କାମ କରୁଛନ୍ତି। ସେ ବାଜପେୟୀଜୀଙ୍କ ଅନ୍ତିମ ସତ୍କାରରେ ସାମିଲ ହୋଇଥିଲେ। ତେବେ ପାକିସ୍ତାନର କାର୍ଯ୍ୟକାରୀ ଆଇନ୍ ମନ୍ତ୍ରୀ ସୟଦ ଅଲ୍ଲୀ ଜାଫର ଏବଂ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଧ୍ୟରେ ହୋଇଥିବା ଔପଚାରିକ ବୈଠକରେ ଦାନିଏଲ ସାମିଲ ହୋଇ ନଥିଲେ।
ସୂଚନାଯୋଗ୍ୟ, ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାରେ ହେଡଲି ଗିରଫ ହୋଇ ଆମେରିକାର ଏକ ଜେଲ୍ରେ ଅଛି।
from Odisha Reporter https://ift.tt/2w9NBj8
No comments:
Post a Comment