
ମୁମ୍ବାଇ: ଡିଜିଟାଲ୍ ସ୍ପେସ୍ ଆରମ୍ଭ ହେବା ପରେ ଫିଲ୍ମ ନିର୍ମାତା ଓ କଳାକାରଙ୍କୁ ଏକ ନୂଆ ପ୍ଲାଟ୍ଫର୍ମ୍ ମିଳିଯାଇଛି। ବହୁ ଆର୍ଟିଷ୍ଟ୍ ୱେବ୍ ସିରିଜ୍ରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଉଛନ୍ତି। ଆଉ ଏବେ ଏପରି ସୁଯୋଗ ପାଇଛନ୍ତି ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର୍।
ଡିଜିଟାଲ୍ ପ୍ଲାଟ୍ଫର୍ମ୍ରେ ଡେବ୍ୟୁ କରିବାକୁ ଯାଉଥିବା କରିସ୍ମାଙ୍କ ଶେଷ ଫିଲ୍ମ ୫ ବର୍ଷ ତଳେ ପରଦାକୁ ଆସିଥିଲା।
ସୂଚନା ଅନୁସାରେ, ଲୋକପ୍ରିୟ ପ୍ରଯୋଜିକା ଏକତା କପୁର ନିଜ ପ୍ରଡକ୍ସନ୍ ହାଉସ୍ ବାଲାଜୀ ଟେଲି ଫିଲ୍ମସ୍ ଜରିଆରେ ଏକ ୱେବ୍ ସିରିଜ୍ ନିର୍ମାଣ କରିବାକୁ ଯାଉଛନ୍ତି। ଆଉ ଏହି ୱେବ୍ ସିରିଜ୍ ପାଇଁ ହିଁ କରିସ୍ମାଙ୍କୁ ସାଇନ୍ କରାଯାଇଛି। ଏଥିପାଇଁ ସ୍କ୍ରିପ୍ଟ୍ ବି ଲେଖା ସରିଲାଣି। କିନ୍ତୁ ଏକତା ଏ ସମ୍ପର୍କରେ ଏଯାଏ କୌଣସି ବିଧିବଦ୍ଧ ଘୋଷଣା କରି ନାହାନ୍ତି।
କରିସ୍ମା ଶେଷଥର ପାଇଁ ୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଡେଞ୍ଜରସ୍ ଇସ୍କ’ରେ ଅଭିନୟ କରିଥିଲେ। ଏହା ପୂର୍ବରୁ ତାଙ୍କ ଅଭିନୀତ ଫିଲ୍ମ ‘ମେରେ ଜୀବନ ସାଥି’ ୨୦୦୬ରେ ରିଲିଜ୍ ହୋଇଥିଲା।
କିଛିଦିନ ତଳେ କରିସ୍ମା ଏକ ସାକ୍ଷତକାରରେ କହିଥିଲେ, ‘‘ମୁଁ ମା’ ହେବା ପରେ ବହୁତ ଖୁସି ଥିଲି, ଆଉ ଅଭିନୟ ଦୁନିଆକୁ ଫେରିବା ପାଇଁ ଆଗ୍ରହୀ ନଥିଲି। କିନ୍ତୁ ଯଦି କୌଣସି ପ୍ରୋଜେକ୍ଟ୍ର ସ୍କ୍ରିପ୍ଟ୍ ମୋ ହୃଦୟକୁ ଛୁଇଁବ, ତେବେ ମୁଁ ସେଥିରେ ଅଭିନୟ କରିବି ବୋଲି ଭାବିଥିଲି।’’
ଏବେ ଯାହା ଜଣା ପଡ଼ୁଛି, ଏକତାଙ୍କ ୱେବ୍ ସିରିଜ୍ର ସ୍କ୍ରିପ୍ଟ ବୋଧ ହୁଏ କରିସ୍ମାଙ୍କ ହୃଦୟକୁ ଛୁଇଁଛି ।
from OdishaReporter https://ift.tt/2MeSHWj
No comments:
Post a Comment