
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ। ଓଲିଉଡ୍ର ସୁପରହିଟ୍ ଯୋଡ଼ି। ଏକାଠି ତାଙ୍କୁ ଅନେକ ସିନେମାରେ ଦେଖିବାକୁ ମିଳିଥିଲା। ପରଦା ଉପରେ ଦୁହିଁଙ୍କ କେମିଷ୍ଟ୍ରି ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା ମଧ୍ୟ।

ବିବାହ ପରେ ଦୁହେଁ ଏକାଠି ଫିଲ୍ମ କରୁଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁକୁ ଆଉ ଏତେଟା ଦେଖିବାକୁ ପାଇଲେନି ଦର୍ଶକେ। ସେପଟେ ପରଦାରେ ଅନ୍ୟ ହିରୋଇନ୍ଙ୍କ ସହ କାମ କରିବା ଦେଖି ଟୁପୁରୁଟାପୁରୁ ଆରମ୍ଭ ହୋଇଯାଇଥିଲା।
କିଛି ଲୋକ ଅନୁଭବ ଏବଂ ବର୍ଷା ଅଲଗା ହେବାକୁ ଯାଉଛନ୍ତି ବୋଲି ପ୍ରଚାର କରିବା ଆରମ୍ଭ କରିଦେଇଥିଲେ। ଅନେକଥର ଏ ସମ୍ପର୍କରେ ଅନୁଭବ ଏବଂ ବର୍ଷାକୁ ପଚରା ମଧ୍ୟ ଯାଇଥିଲା। ଦୁହେଁ ଏ 
ହେଲେ ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ସବୁ ଦର୍ଶକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିଦେଇଛି। ଗତ ଅଗଷ୍ଟ ୭ତାରିଖ ଦିନ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ଅବସରରେ ଧର୍ମପତ୍ନୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅନୁଭବ। ୭ତାରିଖ ଦିନ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ପାଳନ ସହ ତାଙ୍କ ଦ୍ୱାରା ରଚିତ ଏବଂ ଅଭିନୀତ ଫିଲ୍ମ ‘ନିମ୍କି’ର ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇଥିଲା।
ଏହି ଅବସରରେ ସମସ୍ତ ପରିବାର ଲୋକ ସେଠାରେ ଉପସ୍ଥିତ ଥିଲେ। ଆଉ ଅନୁଭବ ସେଠାକୁ ଯାଇ ବର୍ଷାଙ୍କ ଅଭିନୟ ଦକ୍ଷତା ବିଷୟରେ କହିବା ସହ ଗତ କିଛି ଦିନ ତଳେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିବା ସମୟରେ ସେ କରିଥିବା ସେବା ଓ ଆଦର ବିଷୟରେ ମଧ୍ୟ ବଖାଣିଥିଲେ।

ମୁଁ ସବୁବେଳେ ମୋ ସ୍ତ୍ରୀଙ୍କଠାରୁ ଭଲ ପାଇବା ପାଇଆସିଛି। କିନ୍ତୁ ମୋ ଦେହ ଖରାପ ସମୟରେ ସେ ଯେମିତି ମୋ ସେବା କଲେ ତାକୁ ଦେଖି ମୁଁ ଅଭିଭୂତ ହୋଇଗଲି। ଯଦି ମୁଁ ଆଜି ପୁଣି ଥରେ ଚାଲି ପାରୁଛି କି ଦୌଡ଼ି ପାରୁଛି, ସେ ସବୁ କେବଳ ବର୍ଷାଙ୍କ ପାଇଁ। ମୁଁ ତାଙ୍କ ଜନ୍ମଦିନରେ ଏତିକି ଚାହେଁ ସେ ଦୀର୍ଘାୟୁ ହୁଅନ୍ତୁ ଏବଂ ଗୋଟେ ସୁସ୍ଥ ଜୀବନ ବଞ୍ଚନ୍ତୁ।”
ଅନୁଭବ ଆବେଗଭରା କଣ୍ଠରେ କହିଥିଲେ, “ବର୍ଷାଙ୍କ ଜନ୍ମଦିନ ମୋ ପାଇଁ ଖାସ୍, କାରଣ ଏହି ଦିନରେ ବର୍ଷା ଜନ୍ମ ନେଇଥିଲେ। ସେ ଯଦି ଜନ୍ମ ନେଇ ନଥାନ୍ତେ ତେବେ ମୁଁ ତାଙ୍କୁ କେମିତି ପାଇପାରିଥାନ୍ତି। ସେ ଅଛନ୍ତି ବୋଲି ସିନା ମୁଁ ଅଛି। ”
from OdishaReporter https://ift.tt/2OuqKWS

No comments:
Post a Comment