ଜେଏନ୍‌ୟୁ ଛାତ୍ରନେତା ଉମର ଖଲିଦ୍‌ଙ୍କୁ ଆକ୍ରମଣ ଉଦ୍ୟମ, ପିସ୍ତଲ ଛାଡ଼ି ପଳାଇଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଜେଏନ୍‌ୟୁ ଛାତ୍ରନେତା ଉମର ଖଲିଦ୍‌ଙ୍କୁ ଆକ୍ରମଣ ଉଦ୍ୟମ, ପିସ୍ତଲ ଛାଡ଼ି ପଳାଇଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଜବାହର୍‌ ଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ର ନେତା ଉମର ଖଲିଦ୍‌ଙ୍କ ଉପରକୁ ‌ଆଜି ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍‌ କ୍ଲବ ନିକଟରେ  ଉମରଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିଲା।

ତେବେ ସୌଭାଗ୍ୟବଶତଃ ଉମର ଏଥିରୁ ବର୍ତ୍ତିଯାଇଛନ୍ତ। ଉମର ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।  ମିଳିଥିବା ସୂଚନା ଅନୁଯାୟୀ,  ଉମର ଖଲିଦ୍‌ ନିଜ ସାଙ୍ଗମାନଙ୍କ ସହ ଉକ୍ତ କ୍ଲବ୍‌ ପାଖରେ ବସିଥିଲେ। ଏହି ସମୟରେ ଦୁଇ ଜଣ ଅପରିଚିତ ବ୍ୟକ୍ତି ଉମରଙ୍କ ଆଡ଼କୁ ମାଡ଼ି ଆସିଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ହାତରେ ପିସ୍ତଲ ଧରିଥିଲେ।  ତେବେ ସେଠାରେ ବସିଥିବା ଲୋକଙ୍କର ଯେତେବେଳେ ସନ୍ଦେହ ହେଲା ସଙ୍ଗେ ସଙ୍ଗେ ସମ୍ପୃକ୍ତ ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ତେବେ ଗଲା ବେଳେ ସେଠାରେ ଏକ ପିସ୍ତଲ ଛାଡ଼ି ଦେଇ ଯାଇଥିବା ଜଣାପଡ଼ିଛି। ପିସ୍ତଲଟିକୁ ରାସ୍ତାରୁ ଜବତ ମଧ୍ୟ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ଏହି ଆକ୍ରମଣ ପଛର ଉଦ୍ଦେଶ୍ୟ କ’ଣ ତାହା ଜଣାପଡ଼ି ନାହିଁ।ଏଠାରେ ସୂଚନା ଯୋଗ୍ୟ ଯେ, ଉମର ତାଙ୍କୁ  ହତ୍ୟା ଧମକ ମିଳୁଥିବା ପୂର୍ବରୁ ସେ ଅଭିଯୋଗ ଆଣିଥିଲେ। ସେହିପରି ୨୦୧୬ରେ ଖଲିଦଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା ।

ଫୋନରେ ତାଙ୍କୁ କୁହାଯାଇଥଲା କି ଯଦି ତାଙ୍କ ପୁଅ ଦେଶ ନ ଛାଡ଼ନ୍ତି ତେବେ ତାଙ୍କୁ ଜୀବନରୁ ମାରିଦିଆଯିବ। ପ୍ରକାଶ ଯେ, ସଂସଦ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଅଫଜଲ୍‌ ଗୁରୁକୁ ଫାଶି ଦେବା ବିରୋଧରେ କ୍ୟାମ୍ପସରେ କାର୍ଯ୍ୟକ୍ରମ କରି ଦେଶଦ୍ରୋହର ମାମଲାରେ ଫସିଥିଲେ  ଉମର।



from OdishaReporter https://ift.tt/2MiETZY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages