ଖୁବ୍‌ଶୀଘ୍ର ଆସୁଛି ରେଲୱେରେ ନିଯୁକ୍ତି ବିଜ୍ଞାପନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଖୁବ୍‌ଶୀଘ୍ର ଆସୁଛି ରେଲୱେରେ ନିଯୁକ୍ତି ବିଜ୍ଞାପନ

ନୂଆଦିଲ୍ଲୀ: ଚାକିରି ଆଶୟୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରର ଏନ୍‌ଡିଏ ସରକାର ଦେଶର ପ୍ରାୟ ୧ଲକ୍ଷ ୩୦ହଜାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି।

ଖାସ୍‌ କରି ରେଲୱେରେ ନିଯୁକ୍ତି ପାଇଁ ଆଶାୟୀଙ୍କ ପାଇଁ ଖୁବ୍‌ଶୀଘ୍ର ଏକ ବଡ଼ ସୁଯୋଗ ଆସୁଛି। ନିକଟରେ ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ସୂଚନା ଦେଇଛନ୍ତି, “ରେଲୱେ ପ୍ରୋଟେକ୍ସନ୍ ଫୋର୍ସ ବା ଆର୍‌ପିଏଫ୍‌ରେ ପ୍ରାୟ ୧୦ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଏଥିମଧ୍ୟରୁ ୫୦ପ୍ରତିଶତ ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।”

କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ଯେ ଏହି ପଦବୀରେ ଚାକିରି କରିବା ପାଇଁ ପରୀକ୍ଷାର୍ଥୀଙ୍କୁ କମ୍ପ୍ୟୁଟର୍‌ ବେସ୍‌ଡ୍‌ ପରୀକ୍ଷା( ସିବିଟି) ଦେବାକୁ ପଡ଼ିବ। ବିନା ସାକ୍ଷାତକାରରେ ପରୀକ୍ଷାର୍ଥୀମାନେ ଏହି ଚାକିରି କରିପାରିବେ।”

ସୂଚନାଯୋଗ୍ୟ, ଏହା ପୂର୍ବରୁ ରେଳ ବିଭାଗ ପକ୍ଷରୁ ଫେବ୍ରୁଆରୀରେ Alp & Technicians (Group C) ଭାବେ ନିଯୁକ୍ତି ପାଇଁ ୨୬ ହଜାର ୫୦୨ଟି ପଦବୀ ଓ ଗ୍ରୁପ୍‌ ‘ଡି’ରେ ୬୨ ହଜାର ୯୦୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

 



from OdishaReporter https://ift.tt/2vC2VW6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages