୧୯୨୪ ପରେ କେରଳରେ ସବୁଠାରୁ ଭୟଙ୍କର ଲଗାଣ ବର୍ଷା: ବନ୍ୟାରେ ଭାସିଗଲା ୧୦ ହଜାର କିମି ରାସ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

୧୯୨୪ ପରେ କେରଳରେ ସବୁଠାରୁ ଭୟଙ୍କର ଲଗାଣ ବର୍ଷା: ବନ୍ୟାରେ ଭାସିଗଲା ୧୦ ହଜାର କିମି ରାସ୍ତା

ଥିରୁଅନନ୍ତପୁରମ୍‌: କେରଳରେ ଜାରି ରହିଥିବା ଲଗାଣ ବର୍ଷା ସବୁ ରେକର୍ଡ ଭାଙ୍ଗିଛି। ୧୯୨୪ ପରେ ଏଭଳି ଲଗାଣ ବର୍ଷା କେରଳରେ କେବେ ହୋଇନଥିଲା।
ଏହାର ପ୍ରକୋପରେ ରାଜ୍ୟର ପ୍ରାୟ ୧୦ ହଜାର କିମି ରାସ୍ତା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ପ୍ରାଥମିକ ଆକଳନରୁ ବର୍ଷା,ବନ୍ୟା ଓ ଭୂସ୍ଖଳନରେ ପାଖାପାଖି ୮୩୧୬ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି।
ସେହିପରି ଅଗଷ୍ଟ ୯ରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତ ବର୍ଷ ମୌସୁମୀ ସକ୍ରିୟ ହେବା ପରେ ଏଯାବତ୍‌ ୧୮୬ ଜଣଙ୍କ ଜୀବନ ଯାଇଛି।
ଅଗଷ୍ଟ ୧୫ ଯାଏ ବର୍ଷାର ସମ୍ଭାବନା ଥିବାରୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ ଯୋଗେ ଆଜି କୁହାଯାଇଛି, “ବର୍ଷା ଯେଉଁଭଳି କେରଳରେ ତାଣ୍ଡବ ରଚିଛି, ତା’ର ପ୍ରଭାବ ଦୀର୍ଘ ଦିନ ଧରି ଅନୁଭୂତ ହେବ। ଏଥିରେ ୨୦ ହଜାର ବାସଗୃହ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉଭୟ ଜାତୀୟ ଓ ରାଜ୍ୟ ରାଜପଥର ପ୍ରାୟ ୧୦ ହଜାର କିମି ଲମ୍ବ ରାସ୍ତା ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି।
” ଏହି ରାସ୍ତାଗୁଡ଼ିକର ମରାମତି ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ର ଆବଶ୍ୟକତା ରହିଛି।
” ୧୦ଟି ଜିଲ୍ଲା ବର୍ଷା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟର ୨୭ଟି ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ ହେବାରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
” ଲଗାଣ ବର୍ଷା ଯୋଗୁ ରାଜ୍ୟରେ ୨୧୧ଟି ଭୂସ୍ଖଳନ ଜନିତ ଘଟଣା ସାମ୍ନାକୁ ଆସିଛି।”
୧୪ଟି ଜିଲ୍ଲାର ୬୦ ହଜାର ଲୋକଙ୍କୁ ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ୬ଟି ଜିଲ୍ଲାରେ ଖୋଲାଯାଇଥିବା ୩୨୦ଟି ରିଲିଫ୍‌ କ୍ୟାମ୍ପରେ ଏମାନଙ୍କୁ ରଖାଯାଇଛି।
ବନ୍ୟା ଓ ବର୍ଷା ଯୋଗୁ ଜଳବନ୍ଦୀ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ୧୦ କଲମ୍‌ ଆର୍ମି, ମାଡ୍ରାସ୍‌ ରେଜିମେଣ୍ଟର ଗୋଟିଏ ୟୁନିଟ୍‌, ନୌସେନା, ବାୟୁସେନା ଓ ୧୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ସଦସ୍ୟଙ୍କୁ ନିୟୋଜିତ କରାଯାଇଛି।
ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆକାଶମାର୍ଗରୁ ବନ୍ୟା ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ। କେନ୍ଦ୍ର ସରକାର ଅତିରିକ୍ତ ୧୦୦ କୋଟି ଟଙ୍କା କେରଳକୁ ଦେବେ ବୋଲି ସେ କହିଛନ୍ତି।
ତାମିଲନାଡ଼ୁର ବିରୋଧୀ ଦଳ ଡିଏମକେ କେରଳ ସରକାରଙ୍କୁ ୧ କୋଟି ଟଙ୍କାର ସହାୟତା ଦେଇଥିବା ବେଳେ ଅଭିନେତାରୁ ନେତା ହୋଇଥଇବା କମଲ ହାସନ ଓ ବିଜୟ ଟିଭି ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେଇଛନ୍ତି।


from OdishaReporter https://ift.tt/2Mfy3Fe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages