
ପାଟନା: ବିହାରର ମୁଙ୍ଗେର ଜିଲ୍ଲା ମୁରଗିଆ ଛକଠାରେ ଥିବା ଏକ ନିର୍ମାଣାଧୀନ ୧୧୦ ଫୁଟ୍ ଗଭୀର ବୋରୱେଲ୍ ଭିତରେ ଜଣେ ୩ ବର୍ଷର ଝିଅ ଖସି ପଡ଼ିଛି। ଏହି ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଝିଅଟିକୁ ଉଦ୍ଧାର କରାଯାଇ ପାରିନାହିଁ।
ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ବୋର୍ୱେଲ୍ ନିକଟରେ ଖେଳୁଥିବା ଏହି ୩ ବର୍ଷର ଝିଅଟି ଏହା ମଧ୍ୟକୁ ଖସି ପଡ଼ିଥିଲା। ସାନୁ ନାମକ ଏହି ଝିଅଟି ଜଣେ ସମ୍ପର୍କୀୟଙ୍କ ଘରୁ ଆସିଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଖବର ପାଇ ବିହାରର ‘ବିପର୍ଯ୍ୟୟ ପ୍ରଶମନ’ ଟିମ୍ର ସଦସ୍ୟମାନେ ତୁରନ୍ତ ଉଦ୍ଧାର ପାଇଁ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ ବାହିନୀ, ପୁଲିସ୍, ଏସ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଝିଅଟି ଖସି ପଡ଼ିଥିବା ବୋରୱେଲ୍ ପାଇପ୍ ନିକଟରେ ଏକ ଗାତ ଖୋଳା ଯାଇଛି। ସେହିପରି ବୋର୍ୱେଲ୍ ମଧ୍ୟକୁ ଏବେ ଅମ୍ଳଜାନ ଛଡ଼ାଯାଉଛି। କ୍ୟାମେରା ମାଧ୍ୟମରେ ବୋର୍ୱେଲ୍ ମଧ୍ୟରେ ଝିଅଟିର ସ୍ଥିତି କିଭଳି ରହିଛି, ସେନେଇ କମ୍ପ୍ୟୁଟର୍ ସ୍କ୍ରିନରେ ମନିଟରିଂ କରାଯାଉଛି। ସେନା ଓ ଏନ୍ଡିଆର୍ଏଫ୍ ଟିମ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
from OdishaReporter https://ift.tt/2v7Nfdb
No comments:
Post a Comment