
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ପରିସ୍ଥିତି ସଙ୍ଗୀନ୍ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଅଘଟଣରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗତ ୬ ଦିନ ମଧ୍ୟରେ ବର୍ଷା ବିତ୍ପାତ ଯୋଗୁ ରାଜ୍ୟରେ ୧୦୬ ଜଣଙ୍କ ଜୀବନ ଗଲାଣି।
ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷା ଯୋଗୁ ୬୦୦ରୁ ଅଧିକ ଘର ଭାଙ୍ଗି ସାରିଲାଣି। ଆଗକୁ ଆହୁରି ଅଧିକ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ୨୭ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଏକାଧିକ ଟ୍ରେନ୍ର ଗତିପଥ ବଦଳା ଯାଇଛି। ଉତ୍ତରପ୍ରଦେଶ ବାରଣାସୀରେ ଗଙ୍ଗାନଦୀ ଫୁଲୁଥିବାରୁ ସେଠାରେ ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ କରାଯାଇଛି।
from OdishaReporter https://ift.tt/2vu72CO
No comments:
Post a Comment