ରଙ୍ଗିଲା ଇମ୍ରାନ୍‌ ଖାନ୍‌ : ୩ ବିବାହ, ୪ ପରକୀୟା ପ୍ରୀତି, ଜାଣନ୍ତୁ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରଙ୍କ ଲଭ୍‌ ଲାଇଫ୍‌ ବିଷୟରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ରଙ୍ଗିଲା ଇମ୍ରାନ୍‌ ଖାନ୍‌ : ୩ ବିବାହ, ୪ ପରକୀୟା ପ୍ରୀତି, ଜାଣନ୍ତୁ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରଙ୍କ ଲଭ୍‌ ଲାଇଫ୍‌ ବିଷୟରେ

ନୂଆଦିଲ୍ଲୀ: କ୍ରିକେଟର୍‌ରୁ ରାଜନେତା ହୋଇଥିବା ଇମ୍ରାନ୍‌ ଖାନ୍‌ ଖୁବ୍‌ଶୀଘ୍ର ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ପାକିସ୍ତାନର ୨୦୧୮ ନିର୍ବାଚନରେ ତାଙ୍କ ଦଳ ତେହେରିକ୍‌ ଏ- ଇନ୍‌ସାଫ୍‌ ସର୍ବାଧିକ ଭୋଟ ପାଇ ଆଗରେ ରହିଛି। ଯଦିଓ ତାଙ୍କ ଦଳ ଆବଶ୍ୟକ ବହୁମତ ହାସଲ୍‌ କରିବାରେ ସଫଳ ହୋଇ ନାହିଁ, ତେବେ ଅନ୍ୟ ଏକ ଦଳ ସହିତ ମିଶି ଇମ୍ରାନ୍‌ ସରକାର ଗଢ଼ିବେ ବୋଲି ସାଧାରଣରେ କହିଛନ୍ତି। ଅଗଷ୍ଟ ୧୧ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବୁଧବାର ଇମ୍ରାନ୍‌ ଘୋଷଣା ମଧ୍ୟ କରିଛନ୍ତି।ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଇମ୍ରାନ୍‌ ଖାନ୍‌ଙ୍କ ଜୀବନଶୈଳୀକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତାଙ୍କର ଏକାଧିକ ବିବାହଠାରୁ ନେଇ ପରକୀୟା ପ୍ରୀତି ପର୍ଯ୍ୟନ୍ତ ସବୁ ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛି। ଏମିତି ହେବା ବି ସ୍ୱଭାବିକ। କାରଣ ଦେଶର ଶାସନକଳର ମୁଖ୍ୟଙ୍କ ପଦରେ ଯିଏ ବସିବେ, ତାଙ୍କ ଇତିହାସ ଓ ଭୂଗୋଳ ତ’ ଜନତା ଜାଣିବା ଦରକାର।ଯେତେବେଳେ ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ତାଙ୍କର ବି ଜାତକ ବଖାଣି ଥିଲା ମିଡିଆ। ତେଣୁ ଏଥିରୁ ଇମ୍ରାନ୍‌ ବି କେମିତି ବାଦ୍‌ ପଡ଼ିବେ କିପରି ? ତେଣୁ ଏବେ ସମସ୍ତଙ୍କ ଫୋକସ୍‌ରେ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ରଙ୍ଗିଲା ଜୀବନଶୈଳୀ। ତେବେ ଆସନ୍ତୁ ଜାଣିବା ଇମ୍ରାନ୍‌ଙ୍କ ଜିବନୀ ବିଷୟରେ କିଛି ଖାସ୍‌  କଥା।ଇମ୍ରାନ୍‌ଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା ତା’ଠୁ ଅଧିକ ଚର୍ଚ୍ଚାରେ ରହିଛି ତାଙ୍କ ପରକୀୟା ପ୍ରୀତି। ୩ଟି ବିବାହ, ୪ଟି ପରକୀୟା ପ୍ରୀତି, ରାଜନୀତିରେ ଉତ୍‌ଥାପତନ ସହିତ ଜଣେ ବିବାଦୀୟ ସେଲେବ୍ରିଟି ଭାବେ ଇମ୍ରାନ୍‌ ଖାନ୍‌ଙ୍କ ଛବି ରହିଛି। ନିକଟରେ ତାଙ୍କର ତୃତୀୟ ପତ୍ନୀ ବୁଶରା ମନେକାଙ୍କ ସହିତ ସମ୍ପର୍କ ବିଗିଡ଼ି ଯାଇଥିବା ଖବର ପ୍ରକାଶ ହୋଇଛି। ପ୍ରକାଶ ଥାଉକି, ପୂର୍ବତନ କ୍ୟାପ୍‌ଟେନ୍‌ ଭାବେ ଇମ୍ରାନ୍ ଖାନ୍‌ଙ୍କ ନେତୃତ୍ୱରେ ପାକିସ୍ତାନ ୧୯୯୨ରେ ବିଶ୍ୱକପ୍‌ ଜିତିଥିଲା।

ଇମ୍ରାନ୍‌ଙ୍କ ବିବାହ
ଜେମିନା ଗୋଲ୍ଡସ୍ମିଥ୍: ଇମ୍ରାନ୍‌ ଖାନ୍‌ ୩ଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ପତ୍ନୀ ହେଲେ, ଜେମିମା ଗୋଲ୍ଡସ୍ମିଥ୍(Jemima Marcelle Goldsmith)। ଜେମିମା ଜଣେ ସମ୍ବାଦିକା ସହିତ ଡକ୍ୟୁମେମେଣ୍ଟାରୀ ଫିଲ୍ମ ପ୍ରଡ୍ୟୁସର୍‌ ମଧ୍ୟ। ସେ ଇସ୍‌ଲାମ ଧର୍ମ ଆପଣାଇବା ପରେ ଇମ୍ରାନ୍‌ ୧୯୯୫ ମସିହାରେ ତାଙ୍କୁ ବିବାହ କରିଥିଲେ। ଜେମିମା ମୂଳତଃ ବ୍ରିଟିସ୍‌ ବାସିନ୍ଦା ହୋଇଥିବାରୁ ଏହାକୁ ନେଇ ପାକିସ୍ତାନରେ ଅନେକ ତର୍କ ବିତର୍କ ଲାଗି ରହିଥିଲା। ଉଭୟେ ୯ ବର୍ଷ ସାଥି ହୋଇ ରହିବା ପରେ ୨୦୦୪ରେ ତାଙ୍କର ଛାଡ଼ପତ୍ର ହୋଇଥିଲା। ଉଭୟଙ୍କର ସୁଲେମାନ୍‌ ଖାନ୍‌ ଓ କାସିମ୍‌ ଖାନ୍‌ ନାମରେ ଦୁଇଟି ପୁଅ ଅଛନ୍ତି।

ରହମ୍ ଖାନ୍‌: ଇମ୍ରାନ୍ ଖାନ୍‌ଙ୍କର ଦ୍ୱିତୀୟ ପତ୍ନୀ ହେଉଛନ୍ତି ରହମ ନାୟର ଖାନ୍‌। ସେ ପେଶାରେ ଜଣେ ଟିଭି ସାମ୍ବାଦିକା ଓ ଫିଲ୍ମ ପ୍ରଡ୍ୟୁସର୍। ପ୍ରଥମ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ପରେ ରହମାନ୍‌ ଇମ୍ରାନ୍ ଖାନ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ମାତ୍ର ୧୦ ମାସ ଏକାଠି ରହିବା ପରେ ଇମ୍ରାନ୍‌ ଓ ରହମ ଖାନ୍‌ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଥିଲା।
ବୁଶରା ମନେକା: ଦ୍ୱିତୀୟ ପତ୍ନୀଙ୍କୁ  ଛାଡ଼ପତ୍ର ଦେବା ପରେ ଇମ୍ରାନ୍‌ ୨୦୧୮ ବୁଶରା ମନେକାଙ୍କୁ ବିବାହ କରିଛନ୍ତି। ବୁଶରା ଇମ୍ରାନ୍‌ଙ୍କୁ ଧର୍ମ ଶିକ୍ଷା ଦେଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିବାରୁ ଦୁହେଁ ବିବାହ କରିଥିଲେ। କିନ୍ତୁ ଇମ୍ରାନ୍‌ଙ୍କ ଏହି  ତୃତୀୟ ବିବାହ ବି ଏବେ ଭାଙ୍ଗିବା ମୁଡ୍‌ରେ ରହିଛି। କାରଣ ବୁଶରାଙ୍କ ସହିତ ଇମ୍ରାନ୍‌ଙ୍କ ସମ୍ପର୍କ ବାରମ୍ବାର ବିଗୁଡ଼ୁଥିବା ଶୁଣିବାକୁ ମିଳୁଛି। ଏ ନେଇ ମିଡିଆରେ ମଧ୍ୟ ଅନେକ ଥର ଖବର ପ୍ରସାରିତ ହୋଇଛି।

ଏକାଧିକ ବିବାହକୁ ଛାଡ଼ି ଦେଲେ ଇମ୍ରାନ୍‌ଙ୍କ ପରକୀୟା ପ୍ରୀତି ରହିଛି। ଯାହା ଅନେକ ସମୟରେ ତାଙ୍କୁ ବିବାଦ ଘେରକୁ ଟାଣି ନେଇଛି। ଇମ୍ରାନ୍‌ଙ୍କ ପରକୀୟା ପ୍ରୀତିର ତାଲିକା ଉପରେ ଟିକେ ନଜର ପକାନ୍ତୁ।

ଏମା ସର୍‌ଗେଣ୍ଟ୍: ଏମା ଜଣେ ପ୍ରସିଦ୍ଧ ଡିଜାଇନ୍‌ର ଓ ଚିତ୍ରଶିଳ୍ପୀ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମାଙ୍କ ସହ ଇମ୍ରାନ୍‌ ଖାନ୍‌ଙ୍କର ୪ ବର୍ଷ ଧରି ଅଫେୟାର୍ ଚାଲିଥିଲା।

ସୀତା ହ୍ୱାଇଟ୍‌ସ: ଇମ୍ରାନ୍‌ ଖାନ୍‌ ଓ ସୀତା ହ୍ୱାଇଟ୍‌ଙ୍କର ଅଫେୟାର୍ ମାତ୍ର କିଛି ଦିନ ପାଇଁ ଥିଲା। ଉଭୟଙ୍କର ତାରିୟନ୍‌ ନାମରେ ଜଣେ  ଝିଅ ମଧ୍ୟ ଅଛି। ଯାହାଙ୍କୁ ଇମ୍ରାନ୍‌ ନିଜ ଝିଅ ନୁହେଁ ବୋଲି ମନା କରି ଦେଇଥିଲେ। କିନ୍ତୁ ମେଡିକାଲ୍ ଟେଷ୍ଟ ପରେ ତାରିୟାନ୍‌ ଇମ୍ରାନ୍‌ଙ୍କ ଝିଅ ବୋଲି ଜଣାପଡ଼ିଥିଲା।

ଜିନତ୍ ଅମାନ୍‌: ବଲିଉଡ୍‌ର ବୋଲ୍‌ଡ୍‌ ବ୍ୟୁଟି ଜିନତ୍ ଅମାନ୍‌ଙ୍କ ସହିତ ଇମ୍ରାନ୍‌ଙ୍କ ସମ୍ପର୍କ ଥିଲା। ୭୦ ଓ ୮୦ ଦଶକରେ କେଉଁ ଏକ ଟୁର୍‌ ବେଳେ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା। ଏହାପରେ ଦୁଇଜଣଙ୍କର ସମ୍ପର୍କ ବେଶ୍ କିଛିଦିନ ଜମି ଆସିଥିଲା।

ଆୟଶା ଗୁଲାଲାଇ: ପାକିସ୍ତାନର ପ୍ରଥମ ମହିଳା ସାଂସଦ ଥିଲେ ଆୟଶା ଗୁଲାଲାଇ। ସବୁଠାରୁ କମ୍‌ ବୟସରେ ସେ ପାକିସ୍ତାନର ଏମ୍‌ପି ହୋଇଥିଲେ। ଇମ୍ରାନ୍‌ ତାଙ୍କୁ ବାରମ୍ବାର ମେସେଜ୍‌ କରୁଥିବା ସେ ଅଭିଯୋଗ କରିଥିଲେ। ୨୦୧୨ରୁ ୧୦୧୮ ପର୍ଯ୍ୟନ୍ତ ସେ ଇମ୍ରାନ୍‌ଙ୍କ ଦଳରେ ରହିଥିଲେ। କିନ୍ତୁ ନିକଟରେ ଇମ୍ରାନ୍‌ଙ୍କ ଦଳରୁ ବାହାରି ସେ ନିଜର ଏକ ଦଳ ଗଢ଼ିଛନ୍ତି।



from OdishaReporter https://ift.tt/2M7X2Gw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages