ରାଫେଲ୍‌ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଲେ ଜେଟଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ରାଫେଲ୍‌ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଲେ ଜେଟଲୀ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କିଣାକୁ ନେଇ ରାଜନୀତିକ ବୟାନବାଜି ଥମିବାର ନାଁ ଧରୁନି। ରାଫେଲକୁ ନେଇ ପ୍ରଥମେ କଂଗ୍ରେସ ଏନ୍‌ଡିଏ ସରକାରଙ୍କୁ ଟର୍ଗେଟ କରିଥିବା ବେଳେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହାର ଜବାବ ଦେଇଛନ୍ତି।

ୟୁପିଏ ସରକାରଙ୍କ ତୁଳନାରେ ଏନ୍‌ଡିଏ ସରକାର ୨୦% ଶସ୍ତାରେ ରାଫେଲ ଯୁଦ୍ଧ ବିମାନ କିଣିଛନ୍ତି। ଏଥିରେ କୌଣସି ଅନିୟମିତତା ହୋଇନଥିବା ସେ କହିଛନ୍ତି।

ସେ ଉଭୟ ଫେସ୍‌ବୁକ୍‌ ଓ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାତୀୟ ସୁରକ୍ଷା ପାଇଁ ଅଦୌ ଯତ୍ନବାନ ନୁହନ୍ତି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ମିଥ୍ୟା ତଥ୍ୟ ପ୍ରଚାର କରିବାରେ ଲାଗିଛନ୍ତି। ଭୁଲ୍‌ ତଥ୍ୟ ଦେଇ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବାକୁ ବିରୋଧୀ ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ଜେଟଲୀ କହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ଫ୍ରାନ୍ସଠାରୁ ବିମାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଥିଲେ।

ଆଜି ଜେଟଲୀ ଏଏନ୍‌ଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, “ବିନା ମଧ୍ୟସ୍ଥତାରେ ରାଫେଲ୍‌ ଡିଲ୍‌ ହୋଇଛି। ପ୍ରଥମେ ଆମେ ଦାମ କଥାକୁ ଆସିବା। ୨୦୦୭ ତୁଳନାରେ ୨୦୧୬ରେ ହୋଇଥିବା ଡିଲ୍‌ ୨୦% ଶସ୍ତାରେ ହୋଇଛି। ତେଣୁ ମୋଦି ସରକାର ଅଧିକ ଦାମରେ ରାଫେଲ୍‌ ଯୁଦ୍ଧ ବିମାନ କିଣିଛନ୍ତି ବୋଲି, କଂଗ୍ରେସ ଯେଉଁ କଥା କହୁଛି, ତାହା ସଂପୂର୍ଣ୍ଣ ଭତ୍ତିହୀନ।

” କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜେ ୭ଟି ସଭାରେ ରାଫେଲ୍‌ ଯୁଦ୍ଧ ସମ୍ପର୍କରେ ୭ଟି ଦାମ କଥା କହିଛନ୍ତି। ତେଣୁ କଂଗ୍ରେସ ମଧ୍ୟ ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ରହିଛି। କେବଳ ନିଜର ରାଜନୀତିକ ଫାଇଦା ପାଇଁ ଏଭଳି ଅଭିଯୋଗ କରୁଛି।”

ଶ୍ରୀ ଜେଟଲୀ ତାଙ୍କ ଫେସ୍‌ବୁକ୍‌ରେ ମଧ୍ୟ ରାହୁଲ ଗାନ୍ଧିଙ୍କୁ ଦେଶର ସୁରକ୍ଷା ସହ ବୁଝାମଣା କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି। କ’ଣ ଦେଶର ସୁରକ୍ଷାଠାରୁ ନିଜର ରାଜନୀତିକ ଫାଇଦା ଅଧିକ ବଡ଼ ବୋଲି ସେ ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2LBhJd2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages