
ଜାକର୍ତ୍ତା(ଓଡ଼ିଶା ରିପୋର୍ଟର୍: ଇଣ୍ଡୋନେସିଆରେ ଚାଲିଥିବା ଏସିଆନ୍ ଗେମ୍ସ-୨୦୧୮ର ଏକାଦଶ ଦିବସରେ ଭାରତୀୟ ବକ୍ସର୍ ଅମିତ ପଙ୍ଘଲ୍ ଏବଂ ବିକାଶ କ୍ରିଷ୍ଣା ନିଜ ନିଜ ବର୍ଗରେ ସେମିଫାଇନାଲ୍କୁ ପ୍ରବେଶ କରି ଦେଶ ପାଇଁ ୨ଟି ପଦକ ନିଶ୍ଚିତ କରିଛନ୍ତି।
ଅମିତ ୪୯ କେଜି ଲାଇଟ୍ ଫ୍ଲାଏୱେଟ୍ ବର୍ଗରେ ତାଙ୍କ ଉତ୍ତର କୋରିଆ ପ୍ରତିଦ୍ୱନ୍ଦ୍ୱୀ କିମ୍ ଜଙ୍ଗ ରିୟଙ୍ଗ୍ଙ୍କୁ ୫-୦ରେ ହରାଇ ସେମିଫାଇନାଲ୍କୁ ଯାଇଛନ୍ତି। ସେମିଫାଇନାଲ୍ରେ ସେ ଫିଲିପାଇନ୍ସର ପାଲମ୍ କାର୍ଲୋଙ୍କୁ ମୁକାବିଲା କରିବେ।
ସେହିପରି ପୁରୁଷ ମିଡିଲ୍ୱେଟ୍ର ୭୫ କେଜି ବର୍ଗରେ ଭାରତୀୟ ବକ୍ସର୍ ବିକାଶ କ୍ରିଷ୍ଣା ଚୀନ୍ର ତହୋଇତା ଏରବିକେ ତଙ୍ଗଲାତିହାନ୍ଙ୍କୁ ୩-୨ରେ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍ରେ ବିକାଶ କାଜକସ୍ତାନର ଅମାନକୁଲ୍ ଆବିଲଖାନ୍ଙ୍କୁ ଭେଟିବେ।
ସେମିଫାଇନାଲ୍ରେ ଏହିମ ଦୁଇ ଭାରତୀୟ ବକ୍ସର ହାରିଗଲେ ମଧ୍ୟ ବ୍ରୋଞ୍ଜ୍ ପଦକ ପାଇବେ।
from Odisha Reporter https://ift.tt/2PhTgLX
No comments:
Post a Comment