
କୋଲକାତା: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି କୋଲକାତାର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ସମନ୍ ଜାରି କରିଛନ୍ତି। ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ ପକ୍ଷରୁ ଶ୍ରୀ ଶାହଙ୍କ ବିରୋଧରେ ରୁଜୁ ହୋଇଥିବା ଅପରାଧିକ ମାନହାନୀ ମାମଲାରେ କୋର୍ଟ ଏଭଳି ସମନ୍ ଜାରି କରିଛନ୍ତି।
ଶ୍ରୀ ଶାହ ଏକ ସାଧାରଣ ସଭାରେ ଟିଏମ୍ସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସିଧାସଳଖ ଦୁର୍ନୀତି ଅଭିଯୋଗ ଆଣିଥିଲେ।
ଏହାକୁ କେନ୍ଦ୍ର କରି ଶ୍ରୀ ବାନାର୍ଜୀ ଅଗଷ୍ଟ ୧୩ରେ ଶ୍ରୀ ଶାହଙ୍କୁ ଆଇନ୍ଗତ ନୋଟିସ୍ ପଠାଇବା ସହ କ୍ଷମା ମାଗିବାକୁ କହିଥିଲେ। ଯଦି ଶ୍ରୀ ଶାହ କ୍ଷମା ନ ମାଗନ୍ତି, ତା’ହେଲେ ଶ୍ରୀ ବାନାର୍ଜୀ ଅପରାଧିକ ମାନହାନୀ ମକୋଦ୍ଦମା କରିବେ ବୋଲି ମଧ୍ୟ ନୋଟିସ୍ ଜରିଆରେ ଧମକ ଦେଇଥିଲେ।
ଶାହ କ୍ଷମା ନ ମାଗିବାରୁ ଶ୍ରୀ ବାନାର୍ଜୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରିବା ସହ ଶ୍ରୀ ଶାହଙ୍କୁ ସମନ୍ କରିଛନ୍ତି।
from Odisha Reporter https://ift.tt/2NwF5lE
No comments:
Post a Comment