ଖାଦ୍ୟ ଆଉ ଖାଦକକୁ ଏକାଠି କରିଛି ବନ୍ଧୁତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଖାଦ୍ୟ ଆଉ ଖାଦକକୁ ଏକାଠି କରିଛି ବନ୍ଧୁତ୍ୱ

ୱାଶିଂଟନ (ଓଡ଼ିଶା ରିପୋର୍ଟର): ଜଣେ ଖାଦ୍ୟ, ଜଣେ ଖାଦକ। ହେଲେ ପ୍ରୀତି ଏମିତି, ଯେମିତି ଦୁହେଁ ଦୁହିଁଙ୍କ ପାଇଁ।

ଦୁହେଁ ମୁହଁରେ ମୁହଁ ଯୋଡ଼ିଲେ ଲାଗିବ ଯେମିତି ଏଇଠି ସବୁ ସରିଯିବ । ହେଲେ ନିରେଖି ଦେଖିଲେ ଲାଗିବ ସତରେ ବନ୍ଧୁତ୍ୱ କେତେ ନିବିଡ଼ ଏମାନଙ୍କ ପାଇଁ।

ବାସ୍ତବରେ ଇଶ୍ୱରଙ୍କ ସୃଷ୍ଟିରେ ଦୁଇ ପ୍ରାଣୀଙ୍କ ଏଭଳି ଭଲପାଇବା ଆଉ ବନ୍ଧୁତ୍ୱ ଅତ୍ୟନ୍ତ ବିରଳ।

ପ୍ରବୃତ୍ତି ଆଉ ପ୍ରକୃତିର ବିପରୀତ ଦିଗରେ ଯାଉଥିବା ସେ ଦୁହିଁଙ୍କୁ ଆମେ, ଆମ ଭାଷାରେ ପଶୁ ବୋଲି କହୁ। ଜଣେ ବଣର ରାଜା ସିଂହ ଆଉ ଜଣେ ମଣିଷର ଅତିବିଶ୍ୱସ୍ତ କୁକୁର।

ଆମ ତୁମ ଭାଷାରେ ସିନା ସେମାନେ ସେମାନଙ୍କ ମନର କଥା କିମ୍ବା ଭାବ ପରିପ୍ରକାଶ କରିପାରୁ ନ ଥିବା ପ୍ରାଣୀ, କିନ୍ତୁ ତାଙ୍କ ବନ୍ଧୁତ୍ୱ ଦେଖିଲେ ଲାଗିବ ସେମାନେ ଯେମିତି ଆମଠୁ ବି ବେଶୀ ସ୍ନେହୀ।

ଆମେ କହୁଛୁ ଆମେରିକାସ୍ଥିତ G.W.Exotic Animal Park କଥା। ଯେଉଁ ଉଦ୍ୟାନର ଗୋଟିଏ ଖୁଆଡ଼ରେ ରୁହନ୍ତି ବୋନ ଡିଗର(ସିଂହ) ଆଉ ଡ୍ୟାସହଣ୍ଡ ପ୍ରଜାତିର କୁକୁର ଲୁସି।

ଉଭୟ ପରସ୍ପରର ଭାରି ଭଲ ବନ୍ଧୁ। ସେଇଥିପାଇଁ ଏକାଠି ରହି ଦୁହେଁ ଖେଳାଖେଳି କରନ୍ତି ଓ ଏକାଠି ଖାଆନ୍ତି । ଯାହା ନ ଦେଖିଲା ଲୋକ କେବେ ବିଶ୍ୱାସ କରିବେନି।

ଏହି ପ୍ରାଣୀ ଉଦ୍ୟାନର ମ୍ୟାନେଜର John Reikene କୁହନ୍ତି “ସେମାନଙ୍କ ବନ୍ଧୁତ୍ୱ ଦେଖି ଆମେ ବି ଆଶ୍ଚର୍ଯ୍ୟ ହୋଇଯାଉ। ସକାଳୁ ରାତି ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ଗୋଟିଏ ଖୁଆଡ଼ରେ ରହୁଥିଲେ ମଧ୍ୟ ପ୍ରାଣୀସୁଲଭ ହିଂସ୍ର ପ୍ରବୃତ୍ତି ଦୁହିଁଙ୍କଠାରେ ଦେଖିବାକୁ ମିଳେନି। ଉଭୟଙ୍କ ଲାଗି ଦିଆଯାଉଥିବା ଖାଦ୍ୟ ବି ନିର୍ବିବାଦରେ ସେମାନେ ଏକାଠି ଗ୍ରହଣ କରନ୍ତି। କେବଳ ଲୁସି ନୁହେଁ, ତାର ପିଲାମାନଙ୍କୁ ମଧ୍ୟ ବୋନଡିଗର ଆପଣେଇ ନେଇଛି। ଯାହା ଆମ ମଣିଷମାନଙ୍କ ପାଇଁ ଏକ ଉଦାହରଣ ନିଶ୍ଚିୟ।”

 



from OdishaReporter https://ift.tt/2KvlY9n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages