
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସେବାୟତ ଓ ସାଧାରଣ ଲୋକଙ୍କଠାରୁ ପ୍ରସ୍ତାବ ଗ୍ରହଣ କରିବାକୁ ଆସନ୍ତା ୧୦ ତାରିଖରେ ହେବ ଏକ ଜନ ଶୁଣାଣି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ଆସନ୍ତା ୧୦ ତାରିଖରେ ଦିନ ୧୧ଟାରୁ ୨ଟା ମଧ୍ୟରେ ପୁରୀରେ ଏହି ଜନ ଶୁଣାଣି ହେବ। ସେବାୟତ ତଥା ସାଧାରଣ ଲୋକେ ନିଜର ମତାମତ ଲିଖିତ ବା ମୌଖିକ ଭାବେ ଉପସ୍ଥାପନ କରିପାରିବେ। ରାଜ୍ୟ ସରକାର ଗଠନ କରିଥିବା ୩ ଜଣିଆ କମିଟିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମ୍ମୁଖରେ ଲୋକେ ନିଜ ନିଜର ପ୍ରସ୍ତାବ ରଖିପାରିବେ। କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହୀମୋହନ ତ୍ରିପାଠୀ।
ଦେଶର ବିଭିନ୍ନ ମନ୍ଦିର ପରିଦର୍ଶନ କରି ଶ୍ରୀମନ୍ଦିରର ସଂସ୍କାର ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଏହି ତିନି ଜଣିଆ କମିଟି ଗଠନ କରିଛନ୍ତି। କମିଟି ସଦସ୍ୟମାନେ ବୈଷ୍ଣୋଦେବୀ, ଅମୃତସରର ସ୍ୱର୍ଣ୍ଣ ମନ୍ଦିର, ତିରୁପତି ବାଲାଜୀ ମନ୍ଦିର ପରିଦର୍ଶନରେ ଯାଇ ସେଠାକାର ମନ୍ଦିର ପରିଚାଳନା କିପରି ଚାଲିଛି, ତାହା ତଦାରଖ କରିବେ।
କମିଟି ସଦସ୍ୟମାନେ ଏହି ମନ୍ଦିରଗୁଡିକୁ ପରିଦର୍ଶନରେ ଯିବା ପୂର୍ବରୁ ଏହି ଜନ ଶୁଣାଣି କରି ଲୋକଙ୍କ ମତାମତ ନେବେ।
from OdishaReporter https://ift.tt/2nbOfIP
No comments:
Post a Comment