
ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦରେ ଜଣେ ଦୁର୍ବୃତ୍ତଙ୍କୁ ଛିନ୍ତାଇ କରିବା ମହଙ୍ଗା ପଡ଼ିଛି। ଗ୍ରାମବାସୀଙ୍କ ମାଡ଼ରେ ଲୁଟେରା ଜଣଙ୍କ ଲହୁଲୁହାଣ ହୋଇଛି।
ଅଭିଯୋଗ ଅନୁସାରେ, ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ଏକ ବାଇକ୍ରେ ଲୁଟେରା ଜଣଙ୍କ ତାଙ୍କ ବେକରୁ ସୁନା ଚେନ୍ ଛିଡ଼ାଇ ଖସି ପଳାଇବାକୁ ଚେଷ୍ଟା କରୁଥିଲା। ମହିଳା ଜଣଙ୍କ ପାଟି କରିବାରୁ ଗ୍ରାମବାସୀ ଏକାଠି ହୋଇଯାଇଥିଲେ। ଗାଁର କିଛି ଲୋକ ଲୁଟେରାର ପିଛା କରିଥିଲେ। ତେବେ କିଛି ବାଟ ଯିବା ପରେ ଲୁଟେରା ଜଣକ ବାଇକ୍ରୁ ପଡ଼ି ଯାଇଥିଲା। ଗ୍ରାମବାସୀ ତାକୁ କାବୁ କରି ନିର୍ଧୁମ ଛେଚିଥିଲେ। ଖବର ପାଇ ପୁଲିସ ଗାଁରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଛି।
from OdishaReporter https://ift.tt/2vkD9pw
No comments:
Post a Comment