ମୃତଦେହ ରଖି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ମୃତଦେହ ରଖି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

ଜୟପୁର (ଟି.ଗୌରୀଶଙ୍କର): ତିନି ଜଣ ସାଙ୍ଗ ହୋଇ ବାଇକ୍‌ରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି।

ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ଏନ୍‌ଏଚ୍‌କୁ ଅବରୋଧ କରିଛନ୍ତି।

ଗତକାଲି ଗୋପୀନାଥ ମାଝୀ, ପଦ୍ମନ ମାଝୀ ଓ ପାନ ପୂଜାରୀ ଏକ ବାଇକ୍‌ରେ କୋଟପାଡ଼ ଯାଉଥିଲେ। ଢମଣାହାଣ୍ଡି ନିକଟରେ ଏକ କାର୍ ସେମାନଙ୍କ ବାଇକ୍‌କୁ ଧକ୍କାଦେଇଥିଲା। ଫଳରେ ୩ ଜଣ ଯାକ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କୋଟପାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସନ୍ଧ୍ୟା ବେଳେ ସେମାନଙ୍କ ମଧ୍ୟରୁ ଗୋପୀନାଥ ଓ ପଦ୍ମନଙ୍କ ମୃତ୍ୟୁ ଘଟିଥିଲା।

ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ପରିବାର ଲୋକେ କ୍ଷତିପୂରଣ ଦାବିରେ ମୃତଦେହକୁ ୬୩ ନମ୍ୱର ଜାତୀୟ ରାଜପଥରେ ରଖି ଟ୍ରାଫିକ ଅବରୋଧ କରିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା।



from Odisha Reporter https://ift.tt/2o68XdC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages