
ଲଣ୍ଡନ୍: ଭାରତ ବିପକ୍ଷ ୪ର୍ଥ ଟେଷ୍ଟ୍ ପାଇଁ ଇଂଲଣ୍ଡ ସ୍କ୍ୱାଡ୍ରେ ଗୋଟିଏ ପରିବର୍ତ୍ତନ ହୋଇଛି।
ତୃତୀୟ ଟେଷ୍ଟ୍ରେ ଆହତ ହୋଇଥିବା ୱିକେଟ୍କିପର୍ ବ୍ୟାଟସ୍ମ୍ୟାନ୍ ଜନ୍ନି ବେୟାରଷ୍ଟୋଙ୍କ ସ୍ଥାନରେ ଇଂଲଣ୍ଡ ଦଳରେ ଜେମ୍ସ ଭିନ୍ସେଙ୍କୁ ସାମିଲ କରାଯାଇଛି। ଏପ୍ରିଲ ମାସରେ କ୍ରାଏଷ୍ଟଚର୍ଚ୍ଚଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଶେଷ ଥର ପାଇଁ ଜେମ୍ସ ଇଂଲଣ୍ଡ ପାଇଁ ପ୍ରତିନିଧିତ୍ୱ କରିଥିଲେ।
ଡାହଣହାତୀ ବ୍ୟାଟ୍ସମ୍ୟାନ୍ ଜେମ୍ସ କାଉଣ୍ଟି ଚାମ୍ପିୟନ୍ଶିପ୍ରେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ପୁଣି ଇଂଲଣ୍ଡର ଜାତୀୟ ଦଳରେ ସାମିଲ କରାଯାଇଛି। ସେ କାଉଣ୍ଟିରେ ୫୬.୪୭ ହାରରେ ୮୪୭ ରନ୍ ସଂଗ୍ରହ କରିଛନ୍ତି।
ତୃତୀୟ ଟେଷ୍ଟ୍ରେ ଭାରତଠାରୁ ବୃହତ ୨୦୩ ରନ୍ ବ୍ୟବଧାନରେ ପରାସ୍ତ ହୋଇଥିବା ଇଂଲଣ୍ଡ ଏବେ ବି ସିରିଜ୍ରେ ୨-୧ରେ ଆଗୁଆ ରହିଛି। ୪ର୍ଥ ଟେଷ୍ଟ ଆସନ୍ତା ୩୦ ତାରିଖରେ ହ୍ୟାମ୍ପ ଶାୟାରସ୍ଥିତ ଏଜେସ୍ ବାଉଲ୍ରେ ଖେଳାଯିବ।
from Odisha Reporter https://ift.tt/2BIvVkx
No comments:
Post a Comment