‘ମୁଁ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ, ଫାଇନ୍‌ ଦେବନି’  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

‘ମୁଁ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ, ଫାଇନ୍‌ ଦେବନି’ 

ଭୋପାଲ୍‌: ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରି ଧରା ପଡିବା ପରେ ଫାଇନ୍‌ ନ ଦେବାକୁ ଅନେକ ଲୋକ ଭିନ୍ନ ଭିନ୍ନ ଆଳ ଦେଖାନ୍ତି। କିନ୍ତୁ ମଧ୍ୟପ୍ରଦେଶର ଭୋପାଲ୍‌ରେ ଏମିତି ଏକ ଘଟଣା ଘଟିଛି, ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଭୋପାଲ୍‌ର ଏକ ଟ୍ରାଫିକ୍‌ ପଏଣ୍ଟରେ ଜଣେ ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରି ନିଜ କାରରେ ସାଇରନ ଲଗାଇଥିବାରୁ ପୁଲିସ୍‌ ତାଙ୍କୁ ଅଟକ ରଖିଥିଲା। ସେ ଜଣେ ସାଧାରଣ ବ୍ୟକ୍ତି ହୋଇ ସୁଦ୍ଧା କେମିତି ସାଇରନ୍‌ ଲଗାଇଥିଲେ ବୋଲି ପୁଲିସ୍‌ ତାଙ୍କୁ ପ୍ରଶ୍ନ କରିଥିଲା।

କିନ୍ତୁ ବ୍ୟକ୍ତି ଜଣଙ୍କ ଫାଇନ୍‌ରୁ ବର୍ତ୍ତିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ଶଳା ଏବଂ ସିଏ ତାଙ୍କ ଭିଣୋଇ ବୋଲି କହି ଓଲଟା ପୁଲିସ୍‌କୁ ଧମକ ଦେବାକୁ ପଛାଇ ନଥିଲେ।

ଏହି ଘଟଣାଟି ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଏହି ଘଟଣା ଉପରେ ହାଲୁକା ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, “ରାଜ୍ୟରେ ମୋର କୋଟି କୋଟି ଭଉଣୀ ଅଛନ୍ତି। ତେଣୁ ମୋର କୋଟିକୋଟି ଭିଣୋଇ ରହିବା ସ୍ୱାଭାବିକ। ହେଲେ ନିୟମ ସମସ୍ତଙ୍କ ପାଇଁ ସମାନ ଏବଂ କେହି ଆଇନ୍‌ରୁ ଉର୍ଦ୍ଧ୍ୱରେ ନୁହନ୍ତି।”

ନଭେମ୍ୱର ମାସରେ ମଧ୍ୟପ୍ରଦେଶ ବିଧାନସଭା ଭୋଟ୍‌ ହେବାକୁ ଥିବା ବେଳେ ନିର୍ବାଚନ କମିଶନ ରାଜ୍ୟରେ ବେଆଇନ୍‌ ଭାବେ ସାଇରନ୍‌ ଲଗାଇଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଗୁରୁବାର ଦିନ ବିଧାନସଭା ଟ୍ରାଫିକ୍‌ ଛକରେ ପୁଲିସ୍‌ ପକ୍ଷରୁ ଚେକିଂ କରାଯାଉଥିଲା।

ଚେକିଂ ବେଳେ ପୁଲିସ୍‌ ସାଇରନ୍‌ ଲାଗିଥିବା ଏକ ଗାଡ଼ିକୁ ଅଟକାଇଥିଲା। ଏଭଳି ସାଇରନ୍‌ କେବଳ ବରିଷ୍ଠ ମନ୍ତ୍ରୀ କିମ୍ବା ଅଧିକାରୀ ଲଗାଇ ପାରିବାର ନିୟମ ଥିବା ବେଳେ ବ୍ୟକ୍ତି ଜଣଙ୍କ କାହିଁକି ସାଇରନ୍‌ ଲଗାଇଛନ୍ତି ବୋଲି ପୁଲିସ୍‌ ତାଙ୍କୁ ପଚାରିଥିଲା। ଏପରି କି ଫାଇନ୍‌ ଦେବାକୁ ମଧ୍ୟ କହିଥିଲା।

ଏତିକିରେ ଗାଡ଼ିରେ ଥିବା ବ୍ୟକ୍ତି, ତାଙ୍କ ପତ୍ନୀ ଏବଂ ଆଉ ଜଣେ ମହିଳା ପୁଲିସ୍‌ ଉପରେ ପୂରା ଖପ୍ପା ହୋଇଯାଇଥିଲେ। ବ୍ୟକ୍ତି ଜଣଙ୍କ କହିଥିଲେ, “ମୁଁ ମୁଖ୍ୟମନ୍ତ୍ରୀଙ୍କ ଶଳା। ମୋତେ ଆପଣ ଫାଇନ୍‌ କେମିତି ମାଗୁଛନ୍ତି? ଆପଣ(ପୁଲିସ୍‌) ନିଜକୁ କ’ଣ ବୋଲି ଭାବୁଛନ୍ତି କି ?”

କାର୍‌ରେ ଥିବା ଦୁଇ ଜଣ ମହିଳା ମଧ୍ୟ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଉଭଣୀ ବୋଲି ଦାବି କରିଥିଲେ। ଏପରି କି ସେମାନେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନମ୍ବରକୁ ଫୋନ୍‌ରେ

ଡାଏଲ୍‌ କରିବାକୁ ଉଦ୍ୟମ କରିବା ସଙ୍ଗେସଙ୍ଗେ ପୁଲିସ୍‌କୁ ଧମକ ଦେଇଥିଲେ। ଏହି ଘଟଣାର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଟ୍ରାଫିକ୍‌ ପୁଲିସ୍‌ ମଧ୍ୟ ନିଜ ଫୋନ୍‌ରେ ବ୍ୟକ୍ତି ଜଣଙ୍କ କହୁଥିବା କଥାକୁ ରେକର୍ଡିଂ କରିଛନ୍ତି।

ଦୀର୍ଘ ସମୟ ଧରି ଚାଲିଥିବା ପୁଲିସ୍‌ ଓ ବ୍ୟକ୍ତିଙ୍କ ମଧ୍ୟରେ ବାକ୍‌ଯୁଦ୍ଧର ପୂରା ଦୃଶ୍ୟ ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହୋଇଛି।

ନିଜକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ବୋଲି କହୁଥିବା ମହିଳା ଓ ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରକୃତ ପରିଚୟ ମିଳିନାହିଁ। କିନ୍ତୁ ଗାଡ଼ିଟି ରାଜେନ୍ଦର ସିଂହ ଚୌହାନଙ୍କ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ପଞ୍ଜୀକରଣ ହୋଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2BPFIoW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages