ଫେକ୍‌ ଆକାଉଣ୍ଟ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲା ଫେସ୍‌ବୁକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଫେକ୍‌ ଆକାଉଣ୍ଟ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲା ଫେସ୍‌ବୁକ

ସାନ୍‌ ଫ୍ରାନ୍ସିସକୋ: ବିଶ୍ୱରେ ଏବେ ବିଭିନ୍ନ ଖ୍ୟାତିସମ୍ପନ୍ନ ଲୋକଙ୍କ ନାଁରେ ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ୍‌ ଖୋଲାଯାଇ ନାନା ଅପରାଧମୂଳକ କାର୍ଯ୍ୟ କରାଯାଉଛି। ଆମେରିକାରେ ଦିନକୁ ଦିନ ଏହି ସମସ୍ୟା ବଢ଼ିବାରୁ ଏବେ ଏହା ଉପରେ ଲଗାମ ଲଗାଇବାକୁ ଫେସ୍‌ବୁକ୍‌ ଅଣ୍ଟା ଭିଡ଼ିଛି।
ଅଧିକ ଫଲୋୟର୍ସ ବା ଅନୁଗାମୀ ଥିବା ବ୍ୟକ୍ତିବିଶେଷଙ୍କ ନାଁରେ ଯଦି କେହି ଆକାଉଣ୍ଟ୍‌ ଖୋଲିବାକୁ ଚାହିଁବ, ତା’ହେଲେ ଏଥିପାଇଁ ପ୍ରଥମେ ସଂପୃକ୍ତ ବ୍ୟକ୍ତିଙ୍କ ଅନୁମତି ନେବାକୁ ପଡ଼ିବ।
 କାଲିଫୋର୍ଣ୍ଣିଆ ସ୍ଥିତ ଫେସ୍‌ବୁକ୍‌ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଫେସ୍‌ବୁକ୍‌ରେ ପେଜ ଖୋଲି ଏହାକୁ କାର୍ଯ୍ୟକ୍ଷମ କରୁଥିବା ବ୍ୟକ୍ତିଙ୍କୁ ଏହାର ସଂପୂର୍ଣ୍ଣ ମାଲିକାନା ତଥ୍ୟ ଦେବାକୁ ପଡ଼ିବ।
ଏପରି ହେଲେ କୌଣସି ବ୍ୟକ୍ତିଙ୍କ ନାଁରେ  ଫେକ୍‌ ପେଜ୍‌ ବା ଆକାଉଣ୍ଟ୍‌ ଖୋଲିବାକୁ ଚେଷ୍ଟା କରୁଥିବା ଦୁର୍ବୃତ୍ତମାନେ ବେଶ ସହଜରେ ଧରାପଡ଼ିବେ।
ଫେସ୍‌ବୁକ୍‌ ଆକାଉଣ୍ଟଧାରୀ ସେମାନଙ୍କ ପେଜ୍‌କୁ ସୁରକ୍ଷିତ ରଖିବା ପାଇଁ ଦୁଇ ପ୍ରକାରର ଅଥେଣ୍ଟିକେସନ ଏବଂ ପ୍ରମୁଖ ହୋମ୍‌ ଲୋକେସନ୍‌କୁ ନିଶ୍ଚିତ କରିବେ।
ପୂର୍ବରୁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରୁ ଅଧିକ ତଥ୍ୟ ପାଇଁ କିଛି ବ୍ୟକ୍ତି ଅନ୍ୟଜଣଙ୍କ ନାଁରେ ଫେକ୍‌ ଆକାଉଣ୍ଟ୍‌ ଖୋଲୁଥିଲେ। କିନ୍ତୁ ଏବେ ଏହା ସମ୍ଭବ ହୋଇପାରିବ ନାହିଁ। ଏଇ ମାସରୁ ହିଁ ନୂଆ ପଦ୍ଧତିକୁ ଆପଣା ଯିବ ବୋଲି ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି।
ଏହି ନୂଆ ଯାଞ୍ଚ ବ୍ୟବସ୍ଥା ଖୁବଶୀଘ୍ର ଇନ୍ସଟାଗ୍ରାମ କ୍ଷେତ୍ରରେ ମଧ୍ୟ ଲାଗୁ କରାଯିବ ବୋଲି କୁହାଯାଇଛି।
ଗତ ମାସରେ ୩୨ଟି ଫେକ୍‌ ଆକାଉଣ୍ଟ୍‌କୁ ଠାଵ କରି ଫେସ୍‌ବୁକ୍‌ ପକ୍ଷରୁ ଡିଲିଟ କରିଦିଆଯାଇଥିଲା।


from OdishaReporter https://ift.tt/2BctrLl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages