ହାଇଟେକ୍‌ ଚୋର: ଚୋରି କରିଛି ପ୍ରାୟ ୫୦୦ ଦାମୀ କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ହାଇଟେକ୍‌ ଚୋର: ଚୋରି କରିଛି ପ୍ରାୟ ୫୦୦ ଦାମୀ କାର୍‌

ନୂଆଦିଲ୍ଲୀ: ବର୍ଷକୁ ଶହେଟି ଦାମୀ କାର୍ ଚୋରି କାରିବାକୁ ଟାର୍ଗେଟ୍ ରଖିଥିଲା। ଏହି ଟାର୍ଗେଟ୍‌ ଅନୁସାରେ ହିଁ ପାଖାପାଖି ୫୦୦ ବିଳାସପୂର୍ଣ୍ଣ କାର୍ ଚୋରି କରିଛି ରିଙ୍ଗ୍ ଲିଡର୍ ଓ ତା ଗ୍ୟାଙ୍ଗ୍‌। ଏହି ଚୋରକୁ ଧରାଇ ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିବା ଦିଲ୍ଲୀ ପୋଲିସ ଶେଷରେ ତାକୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ହୋଇଥିବା ଏହି ହାଇଟେକ୍‌ ଚୋର ହେଉଛି ଉତ୍ତର ଦିଲ୍ଲୀର ନନ୍ଦ ନଗରୀ ଅଞ୍ଚଳରେ ରହୁଥିବା ୨୯ ବର୍ଷ ବୟସ୍କ ସଫ୍ରୁଦ୍ଦିନ୍। ସଫରୁଦ୍ଦିନ୍‌ଙ୍କୁ ଏଭଳି ଦାମୀ ଓ ବିଳାସପୂର୍ଣ୍ଣ କାର୍ ଚୋରିରେ ସହାୟତା ପାଇଁ ତା’ ଗ୍ୟାଙ୍ଗ୍ ହାଇଦ୍ରାବାଦରୁ ଦିଲ୍ଲୀ ଫ୍ଳାଇଟ୍‌ରେ ଆସନ୍ତି। କାର୍‌ ଚୋରି କରିବା ପରେ ପୁଲିସର ଗିରଫଦାରୀକି ଏଡ଼ାଇବା ପାଇଁ ପୁଣି ଫ୍ଲାଇଟ୍‌ରେ ହାଇଦ୍ରାବାଦ ଫେରି ଯା’ନ୍ତି।

ଦିଲ୍ଲୀ ପୁଲିସ୍ ଡେପୁଟି କମିଶନର୍‌ ରାଜେଶ ଦେବ୍‌ କହିଛନ୍ତି,“ଗତ ୩ ତାରିଖରେ ଆମର ଏକ ଟିମ୍ ଗଗନ ସିନେମା ହଲ୍‌ ନିକଟରେ ଗୋଟିଏ କାର୍‌କୁ ଅଟକାଇଥିଲେ। ତେବେ ସଂପୃକ୍ତ କାର୍‌ର ଚାଳକ ସଫ୍ରୁଦ୍ଦିନ୍‌କୁ ଚିହ୍ନି ପାରି ନଥିଲେ, ତେବେ ସେ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଫେରାର୍ ହୋଇଯିବାରୁ ପୁଲିସ୍ ଟିମ୍ ପ୍ରାୟ ୫୦ କିଲୋମିଟର ପିଛା କରିବା ପରେ ପ୍ରଗତି ମଇଦାନ ନିକଟରୁ ତାକୁ ଗିରଫ କରିଥିଲା।”

ସଫ୍ରୁଦ୍ଦିନ୍‌ ପୁଲିସ୍ ନିକଟରେ କହିଛି,” ମୁଁ ପ୍ରତିବର୍ଷ ୧୦୦ଟି ବିଳାସପୂର୍ଣ୍ଣ କାର୍‌ ଚୋରି କରିବାକୁ  ଲକ୍ଷ୍ୟ ଧାର୍ଯ୍ୟ କରିଥାଏ। ଏଥିପାଇଁ ସହଯୋଗୀ ମହମ୍ମଦ ଶରିକ ଓ ଗ୍ୟାଙ୍ଗ୍‌ ସହ ହାଇଦ୍ରାବାଦରୁ ଆମେ ହାଇଦ୍ରାବାଦ୍‌ରୁ ଦିଲ୍ଲୀ ଫ୍ଲାଇଟ୍‌ରେ ଆସ୍ । ଟାର୍ଗେଟ୍ କରାଯାଇଥିବା ଦାମୀ କାର୍‌ର ସଫଟ୍‌ୱେର୍‌, ଜିପିଏସ୍‌ ଓ ସେଣ୍ଟ୍ରାଲ୍‌ ଲକିଙ୍ଗ୍‌ ସିଷ୍ଟମ୍‌ ଭାଙ୍ଗିବା ପାଇଁ  ଆମେ ନିଜ ପାଖରେ ଲାପ୍‌ଟପ୍‌ ସହ ଅତ୍ୟାଧୁନିକ ଯନ୍ତ୍ରପାତି ରଖିଥାଉ। କାର୍ ଚୋରି କରିବା ପରେ ଆମେ ପୁଣି ହାଇଦ୍ରାବାଦ୍‌ ଚାଲି ଯାଉଥିଲୁ।”

ସଫ୍ରୁଦ୍ଦିନ ଓ ତା’ ଗ୍ୟାଙ୍ଗ୍‌ ଚୋରି କରିଥିବା କାର୍‌ଗୁଡ଼ିକୁ ପଞ୍ଜାବ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ବିକ୍ରି କରୁଥିଲେ।



from OdishaReporter https://ift.tt/2B0gJ1Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages