ଖୁବ୍‌ ଶୀଘ୍ର ଆସୁଛି ଶାଓମି ସବ୍‌ବ୍ରାଣ୍ଡ୍‌ ‘POCO’    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଖୁବ୍‌ ଶୀଘ୍ର ଆସୁଛି ଶାଓମି ସବ୍‌ବ୍ରାଣ୍ଡ୍‌ ‘POCO’   

ସ୍ମାର୍ଟ୍‌ଫୋନ୍ କମ୍ପାନୀ ଶାଓମି କିଛି ବର୍ଷ ଭିତରେ ନିଜର ମିଡ୍‌ ରେଞ୍ଜ୍‌ ଓ ବଜେଟ୍‌ର ସ୍ମାର୍ଟଫୋନ୍‌ ବଜାରକୁ ଆଣି ସ୍ୟାମ୍‌ସଙ୍ଗ୍‌କୁ ବି ପଛରେ ପକାଇ ଦେଇଛି।  କିନ୍ତୁ ଭାରତୀୟ ବଜାରରେ ଏହା ବିଶେଷ କିଛି କମାଲ୍‌ କରିପାରି ନାହିଁ। ତେଣୁ ଶାଓମି ଭାରତରେ ନିଜର ଫ୍ଲାଗ୍‌ସିପ୍‌ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିବାକୁ ପଛଘୁଞ୍ଚା ଦେଉଛି।

ଏବେ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ କାଟାଗୋରିରେ ଆପଲ୍, ସ୍ୟାମ୍‌ସଙ୍ଗ୍‌ ଓ ୱାନ୍‌ପ୍ଲସ୍ ହିଁ ରହିଛି। ଏଣୁ ଶାଓମି ମଧ୍ୟ ପ୍ରିମିୟମ୍‌ କାଟାଗୋରିରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତି ଚଳାଇଛି। ଆଉ ଏଥିପାଇଁ ଶାଓମି ଆଣୁଛି ଆଉ ଏକ ସବ୍‌ବ୍ରାଣ୍ଡ୍‌ ‘POCO’।

‘ଶାଓମି ଇଣ୍ଡିଆ’ର ମୁଖ୍ୟ ମନୁ ଜୈନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଏବେ ଶାଓମିର ୨୦ ହଜାର ଟଙ୍କା ଉପରକୁ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିବା ସମୟ ଆସିଗଲାଣି। କାରଣ ଏବେ ଗ୍ରାହକମାନେ ମଧ୍ୟ ଅପଗ୍ରେଡ୍‌ କରିବାକୁ ଭାବୁଛନ୍ତି। ବଜାରର ଆଭ୍ରେଜ୍‌ ସେଲିଂ ପଏଣ୍ଟ୍‌ ମଧ୍ୟ ବଢ଼ିବାକୁ ଲାଗିଲାଣି। ତେଣୁ ସେମାନଙ୍କୁ ମଧ୍ୟ ଏହା ସହ ତାଳ ମିଳାଇବାକୁ ହେବ।

ସୂଚନା ଅନୁଯାୟୀ, ଶାଓମି ଭାରତରେ POCO ବ୍ରାଣ୍ଡ୍‌ର ପ୍ରଥମ ସ୍ମାର୍ଟ୍‌ ଫୋନ୍‌ POCO F1 ଲଞ୍ଚ୍ କରିବ। ଏଥିରେ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ୮୪୫ ପ୍ରୋସେସର୍‌ ଦିଆଯିବ। ଯେଉଁଥିରେ ଡୁଆଲ୍‌ ରିଅର୍‌ କ୍ୟାମେରା ରହିବ।

ଶାଓମିର ଏହି ସ୍ମାର୍ଟ୍‌ଫୋନ୍ ଅନ୍ୟ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।



from OdishaReporter https://ift.tt/2vYaCFz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages