ପଡିଆରୁ ସୃଷ୍ଟି ହୋଇଛି ବନ୍ଧୁତ୍ୱ, ଆଜି ବି ଅତୁଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ପଡିଆରୁ ସୃଷ୍ଟି ହୋଇଛି ବନ୍ଧୁତ୍ୱ, ଆଜି ବି ଅତୁଟ

ପାର୍ଟନର୍‌ସିପ୍‌ ଭଲ ହେଲେ କ୍ରିକେଟ୍‌ ମ୍ୟାଚ୍‌ ଖୁବ୍‌ ଜମେ। ବନ୍ଧୁତ୍ୱ ଭଲ ହେଲେ ଲାଇଫ୍‌ର ମ୍ୟାଚ୍‌ ବି ଖୁବ୍‌ ଜମୁଛି ।

ଆଜି ହେଉଛି ବିଶ୍ୱ ବନ୍ଧୁତ୍ୱ ଦିବସ ବା ହ୍ୟାପିୱାଲା ଫ୍ରେଣ୍ଡ୍‌ସିପ୍‌ ଡେ । ଆଜିର ଦିନରେ ଆମେ ଆପଣଙ୍କୁ କିଛି କ୍ରିକେଟ୍‌ ଷ୍ଟାର୍‌ଙ୍କ ବନ୍ଧୁତ୍ୱ  ବିଷୟରେ କହିବୁ, ଯାହାଙ୍କ ଫ୍ରେଣ୍ଡସିପ୍‌ କ୍ରିକେଟ୍‌ ପଡ଼ିଆରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ତିଷ୍ଠି ରହିଛି।

ଆସନ୍ତୁ ଜାଣିବା କ୍ରିକେଟ୍‌ ଦୁନିଆର ଏହି ହ୍ୟାପି ଫ୍ରେଣ୍ଡ୍‌ମାନଙ୍କ ସମ୍ପର୍କରେ କିଛି କଥା।

 ସଚିନ୍‌ ତେନ୍ଦୁଲକର ଓ ସୌରଭ୍‌ ଗାଙ୍ଗୁଲି: ଏମାନଙ୍କ ମଧ୍ୟରୁ ଜଣେ ହେଲେ ଗଡ୍‌ ଅଫ୍ କ୍ରିକେଟ୍‌ ଓ ଅନ୍ୟଜଣେ ଗଡ୍‌ ଅଫ୍‌ ଅଫ୍‌ସାଇଡ୍‌। ଓପନିଂ ହେଉ ଅବା ମଧ୍ୟକ୍ରମ, ଏହି ଯୋଡିଙ୍କ ନାଁରେ ରହିଛି ଅନେକ ସ୍ମରଣୀୟ ପାଳିର ରେକର୍ଡ। ଆଉ କ୍ରିକେଟ୍‌ ପଡିଆ ଭଳି ପଡିଆ ବାହାରେ ମଧ୍ୟ ଦୁହିଁଙ୍କ ଭିତରେ ବନ୍ଧୁତ୍ୱ ଖୁବ୍‌ ନିବିଡ଼।

ଯୁବରାଜ୍‌ ସିଂହ ଓ ବିରାଟ କୋହଲି:  ବିରାଟ୍‌ ଓ ଯୁବରାଜ୍‌ ଖୁବ୍‌ ଭଲ ବନ୍ଧୁ। ହେଲେ ଏକଥା ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ସେମାନେ ପରସ୍ପରକୁ ଭଉଣୀ କହି ଡାକନ୍ତି। କାହିଁକି ନା ସେମାନେ ଭାବନ୍ତି ସେମାନଙ୍କ ମଧ୍ୟରେ ସମ୍ପର୍କ ଭାଇମାନଙ୍କ ଠାରୁ ବି ଅଧିକ। ଯେବେ କୋହଲି  ଭାରତୀୟ ଦଳ ପାଇଁ ଖେଳିବା ଆରମ୍ଭ କଲେ, ସେତେବେଳକୁ ଯୁବରାଜ୍‌ ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ପ୍ରଥମେ କୋହଲି ତାଙ୍କୁ ଜଣେ ବଡ଼ ଭାଇ ଭଳି ମାନୁଥିଲେ। କିନ୍ତୁ ପରେ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ।

ଏବି ଡିଭିଲିୟର୍ସ ଏବଂ ଡେଲ୍‌  ଷ୍ଟେନ୍‌: ଦୁହେଁ ଏକାଠି ସାଉଥ୍‌ ଆଫ୍ରିକା ଟିମ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଉଭୟ ପରସ୍ପର ପ୍ରତି ବିଶେଷ ଆନୁଗତ୍ୟ ଦେଖାଉଥିଲେ ଏବଂ ସୁଖଦୁଃଖରେ ସବୁବେଳେ ପରସ୍ପର ପଛରେ ଥିଲେ। ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ ହେଁ ଷ୍ଟେନଙ୍କ ସହ ସଂପର୍କ ସେମିତି ଅନ୍ତରଙ୍ଗ ହୋଇ ରହିଛି।

କୁମାର ସାଙ୍ଗକରା ଓ ମାହେଲା ଜୟବର୍ଦ୍ଧନେ: ଭାରତୀୟ କ୍ରିକେଟ୍‌ ଟିମ୍‌ର ସଚିନ୍‌-ଗାଙ୍ଗୁଲି ଯୋଡି ପରି ଶ୍ରୀଲଙ୍କାରେ ବେଷ୍ଟ ଯୋଡ଼ି ଥିଲେ ସାଙ୍ଗକାରା ଓ ଜୟବର୍ଦ୍ଧନେ । ବହୁ ଅନ୍ତର୍ଜାତୀୟ ମ୍ୟାଚରେ ଏହି ଦୁହିଁଙ୍କ ଯୋଡି ଶ୍ରୀଲଙ୍କାକୁ ବହୁ ସ୍ମରଣୀୟ ବିଜୟ ଦେଇଛନ୍ତି। ଖାଲି ପଡିଆ ଭିତରେ ନୁହେଁ ବାସ୍ତବ ଜୀବନରେ ମଧ୍ୟ ଦୁହେଁ ଭଲ ବନ୍ଧୁ। ଦୁହିଁଙ୍କ ଏହି ବନ୍ଧୁତ୍ୱର ଅୟମାରମ୍ଭ ମାତ୍ର ୧୫ ବର୍ଷ ବୟସରୁ ହୋଇଥିଲା।

ଭିଭିଏସ୍‌ ଲକ୍ଷ୍ମଣ ଓ ରାହୁଲ ଡ୍ରାଭିଡ୍‌: ରାହୁଲ ଓ ଲକ୍ଷ୍ମଣଙ୍କ ଯୋଡ଼ି ଅନେକ ଥର ଭାରତକୁ ବିଜୟ ଉପହାର ଦେଇଛନ୍ତି। ଦୁହିଁଙ୍କ ଭାଗିଦାରୀରେ ଅଷ୍ଟେଲିଆ ବିରୋଧରେ ସଂଗୃହୀତ ୩୭୬ ରନ୍‌ ହେଉଛି ଟେଷ୍ଟ କ୍ରିକେଟ ଇତିହାସର ଏକ ମାଇଲଷ୍ଟୋନ୍‌।

ତେବେ ପଡିଆ ବାହାରେ ମଧ୍ୟ ଏମାନେ ପରସ୍ପରର ବେଶ୍ ନିକଟତର। ଲକ୍ଷ୍ମଣଙ୍କ ସମ୍ପର୍କରେ ଡ୍ରାଭିଡ୍‌ ଥରେ କହିଥିଲେ ଯେ, “ମୁଁ ଲକ୍ଷ୍ମଣଙ୍କୁ ବ୍ୟକ୍ତିଗତ ଭାବେ ଯେତିକି ଜାଣେ ହୁଏତ ଅନ୍ୟ କେହି ଜାଣି ନ ଥିବେ। କ୍ରିକେଟ ମୈଦାନରେ ଯେତେବେଳେ ଉଇକେଟ୍‌ ପତନ ହୁଏ ପଡିଆରେ ଥାଆନ୍ତୁ ବା ବାହାରେ, ସେ ଭାରି ଗମ୍ଭୀର ହୋଇଯାଆନ୍ତି । ଆଉ କିଛି କୁହନ୍ତି ନାହିଁ। ମୁଁ ତାଙ୍କ ମୁହଁ ଦେଖି ଠଉରେଇ ନିଏ ଯେ ସେ ଚିନ୍ତିତ ।”

 ବୀରେନ୍ଦ୍ର ସେହ୍ୱାଗ୍‌ ଓ ଗୌତମ୍‌ ଗମ୍ଭୀର:  ଓପ୍‌ନିଂ ବ୍ୟାଟ୍ସମ୍ୟାନ୍‌ ଭାବେ ଉଭୟଙ୍କ ଖେଲିବାର ଶୈଳୀ ଭିନ୍ନ ଭିନ୍ନ। କିନ୍ତୁ ଏମାନେ ବ୍ୟକ୍ତିଗତ ଜୀବନରେ ପରସ୍ପରର ଖୁବ୍ ଭଲ ବନ୍ଧୁ।  କୁହାଯାଏ, କ୍ରିଜରେ ବ୍ୟାଟିଂ କରୁଥିବାବେଲେ ଉଭୟେ ଆଖିର ଇସାରାରେ ପ୍ରତିପ‍କ୍ଷ ଟିମକୁ ଚକମା ଦେଇ ରନ୍ ଚୋରି କରି ନିଅନ୍ତି। ଉଭୟେ ଉଭୟଙ୍କ ବ୍ୟାଟିଂ ଶୈଳୀକୁ ମନଖୋଲି ପ୍ରଶଂସା ମଧ୍ୟ କରନ୍ତି ।

ଅନିଲ କୁମ୍ବଲେ ଓ ରାହୁଲ ଡ୍ରାଭିଡ୍‌: କୁମ୍ବଲେ ଯେତେବେଳେ ଚିନ୍ତିତ ହୋଇପଡନ୍ତି ତାଙ୍କ ସହ କଥା ହେବାକୁ କାହାର ବି ସାହସ ନ ଥାଏ । ଏପରିକି ସଚିନ୍‌ ଓ ଗାଙ୍ଗୂଲି ମଧ୍ୟ ତାଙ୍କ ସହ କଥା ହେବାର କେହି ଦେଖି ନଜ ଥିବେ। କିନ୍ତୁ ଏହି ଘଡିସନ୍ଧି ମୁହୂର୍ତ୍ତରେ କେବଳ ରାହୁଲ ହିଁ ତାଙ୍କ ସମସ୍ୟା ସମ୍ପର୍କରେ ଖୋଲାଖୋଲି କଥା ହୋଇପାରନ୍ତି। ଯାହା ଉଭୟଙ୍କ ମଧ୍ୟରେ ଥିବା ନିବିଡ଼ ବନ୍ଧୁତ୍ୱକୁ ଦର୍ଶାଇଥାଏ। ଉଭୟ କର୍ଣ୍ଣାଟକାରୁ ଆସିଥିବାରୁ ବନ୍ଧୁତ୍ୱ ଏତେ ନିବିଡ଼ ବୋଲି ମଧ୍ୟ କୁହାଯାଏ ।

ଇଆନ ବୋଥାମ୍‌ ଓ ଭିଭିଆନ୍‌ ରିଚାର୍ଡସ୍‌:  କ୍ରିକେଟ ଇତିହାସର ଦୁଇ ମହାନ ଖେଳାଳି ବୋଥାମ୍ ଓ ରିଚାର୍ଡସ ପଡିଆ ଭିତରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ, କିନ୍ତୁ ବାହାରେ ଏମାନେ ଖୁବ୍‌ ଭଲ ବନ୍ଧୁ । ନିଜ ନିଜ ଦେଶ ପକ୍ଷରୁ ପରସ୍ପର ବିରୋଧରେ ଏହି ଦୁଇ କ୍ରିକେଟ୍ ମହାରଥି ଅନେକ ମ୍ୟାଚ୍‌ ଖେଳିଛନ୍ତି। କିନ୍ତୁ ଅବସର  ନେବା ପରେ ଏମାନଙ୍କୁ ପଡିଆ ଭିତରେ ଦେଖିବାକୁ ଏବେ ବି ପ୍ରଶଂସକ ପାଗଳ । ଏଯାଏ ଦୁହିଁଙ୍କ ବନ୍ଧୁତ୍ୱ ବି ଅତୁଟ ରହିଛି।

ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ ଓ ଷ୍ଟିଭ୍‌ ହାର୍ମିସନ୍‌ :  ଏହି ଦୁହିଁଙ୍କ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା  ୧୯ ବର୍ଷରୁ କମ୍ ଇଂଲଣ୍ଡ କ୍ରିକେଟ ଦଳର ପାକିସ୍ତାନ ଟୁରରୁ ।  ସେତେବେଳେ ସାଧାରଣତଃ ଟିକିଏ ହୋମ୍‌ସିକ୍ ଥିବା ହାର୍ମିସନ୍ ଫ୍ଲିଣ୍ଟଫଙ୍କ ସହ ମିଶିବା ପରେ ପଡିଆରେ ବେଶ୍ ସହଜ ଅନୁଭବ କରୁଥିଲେ। ପରେ ଉଭୟେ ଜାତୀୟ ଦଳରେ ସୁଯୋଗ ପାଇଥିଲେ ଏବଂ ପ୍ରତି ଟୁର୍‌ରେ ଏମାନେ ହୋଟେଲର ଗୋଟିଏ ରୁମରେ ହିଁ ରହୁଥିଲେ । କ୍ରିକେଟ ଜୀବନର ବହୁ ଖରାପ ସମୟରେ ଏମାନେ ପରସ୍ପର ପଛରେ ଛିଡା ହେଉଥିଲେ ଏବଂ ଏହି ବନ୍ଧୁତ୍ୱ ଆଜିଯାଏ କାଏମ ମଧ୍ୟ ରହିଛି ।



from OdishaReporter https://ift.tt/2AGZqCR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages