ନଟିଂହାମ୍‌ରେ ଟିମ୍‌ ଇଣ୍ଡିଆର ରାଜ୍‌, ଇଂଲଣ୍ଡ ଆଗରେ ୫୨୧ ରନ୍‌ର ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ନଟିଂହାମ୍‌ରେ ଟିମ୍‌ ଇଣ୍ଡିଆର ରାଜ୍‌, ଇଂଲଣ୍ଡ ଆଗରେ ୫୨୧ ରନ୍‌ର ଟାର୍ଗେଟ

ଲଣ୍ଡନ୍‌: ଘରୋଇ ମାଟିରେ ଇଂଲିଶ୍ ଟିମ୍‌କୁ ଏକ ବୃହତ ସ୍କୋର୍‌ର ଟାର୍ଗେଟ ଦେଇ ସିରିଜ ବରାବର କରିବା ପାଇଁ ବିରାଟ୍‌ ବାହିନୀ ସାହାସିକ ପଦକ୍ଷେପ ନେଇଛି।

ନଟିଂହାମ୍‌ ପଡ଼ିଆରେ ଅଧିନାୟକ ବିରାଟ୍‌ କୋହଲିଙ୍କ ଆକର୍ଷଣୀୟ ଶତକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ରୁତ ଅର୍ଦ୍ଧଶତକ ପରେ ଟିମ୍‌ ଇଣ୍ଡିଆ ୭ ୱିକେଟ୍‌ ହରାଇ ୩୫୨ ରନ୍‌ କରିବା ପରେ ତା’ର ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଫଳରେ ଇଂଲଣ୍ଡ ଆଗରେ ଜିତିବା ପାଇଁ ବିଶାଳ ୫୨୧ ରନ୍‌ର ଟାର୍ଗେଟ ରହିଛି।

ଏହାର ଜବାବ୍‌ରେ ଇଂଲଣ୍ଡର ଦୁଇ ଓପନ୍‌ର ଆଲିଷ୍ଟର କୁକ୍‌ ଓ କେ ଜେନିଙ୍ଗ୍‌ସ ବେଶ ସର୍ତକତାର ସହ ଇନିଂସ୍‌ ଆରମ୍ଭ କରିଛନ୍ତି। ଶେଷ ଖବର ସୁଦ୍ଧା ଇଂଲଣ୍ଡ ୫ ଓଭର୍‌ରେ କୌଣସି ୱିକେଟ୍‌ ନ ହରାଇ ୨୦ ରନ୍‌ କରିଛି। କୁକ୍‌ ୭ ରନ୍‌ କରିଥିବା ବେଳେ ଜେନିଙ୍ଗ୍‌ସ ୧୩ ରନ୍‌ କରି ଅପରାଜିତ ରହିଛନ୍ତି।

ତୃତୀୟ ଟେଷ୍ଟ୍‌ ଶେଷ ହେବାକୁ ଆହୁରି ଦୁଇ ଦିନ ବାକି ଥିବା ବେଳେ ଭାରତୀୟ ବୋଲର୍‌ଙ୍କୁ ମୁକାବିଲା କରିବାକୁ ରୁଟ୍‌ ବାହିନୀଙ୍କୁ କଡ଼ା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ପଡ଼ିବ।

ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ୍‌ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଆଗରେ ନଟିଂହାମ୍‌ ଟେଷ୍ଟ୍‌ ’କର ବା ମର’ ପରିସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ କମ୍‌ ବ୍ୟାକ୍‌ରେ ସିଦ୍ଧହସ୍ତ ବିରାଟ୍‌ ଆଣ୍ଡ କୋ ଠିକଣା ସମୟରେ ବେଶ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ଇନିଂସରେ ୩୨୯ ରନ୍‌ କରିଥିଲା। ଏହାର ଜବାବ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲି ଇଂଲିଶ ବ୍ୟାଟିଂ ଅର୍ଡରକୁ ଧ୍ୱଂସ ବିଧ୍ୱସ୍ତ କରିଦେଇଥିଲା। ପାଣ୍ଡ୍ୟା ରେକର୍ଡ ୫ ୱିକେଟ୍‌ ଦଖଲ କରିବା ସହ ଟିମ୍‌ ଇଂଲଣ୍ଡ ମାତ୍ର ୧୬୧ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତର ଦୁଇ ଓପନର୍‌ ଶିଖର ଧୱନ ଓ କେଏଲ୍‌ ରାହୁଲ ଭଲ ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୬୦ ଥିବା ବଳେ ରାହୁଲ ବ୍ୟକ୍ତିଗତ ୩୬ ରନ୍‌ କରି ବେନ୍‌ ଷ୍ଟୋକ୍ସଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ। ଏହାପରେ ଧୱନଙ୍କୁ ଆଦିଲ ରଶିଦ୍‌ ୪୪ ରନ୍‌ରେ ଆଉଟ୍‌ କରି ଭାରତକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ। କିନ୍ତୁ ଏହା ପରେ ବିରାଟ୍‌ ଓ ଚେତେଶ୍ୱର ପୂଜାରା ଇଂଲଣ୍ଡ ବୋଲର୍‌ଙ୍କୁ କୌଣସି ୱିକେଟ୍‌ ଦଖଲ କରିବାର ସୁଯୋଗ ଦେଇ ନଥିଲେ।

ଉଭୟ ୩ୟ ୱିକେଟ୍‌ ପାଇଁ ୧୧୩ ରନ୍‌ ଯୋଡ଼ିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରି ଭାରତକୁ ବିଶାଳ ସ୍କୋର ଅଭିମୁଖେ ନେଉଥିବା ବେଳେ ପୂଜାରା(୭୨)ଙ୍କୁ ବେନ୍‌ ଷ୍ଟୋକ୍ସ ଆଉଟ୍‌ କରି ଇଂଲଣ୍ଡର ଶିବିରରେ ଆଶ୍ୱସ୍ତି ଭରିଥିଲେ। କିନ୍ତୁ ପ୍ରଥମ ଇନିଂସ୍‌ରେ ଶତକଠାରୁ ମାତ୍ର ୩ ରନ୍‌ ଦୂରରେ ରହି ଆଉଟ୍‌ ହୋଇଥିବା କୋହଲି ଦ୍ୱିତୀୟ ଇନିଂସ୍‌ରେ ଏହାର ପୁନରାବୃତ୍ତି କରି ନଥିଲେ। କ୍ରିସ୍‌ ୱକ୍ସଙ୍କୁ ୪ ମାରି ବିରାଟ୍‌ ନିଜ ଟେଷ୍ଟ୍‌ କ୍ୟାରିୟର୍‌ ୨୩ ତମ ଶତକ ହାସଲ କରିଥିଲେ।

ଏହି ସମୟରେ ବିରାଟ୍‌ଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଗ୍ୟାଲେରୀରେ ଠିଆ ହୋଇ କୋହଲିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଜିର ଇନିଂସ୍‌ ପରେ ବିରାଟ୍‌ ଚଳିତ ସିରିଜ୍‌ରେ ବ୍ୟକ୍ତିଗତ ଭାବେ ୪୦୦ ରନ୍‌ ପୂରଣ କରିଛନ୍ତି।

ତେବେ କ୍ରିସ୍‌ ୱକ୍ସ ପରବର୍ତ୍ତୀ ଓଭର୍‌ରେ ବିରାଟ୍‌(୧୦୩)ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ କମ୍‌ବ୍ୟାକ୍‌ର ଆଶା ଦେଇଥିଲେ। ଏହାପରେ ଜେମ୍ସ ଆଣ୍ଡରସନ୍‌ ଡେବ୍ୟୁଟାଣ୍ଟ୍‌ ରିଷଭ ପନ୍ତଙ୍କୁ ଆଉଟ୍‌ କରି ଇଂଲଣ୍ଡ ଶିବିରରେ ଦୋହରା ଖୁସି ଭରିଦେଇଥିଲେ। ଏହାପରେ ପାଣ୍ଡ୍ୟା ଓ ରାହଣେ ଟିମ୍‌ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ। କିନ୍ତୁ ଦଳୀୟ ସ୍କୋର ୩୨୯ ଥିବା ବେଳେ ରାହଣେ(୨୯)ଙ୍କୁ ରଶିଦ୍‌ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ। ସେହିପରି ମହମ୍ମଦ ସାମିଙ୍କୁ ମଧ୍ୟ ରଶିଦ୍‌ କୁକ୍‌ଙ୍କ ହାତରେ କ୍ୟାଚ୍‌ କରାଇ ଭାରତକୁ ୭ମ ଝଟ୍‌କା ଦେଇଥିଲେ। ଏହାପରେ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିବା ପରେ ବିରାଟ୍‌ ପାଳି ଘୋଷଣା କରିବାର ସଙ୍କେତ ଦେଇଥିଲେ।

 



from Odisha Reporter https://ift.tt/2vXZh9r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages